ଘରେ ଗାଈ-ମଇଁଷି ରଖିଛନ୍ତି କି? ତେବେ ପ୍ରତିମାସ ସରକାର ତରଫରୁ ଆପଣଙ୍କୁ ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିଭଳି ଉଠାଇବେ ଫାଇଦା

98

ଘରେ ଗାଈ କିମ୍ବା ମଇଁଷି ପାଳୁଥିବା ଲୋକଙ୍କ ପାଇଁ ଖୁସି ଖବର । କାରଣ ଡାଏରୀ ଫାର୍ମ ଚଲାଉଥିବା ଲୋକଙ୍କର ମାସିକ ଆୟରେ ଏବେ ନିଶ୍ଚିତ ରୂପରେ ହଜାର ହଜାର ଟଙ୍କାର ମୁନାଫା ହେବା ଏକପ୍ରକାରେ ସୁନିଶ୍ଚିତ । ଏଣିକି ଆପଣ ଗାଈ କିମ୍ବା ମଇଁଷିର ଗୋବରକୁ ବିକ୍ରିକରି ବି ଟଙ୍କା ରୋଜଗାର କରିପାରିବେ । ତେବେ କିପରି ଜାଣିବା ପାଇଁ ପଢନ୍ତୁ ପୂରା ଖବର ।

ସୂଚନା ମୁତାବକ, ଉତ୍ତର ଦିଲ୍ଲୀ ନଗର ନିଗମରୁ ଏହି କଥାର ପ୍ରଚାର କରାଯାଇ ଭଲସ୍ତା ଡାଏରୀରେ ଗୋଟିଏ ବାୟୋ ମିଥନାଇଜେସନ୍ ପ୍ଲାଣ୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଏଥିରେ ବ୍ୟବହାର ହେଉଥିବା ଟନ୍ ଟନ୍ ଗୋବର ପାଇଁ ଗୋପାଳକଙ୍କୁ ୬୫୧ ଟଙ୍କା ମଧ୍ୟ ମିଳିବ । ଏହି ଯୋଜନାକୁ ସବୁଜ ସଂକେତ ମିଳିବା ପରେ ଗୋଶାଳାରେ ଗୋବର ଜାମ୍ ହେବାର ଅସୁବିଧା ରହିବ ନାହିଁ । ପ୍ରଥମେ କିଛି ଡାଏରୀକୁ ଏଥିରେ ସାମିଲ କରାଯିବ ଏହାପରେ ଅନ୍ୟ ଡାଏରୀ ମଧ୍ୟ ଏଥିରେ ସାମିଲ ହେବେ । ଏହି ଯୋଜନା ପାଇଁ ପ୍ରଥମେ ଟେଣ୍ଡର ଜାରି କରାଯିବା ପରେ ଏଥିପାଇଁ ଜମି ଚିହ୍ନଟ କରାଯିବ ।

ତେବେ ନିଗମର ଆଗାମୀ ବୈଠକରେ ଏହି ଯୋଜନାକୁ ସବୁଜ ସଂକେତ ମିଳିବା ନେଇ ଲକ୍ଷ ରହିଛି । ପ୍ଲାଣ୍ଟ ପ୍ରସ୍ତୁତ ହେବା ପରେ ସଂଚାଳନ ପାଇଁ ଏଜେନ୍ସିକୁ ତିନି କୋଟି ଟଙ୍କା ପଇଠ କରିବାକୁ ପଡିବ । ଦୁଇ ଡାଏରୀ ପାଇଁ ପ୍ରତିଦିନ ୧୬୦ ଟନ୍ ଗୋବର ବାହାରୁଛି । ଯାହାକୁ ବାୟୋ ମେଥନାଇଜେସନ୍ ପ୍ଲାଣ୍ଟ ପାଇଁ ବ୍ୟବହାର କରାଯିବ । ଗୋପାଳକଙ୍କୁ ପ୍ରତି ଟନ୍ ପାଇଁ ଏଜେନ୍ସି ତରଫରୁ ୬୫୧ ଟଙ୍କା ଦେବାକୁ ପଡିବ ।