ଆଧାର ବିନା ଏବେ ସବୁ ଅଧା ! କାରଣ, ୧ ଜୁଲାଇଠାରୁ ଆପଣ କରିପାରିବେ ନାହିିଁ ଏହି ୮ଟି କାମ

115

ସାଧାରଣ ଜନତାର ଅଧିକାର-ଆଧାର କାର୍ଡ ଏବେ ଦିନକୁ ଦିନ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବାରେ ଲାଗିଛି । କାରଣ ବର୍ତ୍ତମାନ ସରକାର ପ୍ରତ୍ୟେକ କ୍ଷେତ୍ରରେ ଏବଂ ପ୍ରତ୍ୟେକ ଯୋଜନାରେ ଆଧାର କାର୍ଡକୁ ବାଧ୍ୟତାମୂଳକ ଭାବେ ଘୋଷଣା କରିବାରେ ଲାଗିଛନ୍ତି । ତେବେ ଏହି ପ୍ରରିପେକ୍ଷୀରେ ଆଜି ଆମେ ଆପଣଙ୍କୁ ଜଣାଇବୁ କି ୧ ଜୁଲାଇ ୨୦୧୭ଠାରୁ କେଉଁ କେଉଁ ଜରୁରୀ କାମରେ ଆଧାର କାର୍ଡ ବାଧ୍ୟତାମୂଳକ ଅଟେ ।

ରାସନକାର୍ଡ

ରାସନକାର୍ଡ ପାଇଁ ମଧ୍ୟ ଏବେ ଆଧାରକାର୍ଡ ଜରୁରୀ ହେବ । ରାସନକାର୍ଡ ଗରିବ ରେଖାର ନିମ୍ନରେ ଥିବା ଲୋକମାନଙ୍କ ପାଇଁ ଉର୍ଦ୍ଦିଷ୍ଟ । ଯାହାଦ୍ୱାରା ସେମାନେ ଶସ୍ତାରେ ରାସନ ସାମଗ୍ରୀ କିଣି ପାରିବେ । ତେଣୁ ଏବେ ଏଥିପାଇଁ ମଧ୍ୟ ଆଧାର କାର୍ଡ ବହୁତ ଜରୁରୀ ହେବ । ଆଧାର କାର୍ଡ ବିନା ନା ରାସନକାର୍ଡ ତିଆରି ହୋଇପାରିବ ନା ରାସନ ମିଳିପାରିବ ।

ଏଲପିଜି

ପିଏମୟୁପି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପକ୍ଷରୁ ଏବେ ଆଧାର କାର୍ଡ ବିନା ଆପଣ ଏଲପିଜି କନେକସନ କରି ପାରିବେ ନାହିଁ । ଏଥିସହିତ ଆପଣଙ୍କୁ ସବସିଡି ମଧ୍ୟ ପାଇବାକୁ ହେଲେ ଆଧାର କାର୍ଡର ଆବଶ୍ୟକତା ପଡିବ ।

ପାନ୍ କାର୍ଡ

ଏଣିକି ପାନ୍ କାର୍ଡ ତିଆରି କରିବା ସମୟରେ ମଧ୍ୟ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଯିବ । ଯଦି ଆପଣଙ୍କର ଆଧାର କାର୍ଡ ନାହିଁ ତେବେ ଆପଣ ପାନ୍ କାର୍ଡ ତିଆରି କରି ପାରିବେ ନାହିଁ ।

ମୋବାଇଲ୍ ନମ୍ବର

ଏବେ ଆପଣଙ୍କୁ ନିଜର ମୋବାଇଲ୍ ନମ୍ବରକୁ ମଧ୍ୟ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ପଡିବ । ତେବେ ସେ ପୋଷ୍ଟପେଡ୍ ହେଇଥାଉଁ କିମ୍ବା ପ୍ରିପେଡ୍ ହୋଇଥାଉଁ । ଯଦି ଆପଣ ଏହି ନିୟମକୁ ନମାନନ୍ତି ତେବେ ଆପଣଙ୍କ ମୋବାଇଲ୍ ନମ୍ବରଟି ୬ ଫେବୃୟାରୀ ୨୦୧୮କୁ ବନ୍ଦ ହୋଇଯିବ ।

ଡିଗ୍ରୀ

ୟୁନିଭର୍ସିଟି କମିଶନ ଦ୍ୱାରା ୨୧ ମାର୍ଚ୍ଚରେ ଏକ ନୋଟିସ୍ ଜାରି କରାଯାଇଥିଲା । ଯାହା ଅନୁସାରେ, ଡିଗ୍ରୀରେ ଷ୍ଟୁଡେଟର ଆଧାର ନମ୍ବର ହେବା ଜରୁରୀ ଅଟେ । ଯଦି ଏଭଳି କରାଯାଇନଥାଏ ତେବେ ଷ୍ଟୁଡେଂଟର ଡିଗ୍ରୀକୁ ଅମାନ୍ୟ ଭାବି ତାକୁ ସ୍ଥଗିତ ରଖାଯାଇପାରେ ।

ଇନକମ୍ ଟ୍ୟାକ୍ସ ରିଟର୍ନ

୧ ଜୁଲାଇଠାରୁ ଆପଣଙ୍କୁ ଇନକମ ଟ୍ୟାକ୍ସ ରିଟର୍ନ ପୁରଣ କରିବାକୁ ମଧ୍ୟ ଆଧାର କାର୍ଡର ଆବଶ୍ୟକତା ପଡିବ ।

ରେଲୱେ ଟିକେଟ୍

ଏଣିକି ରେଳ ଟିକେଟ୍ ପାଇଁ ମଧ୍ୟ ଆଧାର କାର୍ଡ ଅନିବାର୍ଯ୍ୟ କରିଦିଆଯିବ ।

ପାସପୋର୍ଟ

ପାସପୋର୍ଟ ତିଆରି କରିବା ମଧ୍ୟ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଯିବ । ବିନା ଆଧାର କାର୍ଡରେ ଆପଣ ଆପଣଙ୍କ ପାସପୋର୍ଟ ତିଆରି କରି ପାରିବେ ନାହିଁ ।