ବିନା ଟଙ୍କାରେ ନିଜ ଗାଁରେ ଖୋଲିପାରିବେ ଏମଆଇ ଷ୍ଟୋର ! ଆପଣଙ୍କୁ ଭରିବାକୁ ପଡିବ କେବଳ ଏହି ଗୋଟିଏ ଫର୍ମ

1,895

Xiaomi ଭାରତୀୟ ସ୍ମାର୍ଟଫୋନ ବଜାର ସେଗମେଂଟରେ ସଂପୂର୍ଣ୍ଣ ଭାବରେ କବଜା କରିସାରିଲାଣି । କଂପାନୀର ଦାବି ରହିଛି କି, ପ୍ରତ୍ୟେକ ୭ରୁ ୫ଟି ସ୍ମାର୍ଟଫୋନ Xiaomiର ରହିଛି । କଂପାନୀ ବର୍ତ୍ତମାନ ଏହି ଆକଳନକୁ ଆହୁରୀ ଆଗକୁ ବୃଦ୍ଧି କରିବାକୁ ଚାହୁଁଛି ।  ଯେଉଁଥିପାଇଁ କଂପାନୀ  ସାରା ଦେଶରେ ଏମଆଇ ଷ୍ଟୋର ପାଇଁ ପ୍ରାଂଚାଇଜ ଦେବାକୁ ଘୋଷଣା କରିଛି । ଏଠାରେ ଆମେ କହି ରଖୁଛୁ କି, କଂପାନୀ ଆପଣଙ୍କୁ ବିନା କୌଣସି ଟଙ୍କାରେ ହିଁ ଫ୍ରାଂଚାଇଜ ଦେଉଛି । ତେବେ ଆସନ୍ତୁ ଜାଣିବା ଏମଆଇ ଷ୍ଟୋରର ଫ୍ରାଂଚାଇଜ ନେବା ପାଇଁ କଣ ରହିଛି କଣ କଣ କରିବାକୁ ପଡିବ ।

 

ଏମଆଇ ଷ୍ଟୋର ଖୋଲିବା ପାଇଁ କଣ ରହିଛି ସର୍ତ୍ତ 

Xiaomi ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମନୁ କୁମାର ଜୈନଙ୍କ ସୂଚନା ମୁତାବକ, କଂପାନୀର ନୂଆ ସ୍ମାର୍ଟଫୋନ ରେଡମି ନୋଟ୍ ୬ ପ୍ରୋର ଲଂଚି ଗୁରୁବାର ଦିନ ହୋଇଛି । ଆଉ ଏହି ଅବସରରେ ଏମଆଇ ଷ୍ଟୋରର ଫ୍ରାଂଚାଇଜ ସଂପର୍କରେ ଘୋଷଣା କରିଛନ୍ତି କଂପାନୀର ମ୍ୟାନେଜିଂ ଡାଇରେକ୍ଟର । ସେ କହିଛନ୍ତି କି, ଯଦି ଆପଣ ଆପଣଙ୍କର ଗାଁରେ କିମ୍ବା ସହରରେ କୌଣସି ଏମଆଇ ଷ୍ଟୋର ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ କେବଳ ଗୋଟିଏ ଫର୍ମ ଭରିବାକୁ ପଡିବ । ଏହିକ୍ରମରେ ଦେଶର କୌଣସି ବି ସାଧାରଣ ବ୍ୟକ୍ତି ନିଜ ଗାଁରେ ଏମଆଇ ଷ୍ଟୋର ଖୋଲିପାରିବେ । ମନୁ ଜୈନ ଆହୁରୀ ମଧ୍ୟ କହିଛନ୍ତି କି, ଯଦି ଆପଣଙ୍କ ନିକଟରେ ଫ୍ରାଂଚାଇଜ ନେବା ପାଇଁ ଟଙ୍କା ନାହିଁ ତେବେ ଖୋଦ କଂପାନୀ ବି ଆପଣଙ୍କୁ ଷ୍ଟୋର ଖୋଲିବାକୁ ଟଙ୍କା ସହାୟତା କରିବ ।

ଫ୍ରାଂଚାଇଜ ପାଇଁ କେଉଁଠି ମିଳିବ ଫର୍ମ

ଏହି ସବୁ ସର୍ତ୍ତକୁ ଜାଣିବା ପରେ ଯଦି ଆପଣ ଏମଆଇ ଷ୍ଟୋର ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣ ଏଥିପାଇଁ ଏମଆଇ ଷ୍ଟୋରର ଆଧିକାରୀକ ୱେବସାଇଟ https://in.event.mi.com/in/apply/mistoreapplicationformକୁ ଯାଇ ଏକ ଫର୍ମ ଭରିବାକୁ ହେବ । ଯେଉଁଥିରେ ଆପଣଙ୍କୁ ଷ୍ଟୋର ଖୋଲିବାର ସ୍ଥାନ ସମେତ ଅନ୍ୟାନ୍ୟ ସୂଚନା ସବୁ ଦେବାକୁ ହେବ । ଏହାପରେ ଆପଣଙ୍କ ନାଁର ଲିଷ୍ଟିଂ କଂପାନୀର ରେକର୍ଡରେ ରହିଯିବ । ଯଦି କଂପାନୀକୁ ଆପଣଙ୍କର ଲୋକେସନ ପସନ୍ଦ ଆସିବ ତେବେ ଆପଣଙ୍କୁ ଫ୍ରାଂଚାଇଜ ମିଳିବ ।