ବିଦ୍ୟାଳୟରେ ଆପଣ ପଢିଥିବା ଏହି ୪ଟି କଥା ଅଟେ ଭୁଲ ! ଜାଣନ୍ତୁ ଏହାର ସତ୍ୟତା

54

ସାଧାରଣତଃ ମଣିଷ ସାରା ଜୀବନ ସେହି କଥାକୁ ବିଶ୍ୱାସ କରି ଚାଲି ଥାଏ ଯାହା ସେ କାଳରୁ ଶିକ୍ଷାଲାଭ କରିଥାଏ ବା ପିଲାଦିନୁ ବିଦ୍ୟାଳୟରେ ତାକୁ ଯାହା ଶିଖାଯାଇଥାଏ । ଖାଲି ସେତିକି ନୁହେଁ, ତା’ର ଆଗାମୀ ପିଢୀଙ୍କୁ ମଧ୍ୟ ସେ ସେହି ହିସାବରେ ଜ୍ଞାନ ବାଂଟିଥାଏ । କିନ୍ତୁ ଯଦି କୁହାଯାଏ, ଏଭଳି ଅନେକ ପ୍ରସଙ୍ଗ ରହିଛି ଯାହାକୁ ଆମେ ପିଲାଦିନୁ ପଢି ଆଉ ବୁଝିଆସୁଛୁ ତାହା ଭୁଲ୍ ଅଟେ ବୋଲି । ଆଶ୍ଚର୍ଯ୍ୟ ଲାଗୁଛି ନା ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ ।

ମାଙ୍କଡଠାରୁ ଉତ୍ପତି ହୋଇନଥିଲେ ମାନବ ଜାତି

ଏହି ଚିତ୍ରଟିକୁ ଆପଣ ମଧ୍ୟ ପିଲାଦିନୁ ନିଜ ପଢାବହିରେ ଦେଖିଥିବେ । ଯାହା ସଂପର୍କରେ ଆମକୁ ଶିକ୍ଷାଦିଆଯାଇଛି କି, ମଣିଷର ପୂର୍ବଜ ମାଙ୍କଡ ଅଟନ୍ତି । କିନ୍ତୁ ବାସ୍ତବରେ ମଣିଷ ଏବଂ ମାଙ୍କଡ ଉଭୟେ କମନ ସ୍ପେସିଜ୍ (ପ୍ରଜାତି) ମଧ୍ୟରେ ଆସନ୍ତି । କିନ୍ତୁ ଉଭୟ ଅଲଗା ଅଟନ୍ତି । ଏକଥା ସତ୍ୟ ଅଟେ କି ମଣିଷ ଏବଂ ମାଙ୍କଡ ମଧ୍ୟରେ ୯୯ ପ୍ରତିଶତ ସମାନତା ରହିଛି । କିନ୍ତୁ ଏହାର ଅର୍ଥ ଏହା ନୁହେଁ କି ମାଙ୍କଡମାନେ ହିଁ ମଣିଷରେ ପରିବର୍ତ୍ତନ ହୋଇଯାଇଛନ୍ତି । ତେବେ ଏହା ସଂପୂର୍ଣ୍ଣ ମିଥ୍ୟା ଅଟେ । ବାସ୍ତବତା ହେଲା ମଣିଷ ଏବଂ ମାଙ୍କଡ ଗୋଟିଏ ପ୍ରଜାତିର ଭିନ୍ନ ଭିନ୍ନ ଜୀବ ଅଟନ୍ତି ।

କୋଲମ୍ବସଙ୍କ ମତରେ ପୃଥିବୀ ଗୋଲ

ବିଦ୍ୟାଳୟରେ ଆମକୁ ପଢାଯାଇଥିଲା କି, କୋଲମ୍ବସ୍ ହିଁ କହିଥିଲେ ପୃଥିବୀ ହେଉଛି ଗୋଲ । କିନ୍ତୁ ଆପଣଙ୍କୁ ଏଠାରେ କହି ରଖୁଛୁ କି କୋଲମ୍ବସ୍ ସମୁଦ୍ର ପାରି ହୋଇ ଏସଂପର୍କରେ ସୂଚନା ଲଗାଇନଥିଲେ ବରଂ ସେ ୨ ହଜାର ବର୍ଷ ପୂର୍ବରୁ ଲେଖା ହୋଇଥିବା ଗ୍ରୀସର ଏକ ପୁସ୍ତକରୁ ହିଁ ଏସଂପର୍କରେ ସୂଚନା ପାଇଥିଲେ ।

ମହାକାଶରେ ତାପମାତ୍ରା ଜିରୋ ଡିଗ୍ରୀ ହୋଇଥାଏ

ଏକଥା ସତ୍ୟ ଅଟେ କି ମହାକାଶରେ ମହାଶୂନ୍ୟରେ ପବନ ବହିଥାଏ କିନ୍ତୁ ଏହାର ଅର୍ଥ ନୁହେଁ କି ସେଠାରେ କୌଣସି ତାପମାତ୍ରା ନଥାଏ । କାରଣ ମହାକାଶରେ ମଧ୍ୟ ତାପମାତ୍ରା ଥାଏ କିନ୍ତୁ ଯେତେ ଉପରକୁ ଆପଣ ଯିବେ ତାର ତାପମାତ୍ରା ହ୍ରାସ ପାଇଥାଏ ।

ଗଣିତରେ ଫେଲ୍ ହୋଇଯାଇଥିଲେ ଆଇନଷ୍ଟାଇନ୍

ବିଦ୍ୟାଳୟରେ ଅଧିକାଂଶ ସମୟରେ ଶିକ୍ଷକମାନେ ପିଲାଙ୍କୁ ଗୋଟିଏ କାହାଣୀ ଶୁଣାଇଥାନ୍ତି କି, ଆଇନଷ୍ଟାଇନ୍ ସ୍କୁଲରେ ଗଣିତ ବିଷୟରେ ଫେଲ୍ ହୋଇଯାଇଥିଲେ । ତେବେ ଯଦିଓ ଶିକ୍ଷକମାନେ ଏପରି କହିବା ପଛରେ ଏକ ଉଦ୍ଦେଶ୍ୟ ରହିଥାଏ ମାତ୍ର ଏଠାରେ ଆମେ କହି ରଖୁଛୁ କି ସ୍କୁଲ ଲାଇଫରେ ଆଇନଷ୍ଟାଇନ୍ ବହୁତ ଚାଲାକ୍ ଓ ବିଚକ୍ଷଣ ଥିଲେ । ମାତ୍ର ୧୧ ବର୍ଷ ବୟସରେ ସେ କଲେଜ୍ ସ୍ତରର ଫିଜିକ୍ସ ପୁସ୍ତକ ପଢୁଥିଲେ ।

ସ୍ନାୟୁର ରଙ୍ଗ ନୀଳ

ଆମକୁ ଆମର ସ୍ନାୟୁଗୁଡିକ ନୀଳବର୍ଣ୍ଣ ନଜର ଆସିଥାଏ । କିନ୍ତୁ ଏହାର ବାସ୍ତବ ରଙ୍ଗ ହେଉଛି ଲାଲ୍ । କାରଣ ଲାଇଟ୍ ଯୋଗୁଁ ସ୍ନାୟୁଗୁଡିକର ରଙ୍ଗ ନୀଳ ଦେଖାଯାଇଥାଏ ।

ଏହାସହ ମଧ୍ୟ ପଢନ୍ତୁ-ମୋଦିଙ୍କ ଶାସନରେ ନିୟମ ଢିଲା ! ବାରଣସତ୍ୱେ ଖୋଲାଖୋଲି ଭାବେ ଲୋକେ କରୁଛନ୍ତି ଏହି ୪ଟି ଜିନିଷ