୭ଥର ବଦଳରେ ଅଗ୍ନିକୁଣ୍ଡ ଚାରିପଟେ ୮ଥର ବୁଲିଲେ ବର । ସଂକଳ୍ପ କରି କହିଲେ, ‘ନା ଯୌତୂକ ନେବି ନା ହିଁ କାହାକୁ ନେବାକୁ ଦେବି’

382

ଇନ୍ଦୋରରେ ଅନୁଷ୍ଠିତ ହୋଇଥିବା ଏକ ବିବାହ ଉତ୍ସବରେ ଦେଖିବାକୁ ମିଳିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା । ଅହମଦାବାଦରୁ କନିଆଁ ନେବାକୁ ଆସିଥିବା ବର ପବିତ୍ର ଅଗ୍ନିକୁଣ୍ଡକୁ ସାକ୍ଷୀ ରଖି ୭ ଥର ବଦଳରେ ୮ ଥର ବୁଲିଥିଲେ ଆଉ ଯେତେବେଳେ ତାଙ୍କୁ ଏସଂପର୍କରେ ପ୍ରଶ୍ନ କରାଯାଇଥିଲା, ସେତେବେଳେ ସେ ଯାହା କହିଥିଲେ ତାକୁ ଶୁଣିବା ପରେ ତାଙ୍କର ପ୍ରଶଂସା ନକରି କେହି ରହିପାରିନଥିଲେ ।

ସୂଚନା ମୁତାବକ, ଇନ୍ଦୋରର ଲାୟନ୍ସ ଡେନରେ ରବିବାର ରାତିରେ ମୋହନଲାଲ ପ୍ରଜାପତିଙ୍କ ଝିଅ ହିନାଙ୍କର ବିବାହ ସଂପନ୍ନ ହୋଇଥିଲା । ମାତ୍ର ବିବାହ ପୂର୍ବରୁ ବର କୁଳଦୀପ କହିଥିଲେ କି, ସେ ଯୌତୂକ ନେବା ଭଳି କୁପ୍ରଥାକୁ ବହୁତ ଘୃଣା କରନ୍ତି । ତେଣୁ ଯୌତୂକ ନନେବାର ସଂକଳ୍ପ ସହିତ ପବିତ୍ର ଅଗ୍ନିକୁଣ୍ଡକୁ ସାକ୍ଷୀ ରଖି ୭ ଥର ପରିବର୍ତ୍ତେ ସେ ୮ ଥର ବୁଲିବାକୁ ଚାହୁଁଛନ୍ତି ବୋଲି । ତେବେ କୁଲଦୀପଙ୍କ ମୁହଁରୁ ଏଭଳି କଥା ଶୁଣି ସମସ୍ତେ ତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ଏବଂ କୁଲଦୀପ ଅଗ୍ନିକୁ ସାକ୍ଷୀ ରଖି ଶପଥ ନେଇଥିଲେ କି, ନା ସେ କୌଣସି ଯୌତୂକ ନେବେ, ନା ହିଁ କାହାକୁ ଏଭଳି କୁତ୍ସିତ କାମ କରିବାକୁ ଦେବେ ।

କୁଲଦୀପଙ୍କ କହିବା କଥା ହେଲା କି, ଆଜିର ସଭ୍ୟସମାଜରେ ଯୌତୂକ ପ୍ରଥା ଏକ ସାମାଜିକ ବ୍ୟାଧି ଭାବେ ବ୍ୟାପିବାରେ ଲାଗିଛି । ଲୋକେ ଝିଅଟିଏ ଦେଖିବାକୁ ଗଲେ ପ୍ରଥମେ ତାର ପରିବାରର ଷ୍ଟାଟସ୍ ଦେଖୁଛନ୍ତି କି, ଝିଅର ଘର ଲୋକେ ଯୌତୂକରେ କଣ ସବୁ ଦେଇପାରିବେ । ଏପରିକି କିଛି ଲୋକେ ତ ଯୌତୂକ ବାବଦକୁ ନାମୀଦାମୀ କାର, ବାଇକ୍ ଏବଂ ଲକ୍ଷାଧିକ ଟଙ୍କା ଆଦି ଡିମାଣ୍ଡ କରି ନବବିବାହୀତା ଝିଅକୁ ଅସ୍ୱାଭାବିକ ନିର୍ଯାତନା ଦେବାକୁ ବି ପଛାଉନାହଁନ୍ତି । ଯେଉଁ କାରଣରୁ ଝିଅଟି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ । ତେଣୁ ସେ ଏଥିପାଇଁ ୭ ଥର ପରିବର୍ତ୍ତେ ୮ଥର ପବିତ୍ର ଅଗ୍ନିକୁଣ୍ଡ ଚାରିପଟେ ବୁଲିଥିଲେ ।