ଆପଣ ଗାଡି ଚଲାଉଛନ୍ତି କି ? ଏଣିକି ଆପଣଙ୍କ ନିକଟକୁ ବି ଆସିବ ଆଲର୍ଟ ମେସେଜ, ଯାହାକୁ ବିନା ପଢି ଡିଲିଟ୍ କଲେ ହେବ ଅନେକ ଅସୁବିଧା

40

ଯଦି ଆପଣ ଡ୍ରାଇଭିଂ କରୁଛନ୍ତି ତେବେ ଆପଣଙ୍କର ମୋବାଇଲକୁ ଏକ ଏସଏମଏସ ଆସିପାରେ । କିନ୍ତୁ ଉକ୍ତ ମେସେଜଟିକୁ ବିନା ପଢି ଡିଲିଟ୍ କରିବାର ଭୁଲ କରନ୍ତୁ ନାହିଁ । ତେବେ କାହିଁକି ପଢନ୍ତୁ ପୂରା ଖବର ।

ସୂଚନା ମୁତାବକ, ଗାଡିର ଇନସ୍ୟୁରାନ୍ସ , ଫିଟନେସ କେବେ ଶେଷ ହେବ , ପଂଜିକରଣ ଏବଂ ଟାକ୍ସ କେତେ ଯାଏଁ ମାନ୍ୟ ଭଳି ସମସ୍ତ ଟିକିନିଖି ସୂଚନା ଏବେ ପ୍ରତ୍ୟେକ ଗାଡିଚାଲକଙ୍କ ନିକଟକୁ ମେସେଜ ଯୋଗେ ପଠାଯିବ । ଯାହାକୁ ଡିଭିଜନାଲ ଟ୍ରାନ୍ସପର୍ଟ ଡିପାର୍ଟମେଂଟ ପକ୍ଷରୁ ଜାରି କରାଯାଇଛି । ଯାହାଦ୍ୱାରା ଗାଡି ମାଲିକମାନେ ଆଂଶୁ ଅସୁବିଧାରୁ ବର୍ତ୍ତୀ ପାରିବେ ।

ତେବେ ଡିଭିଜନାଲ ଟ୍ରାନ୍ସପର୍ଟ ଡିପାର୍ଟମେଂଟ ଏସମ୍ବନ୍ଧରେ ଏନଆଇସି ସହ ଆଲୋଚନା ଜାରି ରଖିଛି । ଆଶା କରାଯାଉଛି କି, ନୂଆବର୍ଷଠାରୁ ଏହି ସୁବିଧା ସମସ୍ତ ଗାଡିମାଲିକଙ୍କୁ ଦିଆଯିବ । ଏଥିପାଇଁ ଗାଡିମାଲିକମାନେ ସମ୍ବନ୍ଧିତ ବିଭାଗର ୱେବସାଇଟକୁ ଯାଇ ନିଜ ଗାଡିର ପଂଜିକରଣ ସଂଖ୍ୟା ଏବଂ ମୋବାଇଲ ନମ୍ବର ଦାଖଲ କରିବାକୁ ପଡିବ ।

ଡିଭିଜନାଲ ଟ୍ରାନ୍ସପର୍ଟ ଡିପାର୍ଟମେଂଟରେ ଗାଡି ସଂବନ୍ଧୀୟ ଅଧିକାଂଶ କାମକାର୍ଯ୍ୟକୁ ଅନଲାଇନ୍ କରିଦିଆଯାଇଛି । ଯାହାକି ଗାଡିମାଲିକଙ୍କୁ ଆଶ୍ୱସ୍ତି ଦେଇଛି । ଜାନୁଆରୀ ମାସରୁ ଗାଡିମାଲିକଙ୍କୁ ସେମାନେ ବ୍ୟବହାର କରୁଥିବା ଗାଡିର ଇନସ୍ୟୁରାନ୍ସ, ଟାକ୍ସ, ଫିଟନେସ ବେଂ ରେଜିଷ୍ଟେସନ ସମ୍ବନ୍ଧରେ ସୂଚନା ମଧ୍ୟ ମେସେଜ ଜରିଆରେ ମିଳିବା ଆରମ୍ଭ ହୋଇଯିବ ।

ଆରଟିଓ ସୁଧାଂଶୁ ଗର୍ଗଙ୍କ କହିବା ଅନୁସାରେ, ବିଭାଗୀୟ ୱେବସାଇଟକୁ ଯାଇ ଗାଡି ପଂଜିକରଣ ଏବଂ ମୋବାଇଲ ନମ୍ବର ଦାଖଲ କରିବା ଦ୍ୱାରା ପରିବହନ କାର୍ଯ୍ୟାଳୟ ତରଫରୁ ସମୟ ସମୟରେ ମେସେଜ ଆସିବ । ତେବେ ଏହି ସେବାର ଆରମ୍ଭ ଜାନୁଆରୀ ସୁଦ୍ଧା ହୋଇପାରେ ବୋଲି ଆଶା କରାଯାଉଛି ।