ଗ୍ରାହକଙ୍କୁ ମିଳିବ ଟଙ୍କା ! ଟ୍ରାଇ ଦେଲା ନିର୍ଦ୍ଦେଶ

30

ଯଦି ଆପଣ ରିଲାଏନ୍ସ କମ୍ୟୁନିକେସନର ଗ୍ରାହକ ଥିଲେ, ତେବେ ଆପଣଙ୍କୁ ଟଙ୍କା ମିଳିପାରେ । ଏକଥା ଆମେ କହୁନାହୁଁ ବରଂ ଟେଲିକମ ଅଥରିଟି ତଥା ଟ୍ରାଇ ପକ୍ଷରୁ ସୂଚନା ମିଳିଛି ।

ସୂଚନା ମୁତାବକ, ନିଜ ୱାୟରନେସ ବନ୍ଦ କରିସାରିଥିବା ରିଲାଏନ୍ସ କମ୍ୟୁନିକେସନକୁ ଟ୍ରାଇ ନିର୍ଦ୍ଦେଶ ଦେଇଛି କି, କଂପାନୀ ତାର ବିଜନେସ ବନ୍ଦ କରିବା ସମୟରେ ଯେଉଁମାନଙ୍କର ବି ଟଙ୍କା ଫେରସ୍ତ କରିନାହିଁ, ସେମାନଙ୍କୁ ସେମାନଙ୍କର ଟଙ୍କା ଫେରାଇବାକୁ । ଏଥିସହିତ ଟ୍ରାଇ ଆହୁରୀ ମଧ୍ୟ କହିଛି କି, କଂପାନୀ ଗ୍ରାହକଙ୍କର ସିକ୍ୟୁରିଟି ଡିପୋଜିଟକୁ ଫେରାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ଟ୍ରାଇ କହିଛି କି, ଯଦି କଂପାନୀ ଟ୍ରାଇର ନିର୍ଦ୍ଦେଶକୁ ଅବମାନନା କରେ ତେବେ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଠାରେ ଆମ କହି ରଖୁଛୁ କି, ରିଲାଏନ୍ସ କମ୍ୟୁନିକେସନ ଏହି ରିଫଣ୍ଡ ଦେବାକୁ ମନା କରିଦେଇଛି । ତେବେ ଟ୍ରାଇ ଗତମାସ କଂପାନୀକୁ ଏସମ୍ବନ୍ଧରେ ଏକ ନୋଟିସ ପଠାଇଥିଲା ଆଉ ସେତେବେଳେ ହିଁ କଂପାନୀ ଟ୍ରାଇକୁ ଦେଇଥିବା ନିର୍ଦ୍ଦେଶକୁ ଫେରାଇ ଦେବାକୁ ଅନୁରୋଧ କରିଥିଲା ଏବଂ ମୋବାଇଲ ନମ୍ବର ପୋର୍ଟବିଲିଟି କରାଇଦେବାକୁ କହି ରିଫଣ୍ଡ ଦେବାକୁ ରୋକଠୋକ୍ ମନା କରିଦେଇଥିଲା । ଅନ୍ୟପଟେ ଟ୍ରାଇ କହିଛି କି, ସେ ପଠାଇଥିବା ନୋଟିସ ଆଇନସମ୍ମତ ଅଟେ । ଏଭଳି ପରିସ୍ଥିତିରେ କଂପାନୀକୁ ନିଜର ଗ୍ରାହକଙ୍କ ବକେୟା ଟଙ୍କାକୁ ଫେରସ୍ତ କରିବାକୁ ହେବ । ନଚେତ୍ କଂପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଯଦି ରିଲାଏନ୍ସ କମ୍ୟୁନିକେସନ ଟ୍ରାଇର ଏହି ନିର୍ଦ୍ଦେଶକୁ ମାନିନିଏ ତେବେ କଂପାନୀର ୱାୟରଲେସ ବିଜନେସ ବନ୍ଦ କରିବା ସମୟରେ ଯେଉଁମାନଙ୍କର ବାଲାନ୍ସ କଟିଥିବ, ସେମାନଙ୍କୁ ଟଙ୍କା ଫେରସ୍ତ ମିଳିପାରେ ।