ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଉପକାରୀ କ୍ରୋମିୟମ୍ : ରକ୍ତ ଚାପ ନିୟନ୍ତ୍ରଣ , ଓଜନ ହ୍ରାସ ଏବଂ ହୃଦରୋଗ ସମସ୍ୟାର କରେ ଉପଚାର

72

ଯଦି ଆପଣଙ୍କର ବ୍ଲଡ୍ ସୁଗାର୍ ନିୟନ୍ତ୍ରଣ , ଓଜନ ହ୍ରାସ ଏବଂ ହୃଦରୋଗର ଉପଚାର ପାଇଁ ଆବଶ୍ୟକ କିଛି ସାମଗ୍ରୀ ତେବେ ତାହା ହେଲା କ୍ରୋମିଅମ୍ । ଏହା ଏକ ପ୍ରକାରର ଧାତୁ, ଯାହାର ବ୍ୟବହାର ସାଧାରଣତଃ ଶିଳ୍ପ କ୍ଷେତ୍ରରେ ପରିଲକ୍ଷିତ ହୁଏ। କିନ୍ତୁ କ’ଣ ଜାଣନ୍ତି କି ଆମ ଶରୀର ପାଇଁ ବି ଏହାର ଆବଶ୍ୟକତା ରହିଛି ।

ପ୍ରଥମେ ଜାଣନ୍ତୁ କେଉଁସବୁ ଖାଦ୍ୟ ପାନୀୟରେ କ୍ରୋମିୟମ୍ ମିଳିଥାଏ। ଏହା ସାଧାରଣତଃ ସେଓ, ନାସପାତି, କଦଳୀ, କମଳା, ମାଂସ, ବ୍ରୋକଲି , ନଡ଼ିଆ, ଅମୃତଭଣ୍ଡା, ଅଣ୍ଡା, ବାଦାମ, ଅଦା, ଆଳୁ, ରସୁଣ ଓ ତୁଳସୀ ପତ୍ରରେ ମିଳିଥାଏ।
ଏବେ ଆସନ୍ତୁ ଜାଣିବା କ୍ରୋମିଅମ୍ ଆମର କେଉଁ ଉପକାରରେ ଆସିଥାଏ?

• ମଧୁମେହ ରୋଗୀଙ୍କ ଶରୀରରେ କ୍ରୋମିଅମ୍ କମ୍ ରହିଥାଏ। ଏଣୁ କ୍ରୋମିଅମ୍ ଯୁକ୍ତ ଖାଇଲେ ବ୍ଲଡ୍ ସୁଗାର୍ ନିୟନ୍ତ୍ରିତ ହୋଇଥାଏ। ଅନେକ ସମୟରେ ଡାକ୍ତର ରୋଗୀଙ୍କୁ କ୍ରୋମିଅମର ବାହ୍ୟ ଖୋରାକ ଦେଇଥାଆନ୍ତି।

• ତ୍ୱଚା ପାଇଁ ଜରୁରୀ: ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ କ୍ରୋମିଅମ ଉପକାରୀ। ଶରୀରରେ କ୍ରୋମିଅମର ମାତ୍ରା କମ୍ ଥିଲେ ମୁହଁରେ ବ୍ରଣ ଉଠିଥାଏ। କ୍ରୋମିଅମ୍ ଇନସୁଲିନ ରିଲିଜ୍ କରୁଥିବା ହେତୁ ଏହାର ସେବନ ଦ୍ୱାରା ତ୍ୱଚା ବି ବ୍ରଣଯୁକ୍ତ ହୋଇଥାଏ।

• ହୃଦରୋଗରୁ ରକ୍ଷା କରିଥାଏ : କ୍ରୋମିଅମ୍ ସେବନ ଫଳରେ ଶରୀରରେ ଖରାପ କୋଲେଷ୍ଟ୍ରଲର ମାତ୍ରା କମ୍ ହୋଇଥାଏ। ଏହା ଦ୍ୱାରା ହୃଦରୋଗର ଆଶଙ୍କା ବି ହ୍ରାସ ପାଇଥାଏ। ଡାକ୍ତରଙ୍କ କହିବା ଅନୁଯାୟୀ ହୃଦଘାତରେ ହେଉଥିବା ମୃତ୍ୟୁର ପ୍ରମୁଖ କାରଣ ହେଲା ଶରୀରରେ କ୍ରୋମିଅମର ମାତ୍ରା କମ୍ ।

• ଓଜନ ହ୍ରାସ କରିବାରେ ସହାୟକ :-କ୍ରୋମିୟମର ସେବନ ଫଳରେ ଶରୀର ଫିଟ୍ ରହିଥାଏ ଏବଂ ଶରୀରରେ ଥିବା ଅତିରିକ୍ତ ଚର୍ବି ଅଂଶ ଦହନ ହୋଇଥାଏ। ଏହି ଦୁଇଟି କାରଣରୁ କ୍ରୋମିଅମ୍ ମୋଟା ଲୋକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ।