ପେଟିଏମରୁ ବି କରିପାରିବେ ରୋଜଗାର ! ଜାଣନ୍ତୁ ତିନୋଟି ସରଳ ଉପାୟ

30

ପେଟିଏମ ସଂପର୍କରେ ଆପଣଙ୍କୁ ବୋଧହୁଏ ବେଶି କିଛି ଜଣାଇବାକୁ ପଡିନପାରେ କାରଣ ଆପଣଙ୍କ ଭଳି ଅନେକ ଲୋକ ନିଜର ଦୈନନ୍ଦିନ ଖର୍ଚ୍ଚ ବା ରିଚାର୍ଜ ଆଦିର ପେମେଂଟ ପ୍ରାୟତଃ ପେଟିଏମ ଜରିଆରେ ହିଁ କରିଥାନ୍ତି । ହେଲେ କେବେ ଆପଣ ଚିନ୍ତା କରିଛନ୍ତି କି ଆପଣ ପେଟିଏମରୁ ଟଙ୍କା ମଧ୍ୟ ରୋଜଗାର କରିପାରିବେ । ତେବେ ଏହା କିପରି ସମ୍ଭବ, ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

ଯଦି ଆପଣ ପେଟିଏମରୁ କ୍ୟାସବ୍ୟାକ୍ ଜରିଆରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ପ୍ରତିଟି ଟ୍ରାଂଜାକସନ ସମୟରେ ପ୍ରୋମୋ କୋଡର ବ୍ୟବହାର କରନ୍ତୁ । କାରଣ ଅଧିକାଂଶ ଅନଲାଇନ ସପିଂ କଂପାନୀଗୁଡିକ ପେଟିଏମ ସହିତ କ୍ୟାସବ୍ୟାକ୍ ଅଫର ଦେଇରଖୁଛନ୍ତି ।

ପ୍ରୋମୋ କୋଡ ଆପଣ ଗୁଗଲ ସଚ ଏବଂ ପେଟିଏମ ଆପରୁ ବି ଜାଣିପାରିବେ । ପେଟିଏମ ଆପରୁ ‘ଟ୍ରାଂନଜାକସନ ଅନ ପେମେଂଟ’ରୁ ପୂର୍ବରୁ ଆପଣଙ୍କୁ ଅନେକ ଗୁଡିଏ ଅଫର ନଜର ଆସିବ, ଯେଉଁଠି ଆପଣ ପ୍ରୋମୋ କୋଡ ନେଇ ପାରିବେ । ଏହାବ୍ୟତୀତ ଆପଣ ପେଟିଏମରୁ ସେଲର ହୋଇ ବି ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣ ପେଟିଏମର ସାଇଟକୁ ଯାଇ ‘ସେଲ ଅନ ପେଟିଏମ’ର ଅପସନ ଚୟନ କରିପାରିବେ । ଏବଂ ପୁଣି ରେଜିଷ୍ଟେସନ କରି, ଏଠାରୁ ନିଜର ଜିନିଷ ବିକ୍ରିକରି ଟଙ୍କା ରୋଜଗାର କରିପାରିବେ ।

ତୃତୀୟ ତରିକା ଏଫିଲିଏଟ ମାର୍କେଟିଂରୁ ଟଙ୍କା ରୋଜଗାର କରିପାରିବେ । ଅନ୍ୟ ସାଇଟ ଭଳି ପେଟିଏମରୁ ଏଫିଲିଏଟ ମାର୍କେଟିଂର ବିକଳ୍ପ ଦେଇଥାଏ । ଯେଉଁଥିରେ ଆପଣ ଟଙ୍କା ରୋଜଗାର କରିପାରିବେ । ଏଫିଲିଏଟ ମାର୍କେଟିଂ ଆଧାରରେ କଂପାନୀର ଅନେକ ପ୍ରଡକ୍ଟ ଆପଣଙ୍କ ଜରିଆରେ ବିକ୍ରି ହୋଇଥାଏ । ତେବେ ଏହାର କିଛି ପ୍ରତିଶତ ଆପଣଙ୍କୁ କମିସନ ରୂପରେ ମିଳିଯିବ । ପେଟିଏମ ସହିତ ଏଫିଲିଏଟ ମାର୍କେଟିଂ ପାଇଁ ଆପଣଙ୍କୁ cuelinks ନାମକ ସାଇଟକୁ ଯାଇ ରେଜିଷ୍ଟେସନ କରିବାକୁ ପଡିବ ।