ମାଟି ପାତ୍ରରେ ରୋଷେଇ ହୋଇଥିବା ଖାଦ୍ୟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ !
ସମସ୍ତେ ଜାଣନ୍ତି ଆଜିର ସମୟରେ ବଜାରରେ ମିଳୁଥିବା ପରିବା ଶରୀର ପାଇଁ କେତେ ସ୍ୱାସ୍ଥ୍ୟକର । ପରିବା ଦେଖିବାକୁ ତଟକା ହେଲେ ମଧ୍ୟ ସେଥିରେ ବିଭିନ୍ନ ପ୍ରକାରର ସାର ତଥା କୀଟନାଶକ ମିଶୁଛି । କିନ୍ତୁ ଆମେ ସୁସ୍ଥ ରହିବା ପାଇଁ ହିଁ ଗ୍ରହଣ କରିଥାଉ , ଆଉ ଏହା ଜରୁରୀ ମଧ୍ୟ । ଡାକ୍ତର ଆମକୁ ମିନେରାଲ୍ସ, ଭିଟାମିନ ଓ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ମାତ୍ର କ’ଣ ଆପଣ ଜାଣନ୍ତି ଖାଦ୍ୟର ମାନ ଓ ଗୁଣ ବୃଦ୍ଧି କରିବାରେ ବାସନର ବିଶେଷ ଭୂମିକା ରହିଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଶେଷଜ୍ଞମାନଙ୍କ କହିବା ଅନୁସାରେ ପ୍ରେସର କୁକର ତଥା ଅନ୍ୟାନ୍ୟ ବାସନ ଅପେକ୍ଷା ମାଟି ହାଣ୍ଡିରେ ପ୍ରସ୍ତୁତ ହୋଇଥିବା ଖାଧ୍ୟ ଶରୀର ପାଇଁ ଅଧିକ ସ୍ୱାସ୍ଥ୍ୟକର । ମାଟିପାତ୍ରର ଖାଦ୍ୟ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । ଖାଦ୍ୟ ଧିରେ ଧିରେ ପ୍ରସ୍ତୁତ ହେଲେ ତାହା ଶରୀର ପାଇଁ ଅଧିକ ଲାଭପ୍ରଦ । ମାତ୍ର ଅନ୍ୟାନ୍ୟ ବାସନରେ ପ୍ରସ୍ତୁତ ହେଉଥିବା ଖାଦ୍ୟରୁ ଅଧିକ ପ୍ରକାରର ପୋଷକ ତତ୍ତ୍ୱ ମିଳିପାରେନି । ମଣିଷ ଶରୀରକୁ ପ୍ରତିଦିନ ୧୮ ପ୍ରକାରର ପୋଷକ ତତ୍ତ୍ୱ ମିଳିବା କଥା, ଯାହା ଆମକୁ ମାଟିରୁ ହିଁ ମିଳିପାରିବ । ପ୍ରେସର କୁକର୍ ଆଲୁମିନିୟମର ଅଟେ ଓ ଏହା ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ । ମାଟିପାତ୍ର ପ୍ରସ୍ତୁତ ଖାଦ୍ୟ ସୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ ହୋଇଥିବାରୁ ଆଜି ବି ମନ୍ଦିର ମାନଙ୍କରେ ଏହା ବ୍ୟବହୃତ ହୋଇଥାଏ ।
ମାଟିପାତ୍ର ଖାଦ୍ୟର ଅନ୍ୟାନ୍ୟ ଲାଭ –
– ମାଟିପାତ୍ରରେ ପ୍ରସ୍ତୁତ ଭୋଜନ ଶୀଘ୍ର ଖରାପ ହୁଏନି ।
– ମାଟିପାତ୍ରରେ ତିଆରି ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଓ ବାସ୍ନାଯୁକ୍ତ ହୋଇଥାଏ ।
– ମାଟିପାତ୍ରରେ ପ୍ରସ୍ତୁତ ଡାଲିରେ ନ୍ୟୁଟ୍ରିଏଣ୍ଟସ୍ ୧୦୦ ପ୍ରତିଶତ ଥିବା ବେଳେ ପ୍ରେସର କୁକର୍ ଡାଲିରେ ୮୭ ପ୍ରତିଶତ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ ।