ମୋବାଇଲରେ ଇଂଟରନେଟର ବେଗ ଆଉ ହେବ ନାହିଁ କମ୍ ! ହେଲେ ଆପଣଙ୍କୁ ଏଥିପାଇଁ କରିବାକୁ ହେବ ଏହି ଗୋଟିଏ କାମ

49

ଆପଣଙ୍କ ମୋବାଇଲରେ ଇଂଟରନେଟ୍ ସ୍ଲୋ ହେଉଥିବା ନେଇ ଚିନ୍ତିତ କି ? ହାଇସ୍ପିଡ ପ୍ଲାନ ନେବା ପରେ ବି ଆପଣଙ୍କ ଫୋନରେ ଇଂଟରନେଟର ବେଗ କଇଁଛ ଭଳି ଚାଲୁଛି କି ? ତେବେ ଏଥିପାଇଁ ଆଉ ଆପଣଙ୍କୁ ଆଦୌ ଚିନ୍ତା କରିବାକୁ ପଡିବନାହିଁ । କାରଣ ଆଜି ଆମେ ଆପଣଙ୍କୁ ଯେଉଁ ତରିକା ସଂପର୍କରେ ଜଣାଇବାକୁ ଯାଉଛୁ ତାହା ଆପଣଙ୍କର ଏହି ସମସ୍ୟାକୁ ମୁହୂର୍ତ୍ତକ ମଧ୍ୟରେ ଦୂର କରିଦେଇପାରେ । ଏଠାରେ ଆମେ କିଛି ଆପ ବିଷୟରେ ଆଲୋଚନା କରିବୁ, ଯାହାକି ଗୁଗଲ ପ୍ଲେ ଷ୍ଟୋରରେ ମାଗଣାରେ ଉପଲବ୍ଧ । ଏହି ଆପଗୁଡିକୁ ଆପଣ ଯଦି ଆପଣଙ୍କର ଫୋନରେ ଡାଉନଲୋଡ କରନ୍ତି ତେବେ ଆପଣଙ୍କ ମୋବାଇଲରେ ଇଂଟରନେଟ ଜନିତ କୌଣସି ବି ସମସ୍ୟା ରହିବ ନାହିଁ । ତେବେ ଜାଣିବା ପାଇଁ ପଢନ୍ତୁ ପୂରା ଖବର. . .

Network Master(LIONMOB ): ଏହି ଆପଟିକୁ ଆପଣ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଡାଉନଲୋଡ କରିପାରିବେ । ଆପଟିର ସାଇଜ୍ ମାତ୍ର ୫.୨ ଏମବି । ଏହାକୁ ଆପଣ ଆପଣଙ୍କ ମୋବାଇଲରେ ଇନଷ୍ଟଲ କରିବା ଦ୍ୱାରା ଆପଣଙ୍କର ଇଂଟରନେଟର ବେଗ ବୃଦ୍ଧି ପାଇବା ସହିତ ଅନ୍ୟାନ୍ୟ ସୁବିଧା ମିଳିବ ।

ଏବେ ନଜର ପକାନ୍ତୁ ଏହାର ଫିଚର୍ସ ଉପରେ

• ଏହି ଆପ ଜରିଆରେ ଆପଣଙ୍କୁ ଇଂଟରନେଟର ମାକ୍ସିମମ ସ୍ପିଡ ମିଳିବ ।

• ଏହି ଆପରେ ୱାଇ-ଫାଇ ସ୍ପିଡ ଟେଷ୍ଟର ମଧ୍ୟ ଫିଚର ରହିଛି ।

• ଏହି ଆପରେ ସ୍ପାଇ ଡିଟେକ୍ଟ ଫିଚର ବି ଉପଲବ୍ଧ ।

• ଏହି ଆପଟିର ବ୍ୟବହାର ବହୁତ ସହଜ ଅଟେ ।

Internet Booster & Optimizer (Boosting Tools): ଏହି ଆପଟି ମଧ୍ୟ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ । ଆଉ ଏହାର ସାଇଜ୍ ମାତ୍ର, ୫.୦ ଏମବି ।

ଫିଚର୍ସ

• ଏହି ଆପଟିରେ ଇଂଟରନେଟ ଷ୍ର୍ଟ୍ରେନଥକୁ ବଢାଇବାରେ ସହାୟାତ ହେବ ।

• ଏହି ଆପଟି ଉଭୟ ମୋବାଇଲ ଡାଟା କନେକସନ ଏବଂ ୱାଇଫାଇ କନେକ୍ଟ କୁ ପୃଥକ ଭାବେ ମନିଟର କରିଥାଏ ।

• ଏହି ଆପଟି ବିନା ରୁଟ କରି ମୋବାଇଲକୁ ବି ସ୍ପିଡ କରିଥାଏ ।

Internet Speed 4G Fast(Dream Apps): ଏହି ଆପଟିର ସାଇଜ୍ ୫.୧ ଏମବି । ଆପକୁ ଆପଣ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଡାଉନଲୋଡ କରିପାରିବେ ।

ଫିଚର୍ସ

• ଏହି ଆପଟି ଇଂଟରନେଟର ସିଗନାଲକୁ ବୁଷ୍ଟ କରିଥାଏ ।

• ଆପଟି ଇଂଟରନେଟ ଷ୍ଟ୍ରେନଥକୁ ମଧ୍ୟ ସୂଚାଇ ଥାଏ ।

• ଉଭୟ ମୋବାଇଲ ଡାଟା ଓ ୱାଇଫାଇ ପାଇଁ ବି ପୃଥକ ଭାବରେ ତଥ୍ୟ ଦେଇଥାଏ ।

• ଏହି ଆପଟି ଫୋନର ବ୍ୟାଟେରୀକୁ ବହୁତ କମ ବ୍ୟବହାର କରିଥାଏ ।