ସମସ୍ତଙ୍କ ସାମ୍ନାରେ ରଣବୀର ସିଂଙ୍କୁ ଗାଳିଦେଲେ ବିଗ୍ ବି ! ଜାଣନ୍ତୁ କାହିଁକି ନାରାଜ ଥିଲେ ଅମିତାଭ ବଚ୍ଚନ

70

ବଲିଉଡ଼ ତାରକା ରଣବୀର ସିଂ ଖୁବ ଅଳ୍ପ ସମୟରେ ହିଁ ସିନେ ଦୁନିଆରେ ଏକ ବଡ଼ ତାରକା ପାଲଟି ଯାଇଛନ୍ତି । ତାଙ୍କର ବହୁ ସିନେମା ଗୋଟିଏ ପରେ ଗୋଟିଏ ହିଟ୍ ହେବାରେ ଲାଗିଛି । ଏବେ ସେ ସଞ୍ଜୟ ଲୀଲା ଭନସାଲୀଙ୍କ ସିନେମା ‘ପଦ୍ମାବତୀ’ର ସୁଟଂରେ ବ୍ୟସ୍ତ ଅଛନ୍ତି । ୬ ଜୁଲାଇରେ ସେ ଦୀପିକାଙ୍କ ସହ ନିଜର ଜନ୍ମଦିନ ପାଳନ କରିଛନ୍ତି ।

ନିକଟରେ ଅମିତାଭ ବଚ୍ଚନ ରଣବୀର ସିଂଙ୍କୁ ସମସ୍ତଙ୍କ ଆଗରେ ଗାଳି ଦେଇଛନ୍ତି । ପ୍ରକୃତ କଥା ହେଲା ଅଭିତାଭ ବଚ୍ଚନ ରଣବୀର ସିଂଙ୍କୁ ତାଙ୍କ ଜନ୍ମଦିନରେ ମେସଜ କରି ଅଭିନ୍ଦନ ଜଣାଇଥିଲେ । କିନ୍ତୁ ୮ ଦିନ ବିତି ଗଲେ ମଧ୍ୟ ରଣବୀର ବିଗ୍ ବିଙ୍କ ମେସେଜର କୌଣସି ପ୍ରତ୍ୟୁତ୍ତର ଦେଇନଥିଲେ ।

ଯେତେବେଳ ରଣବୀର ନିଜର ଜନ୍ମଦିନ ପାଇଁ ଟ୍ୱିଟରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ, ସେତେବଳେ ହିଁ ବିଗ୍ ବି ତାଙ୍କୁ ଗାଳି କରିଥିଲେ । ବିଗ୍ ବି କହିଲେ ମୁଁ ଜନ୍ମଦିନରେ ତୁମକୁ ଅଭିନନ୍ଦନ ଜଣାଇଲି କିନ୍ତୁ ମୋତେ କିଛି ଉତ୍ତର ମଳିଲା ନାହିଁ । କ’ଣ ତୁମେ ମୋ ମେସଜ ଦେଖିନାହିଁ ।

ବିଗ୍ ବିଙ୍କ ଏପରି ଟ୍ୱିଟ ଦେଖି ଡରିଗଲେ ରଣବୀର ଏବଂ ମୁଁ ଆପଣଙ୍କୁ ଉତ୍ତର ଦେଇଥିଲି ବୋଲି ସେ କହିଥିଲେ । ଏହାସହ ରଣବୀର କହିଥିଲେ ଆପଣ ହିଁ ମୋତେ ମୋ ଜନ୍ମଦିନରେ ପ୍ରଥମେ ଅଭିନନ୍ଦନ ଜଣାଇଥିଲେ । ରଣବୀର କପୁର କେମିତି ନା କେମତି କଥାକୁ ସମ୍ଭାଳି ନେଇଥିଲେ ।