କମେଡ଼ି କରି ଫସିଗଲେ । ମୋଦିଙ୍କୁ ପରିହାସ କରି ବିବାଦରେ ଏଆଇବି

48

ପୁଣି ଥରେ ବିବାଦରେ କମେଡ଼ି ଗ୍ରୁପ୍ ଏଆଇବି । ଏଆଇବି ଏଥରକ କୌଣସି ଅଶ୍ଳୀଳତା ପାଇଁ ନୁହେଁ ବରଂ ଏକ ଫଟୋ ପାଇଁ ବିବାଦ ଘେରକୁ ଟାଣି ହୋଇଯାଇଛି । ଏହି କମେଡ଼ି ଗ୍ରୁପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିବିଶେଷଙ୍କ ଫଟୋକୁ ନିଜ ଟୁଇଟର ପେଜରେ ପୋଷ୍ଟ କରି ତାର ପରିହାସ କରିଛି । ଆଉ ଯେତେବେଳେ ଏହାକୁ ନେଇ ଜନଅନ୍ତୋଷ ଦେଖାଦେଇଥିଲା ସେତେବେଳେ ସେ ଏହି ପୋଷ୍ଟଟିକୁ ହଟାଇ ଦେଇଥିଲା । ଯଦିଓ ମୁମ୍ବାଇ ପୁଲିସ୍ ପୋଷ୍ଟଟିକୁ ତଦନ୍ତ ପାଇଁ ସାଇବର ସେଲକୁ ପଠାଇଦେଇଛି ତେବେ ଏହି ଘଟଣାରେ କମେଡିଆନ ତନ୍ମୟ ଭଟ୍ଟଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି ।

ଟୁଇଟରେ ପୋଷ୍ଟ କରିବାର ମାତ୍ର କିଛି ସମୟରେ ପରେ ଯଦିଓ ଏହାକୁ ଡିଲିଟ୍ କରିଦିଆଯାଇଥିଲା । କିନ୍ତୁ କୌଣସି ବି ଫରକ ପଡିନଥିଲା । ଗ୍ରୁପର କମେଡିଆନ ତନ୍ମୟ ଭଟ୍ଟ ଟୁଇଟ୍ କରିଥିଲେ, ‘ଆମେ ଜୋକ୍ସ ତିଆରି କରୁଥିବୁ ଏବଂ ଆବଶ୍ୟକସ୍ଥଳେ ମଧ୍ୟ ଏହାକୁ ଡିଲିଟ୍ କରିପାରିବୁ । କିନ୍ତୁ ଏହାପରେ ମଧ୍ୟ ଏପରି ଜୋକ୍ସ ବନାଇବା କେବେ ବନ୍ଦ ହେବନି । ଦରକାର ପଡିଲେ ଏଥିପାଇଁ ଆମେ କ୍ଷମା ବି ମାଗିବୁ । ଆମ ବିଷୟରେ କିଏ କଣ ଚିନ୍ତା କରୁଛି ଏହାଦ୍ୱାରା ଆମକୁ କୌଣସି ବି ଫରକ ପଡିବ ନାହିଁ’ । ଏଠାରେ ଆମେ କହି ରଖୁଛୁ କି କମେଡ଼ି ଗ୍ରୁପ୍ ଏଆଇବି ପୂର୍ବରୁ ମଧ୍ୟ ଅନେକ ବିବାଦରେ ରହି ଆସିଛି । ୨ ବର୍ଷ ପୂର୍ବେ ଏହି କମେଡ଼ି ଗ୍ରୁପ୍ ବିରୋଧରେ ଅଶ୍ଳୀଳତା ଖେଳାଉଥିବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ଆସିଥିଲା ।

ଏଆଇବି ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ଏକ ରେଳଷ୍ଟେସନରେ ଠିଆ ହୋଇ ମୋବାଇଲ୍ ଚେକ୍ କରୁଥିବାର ଦର୍ଶାଯାଇଛି । ଯାହା ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ସୌଜନ୍ୟ: ଏନଡିଟିଭି