ଏଣିକି ଆଉ ଦୌଡିବାକୁ ପଡିବନି ଆରଟିଓ ଅଫିସ୍ । ଅତି ସହଜରେ ତିଆରି କରିପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ପୂରା ପ୍ରକ୍ରିୟା

116

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆପଣଙ୍କୁ ଏଣିକି ଆଉ କୌଣସି ଆରଟିଓ ଅଫିସର ଚକ୍କର କାଟିବାକୁ ପଡିବ ନାହିଁ । କାରଣ ସରକାରଙ୍କର ଏହି ନୂଆ ସୁବିଧା ଆସିବା ପରେ ପରେ ଏବେ ଡିଏଲ ବନାଇବା ଖୁବ୍ ସହଜ ହୋଇଯିବ ।

ମିଳିଥିବା ସୂଚନା ମୁତାବକ, ସରକାର ତହସିଲ ଏବଂ ସହରମାନଙ୍କରେ ଜନସୁବିଧା କେନ୍ଦ୍ର ଖୋଲିବାକୁ ଯାଉଛନ୍ତି । ଯାହାଦ୍ୱାରା ଲୋକେ ଡ୍ରାଇଭିଂ ଲାଇସେନ୍ସ , ଆୟ, ଜାତିଗତ ପ୍ରମାଣ ପତ୍ର ତିଆରି କରିପାରିବେ । ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଏଥିପାଇଁ ସାରଥି ନାମକ ଏକ ସ୍ୱତନ୍ତ୍ର ସଫ୍ଟଓୟାର ପ୍ରସ୍ତୁତ କରାଯାଉଛି । ଯାହାକି ଖୁବ ଶୀଘ୍ର ହିଁ ଦେଶର ବିଭିନ୍ନ ଆରଟିଓ, ଏଆରଟିଓ ଏବଂ ଜନ ସୁବିଧା କେନ୍ଦ୍ରମାନଙ୍କରେ ଯୋଡିଦିଆଯିବ । ଏହାପରେ ଗ୍ରାମୀଣ କ୍ଷେତ୍ରରେ ଲୋକଙ୍କୁ ବିଭିନ୍ନ ପ୍ରକାରର ପ୍ରମାଣ ପତ୍ର ତିଆରି କରିବା ପାଇଁ ଆଉ କୌଣସି ଅଫିସକୁ ବାରମ୍ବାର ଦୌଡିବାକୁ ପଡିବନାହିଁ ।

ଜନସୁବିଧା କେନ୍ଦ୍ରରେ ଆଧାର କାର୍ଡ ପଂଜିକରଣ, ଭୋଟର ପ୍ରମାଣ ପତ୍ର , ରୋଜଗାର ଏବଂ ଜାତିଗତ ପ୍ରମାଣ ପତ୍ର, ଇମେଲ, ରୋଜଗାର ପଂଜିକରଣ ଇତ୍ୟାଦି କରାଯିବ । ଯେଉଁଥିପାଇଁ କିଛି ଫିସ ମଧ୍ୟ ତାଙ୍କୁ ଦେବାକୁ ପଡିବ । ଡ୍ରାଇଭିଂ ଲାଇସେନ୍ସକୁ ବି ଜନସୁବିଧା କେନ୍ଦ୍ର ସହ ଖୁବ୍ ଶୀଘ୍ର ଯୋଡିଦିଆଯିବ । ତେବେ ଏହି ଯୋଜନା ପ୍ରଥମ ଚରଣରେ ୫୦ଟି ଦୋକାନୀଙ୍କୁ ଲାପଟପ ଏବଂ ପ୍ରିଂଟର ଦିଆଯିବ । ଏହାପରେ ଅନ୍ୟ ଦୋକାନୀଙ୍କୁ ମଧ୍ୟ ଏହି ଯୋଜନା ସହିତ ଯୋଡାଯିବ । ପ୍ରଥମ ଚରଣରେ ବି ସମସ୍ତ ଦୋକାନୀଙ୍କୁ ଅନଲାଇନ କାର୍ଯ୍ୟଗୁଡିକ ପାଇଁ ତାଲିମ ଦିଆଯିବ । ଏଥିପାଇଁ ଶିକ୍ଷିତ ବ୍ୟକ୍ତିଙ୍କୁ ହିଁ ଦାୟିତ୍ୱ ଦିଆଯିବ ।

ଏବେ ଜାଣନ୍ତୁ କେଉଁ କାର୍ଯ୍ୟ ପାଇଁ ଦେବାକୁ ପଡିବ କେତେ ଫିସ୍

ଆଧାର ପଂଜିକରଣ- କୌଣସି ଫିସ ଦେବାକୁ ପଡିବ ନାହିଁ ।

ବାୟୋମେଟ୍ରିକ୍ ଅପଡେଟ୍- ୧୫ ଟଙ୍କା ।

ଇ-ଆଧାର ପ୍ରିଂଟିଂ- ୧୦ ଟଙ୍କା ।

ଆୟ ଏବଂ ଜାତିଗତ ପ୍ରମାଣପତ୍ର- ୩୦ ଟଙ୍କା ।

ଅନ୍ୟାନ୍ୟ ସେବା ପାଇଁ- ୩୦ ଟଙ୍କା

ସୌଜନ୍ୟ: ଅମର ଉଜାଲା