୧୩ ମେଗାପିକ୍ସଲ କ୍ୟାମେରା ସହ ଲଂଚ ହେଲା ଓପୋ ଏ ୭୧ ! ଜାଣନ୍ତୁ ଏହାର ଫିଚର୍ସ ବିଷୟରେ

51

oppo_a71_gold_small_1504618242062ଏବେ ସ୍ମାର୍ଟଫୋନର ଯୁଗ ଚାଲିଛି । ଯୁଆଡେ ଦେଖିବ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ସ୍ମାର୍ଟଫୋନ । ସ୍ମାର୍ଟଫୋନ ବିନା ଯେମିତି ଜୀବନ ସ୍ମାର୍ଟ ମନେହେଉନି । ଛୋଟ ଠାରୁ ବଡ ସମସ୍ତେ ଏହି ମୋବାଇଲ ନିଶାରେ ପାଗଳ । ଆଉ ଏହି ଲୋକପ୍ରିୟତାକୁ ଆଧାର କରି ମୋବାଇଲ କଂପାନୀମାନେ ମଧ୍ୟ ବିଭିନ୍ନ ପ୍ରକାର ଫିଚର ଓ ଆକାର ବିଶିଷ୍ଟ ମୋବାଇଲ୍ ସେଟ୍ ମାର୍କେଟକୁ ଛାଡୁଛନ୍ତି । ଏହା ଭିତରେ ଓପୋ କଂପାନୀ ତାର ଗୋଟିଏ ଗୋଟିଏ ସିରିଜ ବାହାର କରି ଗ୍ରାହକଙ୍କୁ ଆକୃଷ୍ଟ କରୁଛି ।

ଆଜତକରେ ପ୍ରକାଶିତ ସୂଚନା ଅନୁସାରେ , ଏବେ ଓପୋ ତାର ଆଉ ସିରିଜର ଆଉ ଏକ ନୂଆ ସ୍ମାର୍ଟଫୋନ ଲଂଚ କରିଛି । ଏହାର ନାଁ ଓପୋ ଏ୭୧ । କଂପାନୀର ଏହାର ମୂଲ୍ୟ ଏମୱାଇଆର୍ ୮୫୮( ପାଖାପାଖି ମୂଲ୍ୟ ୧୨,୯୦୦ଟଙ୍କା ) ରଖିଛି । ଏହି ସ୍ମାର୍ଟଫୋନକୁ ଏବେ ପାକିସ୍ତାନ ଓ ମାଲଏସିଆ ଷ୍ଟୋରରେ ଲଂଚ କରାଯାଇଛି । ଏବେ କଂପାନୀର ଗ୍ଲୋବାଲ ଡେବ୍ୟୁ ଅର୍ଥାତ୍ ଅନ୍ୟ ଦେଶରେ ଉପଲବ୍ଧ ବିଷୟରେ କୈାଣସି ସୂଚନା ଦିଆଯାଇନାହିଁ । ଏହାକୁ ବ୍ଲାକ୍ ଓ ଗୋଲ୍ଡ କଲର ବ୍ୟାରିଏଂଟ ସହ ଲଂଚ କରାଯାଇଛି ।

hqdefaultଡୁଆଲ୍ ସିମ୍ ସହ (ନାନୋ) ଓପୋ ଏ୭୧ କଲର ଓଏସ୍୩.୧ ବେସ୍ଡ ଏଣ୍ଡ୍ରଏଡ୍ ୭.୧ ନୁଗଟରେ ଚାଲିଥାଏ ଏବଂ ଏଥିରେ ୫.୨ ଇଂଚ ଏଚଡି ଟିଏଫଟି ଡିସପ୍ଲେ ଦିଆଯାଇଛି । ଏହି ସ୍ମାର୍ଟଫୋନରେ ୩ଜିବି ରାମ୍ ସହ ୧.୫ ଜିଏଚଜେ ଅକ୍ଟା-କୋର ମିଡିଆ ଟେକ୍ ଏମଟି୬୭୫୦ ପ୍ରୋସେସର ଦିଆଯାଇଛି । ଏହି ଫୋନର ଇଣ୍ଟରନାଲ୍ ଷ୍ଟୋରେଜ୍ ୧୬ଜିବିର । ଯେଉଁଥିରେ କାର୍ଡ ସାହାଯ୍ୟରେ ୨୫୬ଜିବି ଯାଏ ବଢାଯାଇପାରିବ ।

କ୍ୟାମେରା ସେକ୍ସନର କଥା ଯଦି କୁହ , ତ ଏହାର ରିୟରରେ ଏଲଇଡି ଫ୍ଲେଶ୍ , ପିଡିଏଏଫ୍ ଓ ଏଫ୍/୨.୨ ଅପର୍ଚର ୧୩ ମେଗାପିକ୍ସଲର କ୍ୟାମେରା ଦିଆଯାଇଛି । ଏହାର ଫ୍ରଂଟରେ ସେଲ୍ଫି ପାଇଁ ଏଫ୍ / ୨.୪ ଅପର୍ଚର ସହ ୫ ମେଗାପିକ୍ସଲର କ୍ୟାମେରା ଦିଆଯାଇଛି । କନେକ୍ଟିଭିଟି ଅପ୍ସନ ଅନୁସାରେ, ଓପୋ ଏ୭୧ରେ ୪ଜି ଏଲଟିଇ, ୱାଇଫାଇ ୮୦୨.୧୧ ବି /ଗି/ଏନ୍, ବ୍ଲୁତୁଥ୍ ଭି୪.୦, ୩.୫ଏମଏମ୍ ଅଡିଓ ଜ୍ୟାକ୍ ଏବଂ ମାଇକ୍ରୋ-ୟୁଏସବି( ଓଟିଜି ସହ) ଉପଲବ୍ଧ ଅଛି ।

05-1504634949-oppoa71image3ଓପୋ ଏ୭୧ରେ ୩୦୦୦ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି । ଏହି ଫୋନର ଓଜନ ରହିଛି ୧୩୭ ଗ୍ରାମ୍ । ଏହାର ବାମ ପାର୍ଶ୍ୱରେ ଭଲ୍ୟୁମ୍ ରାକର ବଟନ ରହିଛି ଏବଂ ଡାହାଣ ପାର୍ଶ୍ୱରେ ସିମ୍ କାର୍ଡ ସ୍ଲଟର ପାଖରେ ପାୱାର ବଟନ୍ ରହିଛି ।