ଯୌନ ସଂପର୍କ ଧର୍ଷଣ ନୁହେଁ ! ବିବାହ ପୂର୍ବରୁ ଶାରୀରିକ ସଂପର୍କ ପାଇଁ ପ୍ରେମିକା ରହିବେ ଉତ୍ତରଦାୟୀ

166

ବିବାହର ପ୍ରତିଶୃତି ଦେଖାଇ ଶାରୀରିକ ସମ୍ବନ୍ଧ ସ୍ଥାପନ କରିଥିବା ମାମଲାଗୁଡିକୁ ଦୁଷ୍କର୍ମ ବୋଲି ବିବେଚନା କରାଯିବ ନାହିଁ । ଜଣେ ୨୧ ବର୍ଷୀୟ ପ୍ରେମିକକୁ ଆଗୁଆ ଜାମିନ୍ ପ୍ରଦାନ କରିବାବେଳେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ବିତର୍କ ।

ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ଦେଉଛି ଧୋକ୍କା । ଘର ସଂସାରର ପ୍ରଲୋଭନ ଦେଖାଇ ପ୍ରେମିକ ଲୁଟୁଛି ସର୍ବସ୍ୱ । ମନ ଓ ଦେହ ସହ ଖେଳିବା ପରେ ପ୍ରେମିକାକୁ କରି ଦେଉଛି ଏକା । ଆଉ ନ୍ୟାୟ ପାଇଁ ପ୍ରେମିକା, ନିଜେ ପ୍ରେମିକ ନାଁରେ କୋର୍ଟରେ ଦାୟର କରୁଛି ଧର୍ଷଣ ମାମଲା । ଏମିତି ଅନେକ କେସ୍ ନଜର ଆସିବା ପରେ ବମ୍ବେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ । କହିଛନ୍ତି ବିବାହ ପୂର୍ବରୁ ସହମତିଭିର୍ତ୍ତିରେ ଶାରୀରିକ ସଂପର୍କ, ଧର୍ଷଣ ମାମଲାରେ ପରିଣତ ହେବ ନାହିଁ । ଅର୍ଥାତ୍ ଜଣେ ଶିକ୍ଷିତ ଝିଅ ବିବାହ ପୂର୍ବରୁ ଶାରୀରିକ ସଂପର୍କ ସ୍ଥାପନ କରିବା ତାର ନିଜସ୍ୱ ଇଚ୍ଛା । ଆଉ ଧୋକ୍କା ଖାଇବାପରେ ପ୍ରେମିକ ବିରୋଧରେ ଧର୍ଷଣ ମାମଲା ରୁଜ୍ଜୁ କରି ପାରିବ ନାହିଁ ।

କୋର୍ଟ ଆହୁରୀ ବି କହିଛନ୍ତି, ବିବାହ ପର୍ଯ୍ୟନ୍ତ କୁଆଁରୀ ରହିବା ଜଣେ ଯୁବତୀର ଦାୟିତ୍ୱବୋଧ ବୋଲି ବଂଶାନୁକ୍ରମିକ ଭାବେ ଚଳି ଆସୁଛି । ଏଭଳି ସମୟରେ ନୈତିକତାର ଦ୍ୱାହି ଦେଇ ଧୋକ୍କା ଦେଇଥିବା ପ୍ରେମିକ ବିରୋଧରେ ଧର୍ଷଣ ମାମଲା ରୁଜ୍ଜୁ କରିବା ଆଦୌ ଯଥାର୍ଥ ନୁହେଁ । ତେବେ କୋର୍ଟଙ୍କ ଏପରି ରାୟକୁ ମହିଳା ସଂଗଠନ କଡା ବିରୋଧ କରିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ :