ଆଇଏଏସ୍ ଇଂଟରଭିୟୁରେ ପଚରା ଯାଇଥିବା କିଛି ଏଭଳି ପ୍ରଶ୍ନ ! ଯାହା ଉଡାଇଦେବ ଆପଣଙ୍କ ହୋସ୍

334

ୟୁପିଏସସି ପରୀକ୍ଷାରେ ଇଂଟରଭିୟୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଅନେକ ଥର ପ୍ରାର୍ଥୀଙ୍କୁ ହାଜିରା ହେବାର ଜବାବ୍ ଏବଂ ଆଇକ୍ୟୁ ଚେକ୍ କରିବା ସହିତ ବିଭିନ୍ନ ପ୍ରକାରର କୌତୁକପୂର୍ଣ୍ଣ ପ୍ରଶ୍ନ ମଧ୍ୟ କରାଯାଇଥାଏ । ଯାହା ପ୍ରାର୍ଥୀଙ୍କ ମୁଣ୍ଡ ଘୂରାଇ ଦେଇଥାଏ । ତେବେ ୟୁପିଏସପି ଏବଂ କିଛି ଅନ୍ୟ ଚାକିରିର ଇଂଟରଭିୟୁ ସମୟରେ ପଚରା ଯାଉଥିବା ଏଭଳି କିଛି ପ୍ରଶ୍ନ ଏବଂ ତା’ର ଉତ୍ତର ସଂପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଆସନ୍ତୁ ଜାଣିବା ।

• ପ୍ରଶ୍ନ- ଆପଣ ସକାଳୁ ଉଠିଲେ ଏବଂ ଜାଣିବାକୁ ପାଇଲେ କି ଆପଣ ଗର୍ଭବତୀ ଅଟନ୍ତି । ତେବେ ସର୍ବ ପ୍ରଥମେ ଆପଣ କଣ କରିବେ ?

ଉତ୍ତର- ଏହା ଜାଣିବା ପରେ ମୁଁ ବହୁତ ଖୁସି ହେବି ଏବଂ ସର୍ବ ପ୍ରଥମେ ଏସଂପର୍କରେ ଯାଇ ନିଜ ସ୍ୱାମୀଙ୍କୁ ଜଣାଇବି ଓ ସେଲିବ୍ରେଟ୍ କରିବି ।

• ପ୍ରଶ୍ନ-ଦୁଇ ଜାଆଁଳା ଶିଶୁ ଆଦର୍ଶ ଏବଂ ଅନୁପମ ମଇ’ରେ ଜନ୍ମ ହୋଇଥିଲେ , କିନ୍ତୁ ସେମାନଙ୍କ ଜନ୍ମଦିନ ଜୁନ’ରେ ଅଟେ । ଏହା କିପରି ସମ୍ଭବ?

ଉତ୍ତର-କାରଣ, ‘ମଇ’ ଏକ ସ୍ଥାନର ନାଁ ।

• ପ୍ରଶ୍ନ- ଯଦି ଆପଣଙ୍କ ଗୋଟିଏ ହାତରେ ୩ଟି ସେଓ ଏବଂ ୪ଟି କମଳା ଓ ଅନ୍ୟ ହାତରେ ୪ଟି ସେଓ ଓ ୩ଟି କମଳା ରହିଛି । ତେବେ ଆପଣଙ୍କ ନିକଟରେ କଣ ଅଛି ?

ଉତ୍ତର- ବହୁତ ବଡ ହାତ ।

• ପ୍ରଶ୍ନ- ଇଂଟରଭିୟୁର ପ୍ରାର୍ଥୀଙ୍କ ପାଇଁ ଗୋଟିଏ କପ୍ କଫି ମଗାଇଲେ । କଫି କପଟି ପ୍ରାର୍ଥୀ ଆଗରେ ରଖି ପଚରାଗଲା କି ‘ୱାଟ୍ ଇଜ୍ ବିଫୋର୍ ୟୁ’ ?

ଉତ୍ତର- ପ୍ରାର୍ଥୀ ଜଣକ ଟି’ରେ ନିଜର ଉତ୍ତର ଦେଲା । ଯେବେକି ଇଂଟରଭିୟୁର ପଚାରିଥିଲେ କି ୟୁ’(ଆଲଫାବେଟ୍) ପୂର୍ବରୁ କଣ ଅଟେ ବୋଲି ? ତେବେ ୟୁ’ ପୂର୍ବରୁ ଟି (ଆଲଫାବେଟ୍) ଆସିଥାଏ । ତେଣୁ ଏଥିପାଇଁ ପ୍ରାର୍ଥୀ ଜଣକ କହିଥିଲା ଚା’ ।

• ପ୍ରଶ୍ନ- ଜଣେ ଲୋକ ୮ ଦିନ ବିନା ଦିନରେ କିପରି ରହିପାରିବ ?

ଉତ୍ତର- କାରଣ, ସେ ରାତିରେ ଶୋଇଥାଏ ।

• ପ୍ରଶ୍ନ- ଯଦି ୮ ଜଣ ଲୋକ କାନ୍ଥ ନିର୍ମାଣ ପାଇଁ ୧୦ ଘଂଟା ସମୟ ନେଇଥାନ୍ତି ତେବେ ୪ ଜଣ ଲୋକଙ୍କୁ ଏହି କାନ୍ଥକୁ ନିର୍ମାଣ ପାଇଁ କେତେ ସମୟ ଲାଗିବ ?

ଉତ୍ତର- କାନ୍ଥ ପୂର୍ବରୁ ହିଁ ନିର୍ମାଣ ହୋଇସାରିଛି ,ତେବେ ତାଙ୍କୁ ସମୟର କୌଣସି ଆବଶ୍ୟକତା ପଡିବ ନାହିଁ ।

• ପ୍ରଶ୍ନ- ଗୋଟିଏ ବିରାଡିର ୩ଟି ପିଲା ଅଛି । ସେମାନଙ୍କର ନାଁ ଜାନୁଆରୀ, ଫେବୃଆରୀ ଏବଂ ମାର୍ଚ୍ଚ ଅଟେ ତେବେ ବିରାଡିଟିର ନାଁ କଣ ଅଟେ ?

ଉତ୍ତର- ତେବେ ଏହାର ଉତ୍ତର ଏହାର ପ୍ରଶ୍ନରେ ହିଁ ରହିଛି । ବିରାଡିଟିର ନାଁ ହେଉଛି ‘କଣ’ ।

• ପ୍ରଶ୍ନ- ଜେନ୍ସ ବଣ୍ଡଙ୍କୁ ବିନା ପାରାସୁଟରେ ଏକ ପ୍ଲେନରୁ ବାହାର କରିଦିଆଯାଏ । କିନ୍ତୁ ସେ ବଂଚି ଯାଆନ୍ତି, କେମିତି ?

ଉତ୍ତର- କାରଣ, ସେ ସମୟରେ ପ୍ଲେନଟି ରନୱେରେ ଥିଲା ।

• ପ୍ରଶ୍ନ- ନାଗ ପଂଚମିର ଅପୋଜିଟ୍ କଣ ହେବ ?

ଉତ୍ତର- ନାଗ ମୋତେ ପଂଚ କରି ପାରିବ ନାହିଁ ।

ସୌଜନ୍ୟ: ଆଜତକ୍

ଏହାସହ ମଧ୍ୟ ପଢନ୍ତୁ- ଜୁୁଲାଇରୁ ସହଜ ହେବ ନାହିଁ ସୁନାର କ୍ରୟ ଆଉ ବିକ୍ରୟ ! ଜାଣନ୍ତୁ କଣ ରହିଛି ଜିଏସଟିର ପ୍ରଭାବ