ରାତିରେ ଭଲ ନିଦ ହେଉନାହିଁ କି ? ଆପଣାନ୍ତୁ କିଛି ସରଳ ଟିପ୍ସ , ସଙ୍ଗେ ସଙ୍ଗେ ଆସିବ ଗଭୀର ନିଦ୍ରା

137

କୁହାଯାଏ ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି । ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଏହାର ଏକ ଜ୍ୱଳନ୍ତ ଉଦାହରଣ । ବ୍ୟସ୍ତ ଜୀବନ ବିଭିନ୍ନ ପ୍ରକାରର ଚିନ୍ତା ସୃଷ୍ଟି କରିଥାଏ, ଯାହା ଦ୍ୱାରା ଆଖିରୁ ନିଦ ହଜିଯାଏ । ସ୍ୱସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ତେଣୁ ବଂଚିବା ପାଇଁ ଖାଦ୍ୟ ଦରକାର ଏବଂ ଶରୀର ପାଇଁ ନିଦ ଦରକାର । ନିଦ ଠିକ ଭାବରେ ନ ହେଲେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ଏବଂ ଆୟୁଷହାନୀ ମଧ୍ୟ ହୋଇଥାଏ । ଏହା ସହିତ ସକାଳେ ଅଳସୁଆ ମଧ୍ୟ ଅନୁଭବ ହୋଇଥାଏ । ୱେକଫିଟର କୋ ଫାଉଣ୍ଡର ଏବଂ ସିଇଓ ଅଙ୍କିତ ଗର୍ଗଙ୍କ କହିବା ଅନୁସାରେ ଭଲ ନିଦର ଏକ କାରଣ ହେଉଛି ଆଉଟଫିଟ, ଯାହା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ ।

13-keys-to-getting-a-good-night-sleep-emgn-1ପ୍ରତିଦିନ ରାତିରେ ଶୋଇବା ସମୟରେ କିଛି ଭଲ କାହାଣୀ ଶୁଣନ୍ତୁ, ଯେଉଁ କାହାଣୀ ଆପଣ ଶୋଇବା ପାଇଁ ଆପଣଙ୍କ ଜେଜେମା ବ୍ୟବହାର କରୁଥିଲେ । କାରଣ କୁହାଯାଏ ଏସବୁ ଏଭଳି ଏକ ଅନୁଭୂତି ସୃଷ୍ଟି କରେ ଯାହା କେବଳ ଆନନ୍ଦ ଦେଇ ନଥାଏ ବରଂ ସେ ସବୁର ଚିତ୍ର ମଧ୍ୟ ଆଖି ସାମ୍ନାରେ ଆଙ୍କି ଦେଇଥାଏ, ଯାହା ଏକ ସୁନ୍ଦର ଭାବନା ସୃଷ୍ଟି କରେ ଏବଂ ଖୁବ ଶୀଘ୍ର ନିଦ ଆସିଯାଏ । ଏହା ବ୍ୟତୀତ ଶୋଇବା ପାଇଁ ମ୍ୟୁଜିକର ମଧ୍ୟ ବ୍ୟବହାର କରିପାରିବେ, ଅର୍ଥାତ ଶୋଇବା ପୂର୍ବରୁ ନିଜ ପ୍ରିୟ ସିଙ୍ଗରଙ୍କ କିଛି ସ୍ଲୋ ମ୍ୟୁଜିକ ଶୂୁଣନ୍ତୁ, ଏହା ଆପଣଙ୍କୁ ଭଳ ନିଦ ପ୍ରଦାନ କରିବ ।

ଶୋଇବା ପାଇଁ ଉପଯୁକ୍ତ ଶେଯ ବ୍ୟବହାର କରନ୍ତୁ । କାରଣ ଖରାପ ଶେଯ ଅଧିକାଂଶ ସମୟରେ ନିଦକୁ ଖରାପ କରିପାରେ । ତେଣୁ ଉପଯୁକ୍ତ ମ୍ୟାଟ୍ରେସ ବ୍ୟବହାର କଲେ ସକାଳେ ରିଲାକ୍ସ ଅନୁଭବ ହୁଏ ଏବଂ ଶରୀରରେ କୌଣସି ପ୍ରକାର ଯନ୍ତ୍ରଣା ମଧ୍ୟ ହୋଇ ନଥାଏ ।

Bed & Mattress cleaningବେଡକୁ ଯିବା ପୂର୍ବରୁ ସମସ୍ତ ବ୍ଲୁ ଲାଇଟକୁ ଅଫ କରିଦିଅନ୍ତୁ । ନିଜ ରୁମରେ ଶାନ୍ତ ପରିବେଶ ସୃଷ୍ଟିି କରିବା ପାଇଁ ମୋବାଲଇ, ଲ୍ୟାପଟପ, କମ୍ପ୍ୟୁଟର, ଟିଭି ଏବଂ ଅନ୍ୟ ଗ୍ୟାଜେଟ ସ୍କ୍ରିନକୁ ବନ୍ଦ କରି ଦିଅନ୍ତୁ । ଏହା ଦ୍ୱାରା ଆପଣ ଗଭୀର ନିଦ୍ରାରେ ଶୋଇପାରିବେ । ସାଧାରଣତଃ ଗାଡି ଶବ୍ଦ ନିଦରେ ବାଧା ସୃଷ୍ଟି କରିଥାଏ । ତେଣୁ ଏସବୁକୁ ଶବ୍ଦରୁ ଦୂରେଇ ରହିବା ପାଇଁ ହ୍ୱାଇଟ ନଏଜ ଶୁଣିପାରିବେ । ଯେଉଁଭଳି ଝରଣାର କୁଳୁ କୁଳୁ ଶବ୍ଦ ଏକ ହ୍ୱାଇଟ ନଏଜ । ଏହାଦ୍ୱାରା ଗଭୀର ନିଦ୍ରା ଆସିଥାଏ ।

ଶୋଇବାକୁ ଯିବା ପୂର୍ବରୁ ଏକ ଗ୍ଲାସ ଚେରି ଜୁସ ପିଅନ୍ତୁ । କାରଣ ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛିଯେ ଚେରିରେ ମେଲାଟୋନିନ ହରମୋନ ରହିଥାଏ, ଯାହା ନିଦକୁ ନିୟନ୍ତ୍ରଣ କରିଥାଏ । ଭଲ ନିଦ ପାଇଁ ହେଡଷ୍ଟାଣ୍ଡ କରନ୍ତୁ, ଅର୍ଥାତ ମୁଣ୍ଡକୁ ପଛ କରି ତଳକୁ ନୁଆଁନ୍ତୁ । ଯାହା ଦ୍ୱାରା ମସ୍ତିଷ୍କରେ କୋଷକୁ ସମୃଦ୍ଧକରିଥାଏ ଏବଂ ଅମ୍ଳଜାନ ଯୁକ୍ତ ରକ୍ତ ପ୍ରଦାନ କରିଥାଏ । ଏହି ବ୍ୟାୟାମକୁ ପ୍ରତିଦିନ କରିବା ଦ୍ୱାରା ଭଲ ନିଦ ହୋଇଥାଏ । ଏହା ସହିତ ସମସ୍ତ ପ୍ରକାର ଦଃୁଖ ମଧ୍ୟ ଦୂର ହୋଇଥାଏ ।

ଯଦି ଶ୍ୱାସ ସମସ୍ୟା ରହିଥାଏ, କିମ୍ବା ଥଣ୍ଡା ପାଇଁ କୌଣସି ପ୍ରକାରର ଆଲର୍ଜି ହେଉଥାଏ ତେବେ ଏକ ଲେମ୍ବୁକୁ ଫାଳ କରି ବେଡ ପାଶ୍ୱର୍ରେ ରଖି ଦିଅନ୍ତୁ । ଏହା ଦ୍ୱାରା ଶ୍ୱାସ ସମସ୍ୟା ହୁଏନାହିଁ ଏବଂ ଫୂର୍ତ୍ତି ଅନୁଭବ ହୁଏ । ଏହାଛଡା ଭଲ ନିଦ ମଧ୍ୟ ହୋଇଥାଏ ।