ରାସନକାର୍ଡଧାରୀଙ୍କ ପାଇଁ ଖୁସି ଖବର ! ଏଣିକି କେବଳ ଚାଉଳ କି ଗହମ ନୁହେଁ ବରଂ ପାଇବେ ଏକ ବିଶେଷ ସୁବିଧା

64

ନୂଆବର୍ଷରେ ରାସନକାର୍ଡଧାରୀଙ୍କୁ ଏକ ନୂଆ ଯୋଜନା ଭେଟି ଦେବାକୁ ଯାଉଛନ୍ତି ସରକାର । ଏହି ବିଶେଷ ସୁବିଧାର ଲାଭ ଖୁବଶୀଘ୍ର ଉଠାଇବେ ସାଧାରଣ ଜନତା । ନୂଆବର୍ଷରୁ ସରକାର ବିଭିନ୍ନ ରାସନ ଦୋକାନଗୁଡିକର କନସେପ୍ଟକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାଦ୍ୱାରା ରାସନ ଦୋକାନରେ କେବଳ ଚାଉଳ, ଗହମ , ଚିନି ଏବଂ କିରୋସିନି ମିଳିବନି ବରଂ ଏଠାରେ ସମସ୍ତ ପ୍ରକାରର ୟୁଟିଲିଟି ବିଲର ପେମେଂଟ ମଧ୍ୟ କରାଯାଇପାରିବ । ଏଥିସହିତ ସରକାରୀ ପ୍ରମାଣପତ୍ର ପାଇଁ ଅନଲାଇନ ଜରିଆରେ ଏଠାରେ ଆବେଦନ ମଧ୍ୟ କରିପାରିବେ ଜନତା । ଏଥିପାଇଁ ରାସନ ଦୋକାନଗୁଡିକୁ କମନ ସର୍ଭିସ ସେଂଟର (ସିଏସସି) ଆଧାରରେ ବିକଶିତ କରାଯିବ ।

ସାରା ଦେଶରେ ପାଖାପାଖି ୯୨୦୦ଟି ଜନ ବିତରଣ ପ୍ରଣାଳୀ ତଥା (ପିଡିଏସ) ରହିଛି । ଯେଉଁଥିରେ ଉଭୟ ବିପିଏଲ ଏବଂ ଏପିଏଲ ରାସନକାଡଧାରୀଙ୍କୁ ଚାଉଳ ଏବଂ ଗହମ ବିତରଣ କରାଯାଉଛି । ମାତ୍ର ରାସନ ଦୋକାନୀଙ୍କୁ ମିଳୁଥିବା କମିସନ ଏବେ ହ୍ରାସ ପାରବାରେ ଲାଗିଛି । କାରଣ କେନ୍ଦ୍ର ସରକାର ଚିନିର ବିତରଣକୁ ଏବେ ବନ୍ଦ କରିଦିଆଯାଇଛି । ଏବଂ କିରୋସିନ କୋଟା ମଧ୍ୟ ଏବେ କମିବାରେ ଲାଗିଛି । ତେବେ ସରକାର ଡିବିଟି ଯୋଜନା ଆଧାରରେ ଏପିଏଲ କାର୍ଡଧାରୀଙ୍କୁ ରାସନ ଉପଲବ୍ଧ କରିବା ପରିବର୍ତ୍ତେ ଏଥିରେ ମିଳୁଥିବା ସବସିଡିର ଲାଭ ଟଙ୍କାକୁ ସିଧା କାର୍ଡଧାରୀଙ୍କର ଖାତାକୁ ପଠାଇଦିଆଯାଉଛି ।

ଯାହାକୁ ଘୋର ବିରୋଧ କରିଛନ୍ତି ପିଡିଏସର ଦୋକାନୀମାନେ । ସେମାନଙ୍କର କହିବା କଥା ହେଲା କି, ଏହାଦ୍ୱାରା ସେମାନେ ପାଉଥିବା କିମସନ ଏବେ ବନ୍ଦ ହୋଇଯାଇଛି । ଏଭଳି ପରିସ୍ଥିତିରେ ଦୋକାନ ଚଲାଇବା ବହୁତ ମୁସକିଲ ହୋଇପଡିଛି ବୋଲି ଦୋକାନୀମାନେ ଅଭିଯୋଗ କରିଛନ୍ତି ।