ଆପଣଙ୍କ ଆଧାର କାର୍ଡରେ ରହିଛି ଅନେକ ସୁବିଧା । ତୁରନ୍ତ ଲାଭ ଉଠାନ୍ତୁ, ନଚେତ୍ ହୋଇପାରେ ସମସ୍ୟା

28

କେନ୍ଦ୍ରସରକାରଙ୍କର ନିର୍ଦ୍ଦେଶକ୍ରମେ ଉଭୟ ସରକାରୀ ଓ ବେସରକାରୀ ଯୋଜନା ବା ସେବା ପାଇଁ ଆଧାର କାର୍ଡ ରହିବା ବହୁତ ଜରୁରୀ ଅଟେ । ଏହି ପ୍ରରିପେକ୍ଷୀରେ ଆଜି ଆମେ ଆପଣଙ୍କୁ ଏହି ଆଧାର କାର୍ଡ ସଂପର୍କରେ କିଛି ଏଭଳି ତଥ୍ୟ ଦେବାକୁ ଯାଉଛୁ, ଯାହା ବିଷୟରେ ବୋଧହୁଏ ଆପଣଙ୍କୁ କିଛି ଜଣାନଥିବ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ . . . ।

• ଯଦିଓ ଆପଣ ଆପଣଙ୍କର ବ୍ୟାଙ୍କ ଖାତାକୁ ଆଧାର ଆଇଡି ଦେଇ ଖୋଲିଛନ୍ତି ତେବେ  ବି ୩୧ ମାର୍ଚ୍ଚ ପୂର୍ବରୁ ଏଥିରେ ଆଧାର କାର୍ଡ ସହିତ ପୁଣି ଥରେ ଲିଙ୍କ କରିବାକୁ ପଡିବ । ନିର୍ଦ୍ଧାରିତ ତାରିଖ ସୁଦ୍ଧା ଆପଣ ଆପଣଙ୍କର ବ୍ୟାଙ୍କ ଖାତାକୁ ଆଧାର ସହ ଲିଙ୍କ କରିବାକୁ ପଡିବ, ନଚେତ୍ ଆପଣଙ୍କର ଖାତାକୁ ଅବୈଧ ଘୋଷଣା କରିଦିଆଯିବ ।

• ସେହିପରି ଏଯାବତ୍ ବ୍ୟାଙ୍କ ଖାତା ଖୋଲିବାକୁ ହେଲେ ଆଧାର ନମ୍ବର ବାଧ୍ୟତାମୂଳକ ଥିଲା ହେଲେ ବର୍ତ୍ତମାନ ବ୍ୟାଙ୍କ ଖାତା ବନ୍ଦ କରିବା ପାଇଁ ବି ଆଧାର ନମ୍ବର ବାଧ୍ୟତାମୂଳକ ଅଟେ । ଯଦି ଏହି ସମୟରେ ଆପଣ ଆପଣଙ୍କର ଆଧାର କାର୍ଡ ଜମା ନକରନ୍ତି ତେବେ ଆପଣ ଆକାଉଂଟ ବନ୍ଦ କରିପାରିବେ ନାହିଁ ।

• ୟୁଆଇଡିଏଆଇ ନିଜର ୱେବସାଇଟରେ  https://uidai.gov.in ଆଧାରର ଅପବ୍ୟବହାରକୁ ରୋକିବା ପାଇଁ ଏକ ନୂଆ ଅପସନ ଆଣିଛି । ଯେଉଁଥିରେ ଆପଣ ଜାଣିପାରିବେ କି ଆପଣଙ୍କର ଆଧାର କାର୍ଡ କେଉଁଠି କେଉଁଠି ବ୍ୟବହାର ହେଉଛି ।

ସୂଚନାଥାଉ କି, ଆଧାର କାର୍ଡକୁ ସରକାର ବର୍ତ୍ତମାନ ବ୍ୟାଙ୍କ ଆକାଉଂଟ, ଇନସ୍ୟୁରାନ୍ସ ପଲିସି, ରାସନ କାର୍ଡ, ମୋବାଇଲ ନମ୍ବର ଆଦି ସହିତ ଲିଙ୍କ କରିବାର ତିଥି ବା ତାରିଖ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇଦିଆଯାଇଛି ।