ରେଳ ଯାତ୍ରୀଙ୍କ ପାଇଁ ବିଶେଷ ସୂଚନା ! ଜାଣି ରଖନ୍ତୁ ସରକାରଙ୍କ ୫ଟି ବଡ ନିଷ୍ପତି

56

ବିଶ୍ୱରେ ଏଭଳି କେହି ବିରଳ ବ୍ୟକ୍ତି ଥିବେ, ଯିଏ କି କେବେ ରେଳରେ ଯାତ୍ରା କରିନଥିବେ । ଚଳିତ ବର୍ଷ ରେଳ ବଜେଟକୁ ସାଧାରଣ ବଜେଟ୍ ସହିତ ଏକାଠି କରିବାପରେ ସରକାର ଭାରତୀୟ ରେଳ ମନ୍ତ୍ରଣାଳୟ ସହ ଜଡିତ ଅନେକ ମହତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି । ତେବେ ଆସନ୍ତୁ ଜାଣିବା ପାଂଚଟି ଏଭଳି ମହତ୍ୱପୂର୍ଣ୍ଣ ଡେଭଲପମେଂଟ୍ ଯାହା ରେଳ ତଥା ସିଧାସଳଖ ଆପଣଙ୍କ ସୁରକ୍ଷା, ସୁଖଦ ରେଳରେ ଯାତ୍ରା ଏବଂ ଆବଶ୍ୟକତା ସୁବିଧା ସହିତ ଜଡିତ ଅଟେ । ଆସନ୍ତୁ ସେଗୁଡିକ ଉପରେ ନଜର ପକାଇବା ।

ଆରମ୍ଭ ହେବ ‘ଅପରେସନ ସ୍ୱର୍ଣ୍ଣ’

ଶତାଦ୍ଦୀ ଏବଂ ରାଜଧାନୀ, ଟ୍ରେନଗୁଡିକରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ବାରମ୍ବାର ଅଭିଯୋଗ ଶୁଣିବାପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏବେ ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏଥିପାଇଁ ଟ୍ରେନଗୁଡିକର ଗତିବିଧି ବଦଳାଇବା ନେଇ ଜୋରସୋରେ ସଜବାଜ ଚାଲିଛି । ମନ୍ତ୍ରଣାଳୟ ଅପରେସନ ସ୍ୱର୍ଣ୍ଣର ଆରମ୍ଭ ନେଇ ପ୍ରସ୍ତୁତି ଚାଲିଛି ।

ଯାହାର ଉଦ୍ଦେଶ୍ୟ ରହିଛି ରାଜଧାନୀ ତଥା ଶତାଦ୍ଦୀ ଏକ୍ସପ୍ରେସ୍ ଟ୍ରେନମାନଙ୍କରେ ପୂର୍ବ ପ୍ରଚଳିତ ସେବାଗୁଡିକରେ ସୁଧାର ଆଣିବା । ଏହାର ପ୍ରଥମ ପର୍ଯ୍ୟାୟରେ ଅପଗ୍ରେଡ୍ କରିବାପାଇଁ ମୁମ୍ବାଇ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ତଥା ମୁମ୍ବାଇ-ଅହମଦାବାଦ୍ ଶତାଦ୍ଦୀ ଏକ୍ସପ୍ରେସ୍ ଆଦିକୁ ଚୟନ କରାଯାଇଛି । ଯାହାର କାମ ୨୬ ସେପ୍ଟେମ୍ବରକୁ ଆରମ୍ଭ ହେବାକୁ ଯାଉଛି ।

ରେଳ ପରିସରରେ ଖୋଲାଯିବ ଜନ ଔଷଧି କେନ୍ଦ୍ର

ରେଳ ମନ୍ତ୍ରଣାଳୟ ପକ୍ଷରୁ ଯାତ୍ରୀଙ୍କ ଏହି ସୁବିଧା ଜାରି କରାଯାଇଛି । ଯେଉଁଥିରେ ସମସ୍ତ ରେଳ ଷ୍ଟେସନ୍ ପରିସରରେ ଜନ ଔଷଧ କେନ୍ଦ୍ର ଖୋଲାଯିବ । ଯାହାଦ୍ୱାରା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ହିସାବରେ ଶସ୍ତାରେ ଔଷଧ ଯୋଗାଇ ଦିଆଯିବ । ଜନ ଔଷଧି ଅଭିଯାନର ଆରମ୍ଭ ସରକାର ଲୋକଙ୍କୁ ଶସ୍ତାରେ ଉନ୍ନତ ଗୁଣବତ୍ତାପୂର୍ଣ୍ଣ ଔଷଧ ଯୋଗାଇ ଦେବା ଉଦ୍ଦେଶ୍ୟରେ ଖୋଲିବାକୁ ନିଷ୍ପତି ନେଇଛନ୍ତି ।

ଯାହା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ରଗୁଡିକ ମାଧ୍ୟମରେ ବିକ୍ରୀ କରାଯିବ । ରେଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି କି, ଆମେ ସମସ୍ତ ରେଳ ଷ୍ଟେସନ, ଔଷଧ ଦୋକାନମାନଙ୍କରେ, କାର୍ଯ୍ୟଶାଳାମାନଙ୍କରେ ଏବଂ ରେଳ ପରିସର ମଧ୍ୟରେ ଯେଉଁଠାରେ ବି ସମ୍ଭବ ଜନ ଔଷଧି କେନ୍ଦ୍ର ପ୍ରତିଷ୍ଠା କରିବାପାଇଁ ନିଷ୍ପତି ନେଇଛୁ । ପ୍ଲାଟଫର୍ମ ଏବଂ ଅନ୍ୟ ରେଳ ପରିସର ମଧ୍ୟରେ ଔଷଧ ଦୋକାନ ଖୋଲାଯିବାକୁ ନେଇ ମଧ୍ୟ ଯୋଜନା ଚାଲିଛି ।

ବ୍ୟବସାୟୀଙ୍କ ପାଇଁ ରାତିରେ ଚାଲିବ ଡବଲ୍ ଡାକର ଉଦୟ ଏକ୍ସପ୍ରେସ୍

ଯାତ୍ରୀମାନଙ୍କୁ ଉନ୍ନତମାନର ସୁବିଧାସୁଯୋଗ ଯୋଗାଇବା ନେଇ ବ୍ଲୁପ୍ରିଟ୍ ପ୍ରସ୍ତୁତ କରିବାରେ ଲାଗିଥିବା ଭାରତୀୟ ରେଳ ମନ୍ତ୍ରଣାଳୟ ଏବେ ଉଦ୍ୟଗପତିମାନଙ୍କୁ ଆକର୍ଷିତ କରିବା ପାଇଁ ଖୁବ୍ ଶୀଘ୍ର ଆଧୂନିକ ସୁବିଧା ଯୁକ୍ତ ରାତିରେ ଡବଲ୍-ଡାକର ରେଳ ସେବାର ଆରମ୍ଭ କରିବାକୁ ଯାଉଛନ୍ତି । ରେଳମନ୍ତ୍ରଣାଳୟର ନୁଆ ସେବା ଉଦୟ ଏକ୍ସପ୍ରେସ୍ ଜରିଆରେ ମହାନଗରମାନଙ୍କ ସହିତ ସଂଯୋଗ କରାଯିବା ନେଇ ଗଭୀର ବିଚାର ଚାଲିଛି ।

ଯାତ୍ରା ସମୟରେ ଇଂଟରନେଟର କନେକ୍ଟିଭିଟି ଉନ୍ନତମାନର କରାଯିବ

ରେଳ ଯାତ୍ରୀମାନେ ଏବେ ଖୁବ୍ ଶୀଘ୍ର ଉନ୍ନତମାନର ନେଟ କନେକ୍ଟିଭିଟିର ଆନନ୍ଦ ଉଠାଇବେ । ରେଲୱେ ମୁଖ୍ୟ ମାର୍ଗଗୁଡିକୁ ଉଚ୍ଚ ଗତି ମୋବାଇଲ୍ କମ୍ୟୁନିକେସନ ସହିତ ସଂଯୋଗ କରିବା ପାଇଁ ପ୍ରସ୍ତୁତି ସରିଛି । ଏହାଦ୍ୱାରା ନା କେବଳ ରେଳଧାରଣା ସଂପର୍କିତ ସୂଚନା, ଚାଳକ ଏବଂ ଷ୍ଟେସନ ମାଷ୍ଟରଙ୍କ ମଧ୍ୟରେ ସିଧାସଳଖ ସଂପର୍କ ସ୍ଥାପନା କରାଯିବ ବରଂ ରେଲୱେ ସଂପତି ଉପରେ ନଜର ରଖିବାରେ ମଧ୍ୟ ସହାୟତା କରିବ । ତେବେ ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଉଚ୍ଚ ଗତି ସଂପର୍ଣ୍ଣ ମୋବାଇଲ୍ କମ୍ୟୁନିକେସନ କରିଡୋର ସ୍ଥାପନ କରିବାକୁ ଯାଉଛି ।

ଟ୍ରେନଗୁଡିକର ସ୍ପିଡ୍ ବଢାଇବା ନେଇ ୧୮,୦୦୦ କୋଟି ଟଙ୍କାର ମଞ୍ଜୁରୀ

ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାୱଡା ଆଦିର ଗତି ବଢାଇବା ନେଇ ମହତ୍ୱକାଂଙକ୍ଷୀ ୧୮,୦୦୦ କୋଟି ଟଙ୍କା ଯୋଜନାର ନୀତି ଆୟୋଗ ପକ୍ଷରୁ ମଞ୍ଜୁରୀ ମିଳିଛି । ଯାହାକୁ ଏବେ ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ପାଇଁ ସ୍ଥଗିତ ରଖାଯାଇଛି ।

                                                               ସୌଜନ୍ୟ:ଏନଡିଟିଭି

ଏହାସହ ମଧ୍ୟ ପଢନ୍ତୁ- ବେଙ୍ଗଲୁରୁ ଟ୍ରାଫିକ୍ ସବ୍ ଇନ୍ସପେକ୍ଟରଙ୍କୁ ସାବାସୀ ! ଅଟକାଇଲେ ରାଷ୍ଟ୍ରପତିଙ୍କ ଗାଡି, ଛାଡିଲେ ଆମ୍ବୁଲାନ୍ସ