ନିଆଳିରେ ମେଣ୍ଢା କଲିଜା ଖାଉଛି କିଏ ? ଅଜଣା ଜନ୍ତୁକୁ ନେଇ ଏବେ ବି ଆତଙ୍କିତ ଲୋକେ

90

କନକ ବ୍ୟୁରୋ : କଟକ ଜିଲ୍ଲା ନିଆଳି ଅଂଚଳରେ ଥମୁନି ଆତଙ୍କ । ଏବେ ବି ଅଜଣା ଜନ୍ତୁ ଆକ୍ରମଣ ଆତଙ୍କରେ ଆତଙ୍କିତ ଅଛନ୍ତି ଅଂଚଳବାସୀ । ରାତିହେଲେ ଏକ ଅଜଣା ଜନ୍ତୁ ମେଣ୍ଢାମାନଙ୍କୁ ଆକ୍ରମଣ କରୁଛି ଓ ସେମାନଙ୍କ କଲିଜା ଖାଉଛି । ଏପରିକି ଏହି ଜନ୍ତୁ ଲୋକଙ୍କୁ ବି ଆକ୍ରମଣ କରିଥିବା ଲୋକେ ଅଭିଯୋଗ କଲେଣି ।

ଦୀର୍ଘ ୪୫ ଦିନ ଧରି ଗୃହପାଳିତ ମେଣ୍ଢାମାନଙ୍କୁ କରାଯାଉଛି ବିଭତ୍ସ ହତ୍ୟା । ପ୍ରତ୍ୟେକଦିନ ରାତିର ଅନ୍ଧାରରେ ମେଣ୍ଢାମାନଙ୍କୁ ତଂଟି କାଟି ହତ୍ୟା କରିବା ପରେ କଲିଜା ଖାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତ୍ୟେକ ଦିନ ୧୦ରୁ ୧୫ ମେଣ୍ଢାକୁ ହତ୍ୟା କରାଯାଉଛି । ତେବେ ଏହା ପଛରେ କିଏ କାରଣ ଖୋଜି ପାଉନାହାନ୍ତି ଗାଁ ଲୋକେ ।

ରାତି ହେଲେ ଲୋକେ ଟର୍ଚ୍ଚ ଧରି ଗାଁ ଗଣ୍ଡାର ବଣ ବୁଦା ଖୋଜୁଛନ୍ତି ଲୋକେ । କିନ୍ତୁ କିଛି ବି ଟେର ମିଳୁନି ସେହି ଅଜଣା ଜନ୍ତୁର । ଦୀର୍ଘ ୫ ଦିନ ହେଲା ଲୋକେ ଆତଙ୍କିତ ଅଛନ୍ତି । କିନ୍ତୁ ଲୋକଙ୍କ ଆତଙ୍କ କାରଣ ସାଜିଥିବା ଏହି ଅଜଣା ଜନ୍ତୁ କିଏ ସେ ନେଇ ସସପେନ୍ସ ଜାରି ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –