ଆପଣଙ୍କ ଘର କାନ୍ଥରେ କୌଣସି ବି ରାଜନୈତିକ ଦଳ ଲେଖି ପାରିବେନି ନିର୍ବାଚନୀ ବିଜ୍ଞାପନ ! ଆପଣଙ୍କ ଗୋଟିଏ ଅଭିଯୋଗରେ ରଦ୍ଦ ହୋଇଯିବ ପ୍ରାର୍ଥୀତ୍ୱ

69

ଆଗକୁ ଆସୁଛି ବିଧାନସଭା ନିର୍ବାଚନ। ଏଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ୫ଟି ରାଜ୍ୟରେ ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇଯାଇଛି । ଏହି ରାଜ୍ୟମାନଙ୍କ ତାଲିକାରେ ଅଛନ୍ତି ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା. ମିଜୋରାମ ଏବଂ ମଧ୍ୟପ୍ରଦେଶ । ନିର୍ବାଚନକୁ ସୁରୁଖୁରୁରେ କରିବା ସହ ନିର୍ବାଚନରେ ଲାଗୁ ହେଉଥିବା ଆଦର୍ଶ ଆଚାର ସଂହିତାର ଉଲ୍ଲଂଘନ କଲେ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି । ତେବେ ନିର୍ବାଚନ ଆୟୋଗଙ୍କ ଅଧିସୂଚନା ଜାରି ହେବା କ୍ଷଣି ହିଁ ଏହିସମସ୍ତ ରାଜ୍ୟମାନଙ୍କରେ ଆଦର୍ଶ ଆଚାର ସଂହିତା ଲାଗୁ ହୋଇସାରିଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି କି, କୌଣସି ବି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ଆପଣଙ୍କ ଘର କାନ୍ଥରେ ନିଜର ବିଜ୍ଞାପନ ଲଗାଇ ପାରିବେ ନାହିଁ । ସାଧାରଣତଃ ଲୋକଙ୍କୁ ଏସଂପର୍କରେ ଜ୍ଞାନ ନଥାଏ କି, ତାଙ୍କ ଘର କାନ୍ଥରେ ବିନା ତାଙ୍କ ସହମତିରେ ଯଦି କୌଣସି ରାଜନୈତିକ ଦଳ କିମ୍ବା ନିର୍ବାଚନ ଲଢୁଥିବା ପ୍ରାର୍ଥୀ ବିଜ୍ଞାପନ ଲଗାନ୍ତି ତେବେ ତାଙ୍କର ନିର୍ବାଚନ ପ୍ରାର୍ଥିପତ୍ର ରଦ୍ଦ ହୋଇପାରେ । ଏଥିପାଇଁ ପ୍ରଥମେ ଆପଣଙ୍କୁ ଜାଣିବାକୁ ହେବ କି ଆଦର୍ଶ ନିର୍ବାଚନ ଆଚାର ସଂହିତା କଣ ? ଏବଂ ଏନେଇ ଅଭେଯାଗ କିଭଳି ଓ କେଉଁଠି କରିବେ ?

ଆଦର୍ଶ ନିର୍ବାଚନ ସଂହିତା କଣ?

• କାହାର ବିନା ଅନୁମତିରେ ତାଙ୍କ ଘରର କାନ୍ଥ, କିମ୍ବା ବ୍ୟକ୍ତିଗତ ସଂପତି କୌଣସି ରାଜନୈତିକ ଦଳ ବ୍ୟବହାର କରିପାରିବେ ନାହିଁ । ସେହିପରି କୌଣସି ଦଳର ସଭା କିମ୍ବା ପଟୁଆରରେ ବାଧ ଦେଇପାରିବେ ନାହିଁ ।

• କୌଣସି ବି ଦଳ ଏଭଳି କାମ ନକରିବା ଉଚିତ୍, ଯାହାଦ୍ୱାରା ଜାତି କିମ୍ବା ଧର୍ମ ବା ଭାଷା ସମୁଦାୟ ମଧ୍ୟରେ ମତଭେଦ ବୃଦ୍ଧିପାଉଁ କିମ୍ବା ଘୃଣା ମନୋଭାବ ବ୍ୟାପୁ ।

• ରାଜନୈତିକ ଦଳଗୁଡିକର ଆଲୋଚନା କାର୍ଯ୍ୟକ୍ରମ ଏବଂ ନୀତିଗୁଡିକ ଭିତରେ ସୀମିତ ଥିବା ଉଚିତ, ନା ହିଁ ବ୍ୟକ୍ତିଗତ ।

• ଧାର୍ମିକ ସ୍ଥାନର ବ୍ୟବହାର ନିର୍ବାଚନ ପ୍ରଚାରର ମଂଚ ଭାବରେ ଉପଯୋଗ କରା ନଯିବା ଉଚିତ ।

• ମତ ପାଇବା ପାଇଁ ଭ୍ରଷ୍ଟ ଆଚରଣର ଉପଯୋଗ କରନ୍ତୁ ନାହିଁ, ଯେପରିକି, ଲାଂଚ ଦେବା, ମତଦାତାଙ୍କୁ ହଇରାଣ କରିବା ଇତ୍ୟାଦି ।

• ସେହିପରି ରାଜନୈତିକ ଦଳ ଏଭଳି କୌଣସି ବି ଅପିଲ ଜାରି କରିବେ ନାହିଁ, ଯେଉଁଥିରେ କାହାର ଧାର୍ମିକ କିମ୍ବା ଜାତିଗତ ଭାବନାଆଘାତ ଦେଲାଭଳି ହେଉଥିବ ।

ରାଜନୈତିକ ସଭା କାର୍ଯ୍ୟକ୍ରମ ସହ ଜଡିତ କିଛି ନିୟମ

• ସଭା-ସ୍ଥଳରେ ଲାଉଡସ୍ପିକର ବ୍ୟବହାର କରିବାର ଅନୁମତି ପୂର୍ବରୁ ଆଣିବାକୁ ହେବ ।

• ସଭାର ଆୟୋଜକ ବାଧା ସୃଷ୍ଟିକରୁଥିବା ଲୋକଙ୍କୁ ସାମ୍ନା କରିବା ପାଇଁ ପୁଲିସର ସହାୟତା ଦେବାକୁ ହେବ ।

• ସଭା ସ୍ଥଳି ଏବଂ ସମୟର ପୂର୍ବ ସୂଚନା ପୁଲିସ ଅଧିକାରୀଙ୍କ ଦେବାକୁ ହେବ ।

ତେବେ ଯଦି କୌଣସି ବ୍ୟକ୍ତିଙ୍କୁ ଲାଗେ କି. କୌଣସି ରାଜନୈତିକ ଦଳ ବା ପ୍ରାର୍ଥୀ ନିର୍ବାଚନ ଆଚାର ସଂହିତାର ଉଲ୍ଲଂଘନ କରୁଛନ୍ତି ତେବେ ତାଙ୍କ ବିରୋଧରେ ଅଭିଯୋଗ ନିର୍ବାଚନ ଆୟୋଗଙ୍କ ନିକଟରେ କରିପାରିବେ । କାରଣ ନିର୍ବାଚନ ଆୟୋଗ ବିଭିନ୍ନ ରାଜ୍ୟରେ ନିଜର ଏକ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥାନ୍ତି । ତେବେ ଯଦି କୌଣସି ବ୍ୟକ୍ତିଙ୍କୁ ଲାଗୁଛି କି, ନିର୍ବାଚନ ଆଚାର ସଂହିତାର ଉଲ୍ଲଂଘନ କରାଯାଉଛି, ତେବେ ସେ ଏନେଇ ସିଆସଳଖ ଭାବରେ ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିପାରିବେ । ଏଥିପାଇଁ ଆୟୋଗର ଏକ ଆପ୍ ମଧ୍ୟ ଆପଣଙ୍କ ସହାୟତା କରିବ । ଯାହାର ନାଁ ରହିଛି C-VIGIL APP  । ତେବେ କୌଣସି ବି ବ୍ୟକ୍ତି ଏହି ଆପକୁ ଡାଉନଲୋଡ କରି ବ୍ୟବହାର କରିପାରିବେ ।