କର୍ମଚାରୀଙ୍କୁ ନିଜ ଜୀବନସାଥୀ ଖୋଜିବାକୁ ମିଳିଥାଏ ଅତିରିକ୍ତ ଛୁଟି ! ବିବାହ କରିବା ଦ୍ୱାରା ବୋନସ୍ ବି ଦେଇଥାଏ କଂପାନୀ

111

ଥରେ ଚିନ୍ତା କରନ୍ତୁ ତ ଆପଣ କାମ କରୁଥିବା କଂପାନୀ ଯଦି ଆପଣଙ୍କୁ ଆପଣଙ୍କର ଜୀବନସାଥୀ ଖୋଜିବାକୁ ଛୁଟି ଅଫର କରେ, ତେବେ କେତେ ଭଲ ହୁଅନ୍ତି ନା । ଆମେ ଆପଣଙ୍କୁ ଏଭଳି କହିବାର ତାତ୍ପର୍ଯ୍ୟ ହେଲା ବିଶ୍ୱରେ ଏଭଳି ବି କଂପାନୀ ରହିଛି, ଯେଉଁଠି କର୍ମଚାରୀଙ୍କୁ ସେମାନଙ୍କର ଲାଇଫ୍ ପାର୍ଟନର ଖୋଜିବାକୁ ଅଲଗା ଛୁଟିଦେଇଥାଏ । ଆଜ୍ଞା ହଁ ! ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଚୀନରେ ଏଭଳି ଏକ କଂପାନୀ ରହିଛି , ଯେଉଁଠି ଅବିବାହିତା ମହିଳା କର୍ମଚାରୀଙ୍କୁ ସାପ୍ତାହିକ ଛୁଟି ଏବଂ ପର୍ବ ପର୍ବାଣୀ ଛୁଟି ବ୍ୟତୀତ ନିଜ ପାଇଁ ଜୀବନ ସାଥୀ ଖୋଜିବାକୁ ଅତିରିକ୍ତ ଅବକାଶ ଦିଆଯାଇଥାଏ ।

ଏହି କଂପାନୀ ପୂର୍ବ ଚୀନର ଡୋନିୟାଙ୍ଗରେ ରହିଛି । ଯେଉଁଠି ୩୦ ବର୍ଷ କିମ୍ବା ଏହାଠାରୁ ଅଧିକ ବର୍ଷର ଅବିବାହିତା ମହିଳା କର୍ମଚାରୀମାନଙ୍କୁ ପର୍ବପର୍ବାଣୀ ଦିନମାନଙ୍କରେ ଅତିରିକ୍ତ ଅବକାଶ ମିଳିଥାଏ, ଯାହାଦ୍ୱାରା ମହିଳାମାନେ ନିଜ ପାଇଁ ଜଣେ ଉପଯୁକ୍ତ ଜୀବନ ସାଥୀ ବାଛିପାରିବେ । କଂପାନୀ ସୂଚନା ମୁତାବକ, ଯେଉଁ ମହିଳା କର୍ମଚାରୀମାନଙ୍କୁ ୮ ଦିନର ପେଡ୍ ଭ୍ୟାକେନ୍ସି ଦରକାର, ତାଙ୍କୁ ଅବକାଶ ସମୟରେ ଅନେକ ଲୋକଙ୍କୁ ଭେଟିବାକୁ ପଡିବ । ଆଉ ଯଦି ସେ ସେହି ବର୍ଷ ୩୧ ଡିସେମ୍ବର ସୁଦ୍ଧା ବିବାହ କରନ୍ତି ତେବେ ଆଗାମୀ ବର୍ଷରେ ତାଙ୍କୁ ଦୁଇ ଗୁଣା ବୋନସ୍ କଂପାନୀ ପକ୍ଷରୁ ଦିଆଯିବ । ତେବେ କଂପାନୀର ଏଭଳି ନିୟମରେ ସେଠାରେ କାମ କରୁଥିବା ମହିଳା କର୍ମଚାରୀମାନେ ବେଶ୍ ଖୁସି ଅଛନ୍ତି । ମାତ୍ର ପୁରୁଷ କର୍ମଚାରୀମାନେ କଂପାନୀର ଏହି ନୀତିକୁ ଖୁବ୍ ବିରୋଧ କରୁଛନ୍ତି ।

କଂପାନୀର କହିବା କଥା ହେଲା କି, ପୁରୁଷ କର୍ମଚାରୀମାନେ ମିଟିଂ କିମ୍ବା କୌଣସି କାମରେ ଅଧିକାଂଶ ସମୟରେ ବାହାରକୁ ଯାଇଥାନ୍ତି, ଯେଉଁଠି ତାଙ୍କୁ ନୂଆ ନୂଆ ଲୋକଙ୍କ ସହ ମିଶିବାର ସୁଯୋଗ ମିଳିଥାଏ । କିନ୍ତୁ ମହିଳାମାନଙ୍କୁ ଏହି ସୁଯୋଗ ମିଳିନଥାଏ । ତେଣୁ କଂପାନୀ ତରଫରୁ ଖାସ୍ କରି ମହିଳା କର୍ମଚାରୀମାନଙ୍କ ପାଇଁ ଏଭଳି ନିୟମ ପ୍ରଣୟନ କରାଯାଇଛି ।