ଏବେ ପାକ୍ ଟାର୍ଗେଟରେ ଆରଏସଏସର ବଡ଼ ବଡ଼ ନେତା ! ହତ୍ୟା ପାଇଁ ମିଳିଥିଲା ୪ କୋଟି ଟଙ୍କା

129

କନକ ବ୍ୟୁରୋ : ପାକିସ୍ତାନ ଟାର୍ଗେଟରେ ଆରଏସଏସ ନେତା । ଦିଲ୍ଲୀ ପୋଲିସର ସ୍ପେସାଲ ସେଲ୍ ଦ୍ୱାରା ଗିରଫ ହୋଇଥିବା ଆଇଏସଆଇର ୩ ସାର୍ପ ସୁଟର ବେଶ୍ କିଛି ଦିନ ଧରି ଷଡ଼ଯନ୍ତ୍ର ଚଳାଇଥିଲେ । ରାଷ୍ଟ୍ରିୟ ସ୍ୱୟଂ ସହାୟକ ସଂଘର କିଛି ନେତାଙ୍କୁ ହତ୍ୟା କରିବା ପାଇଁ ଆସିଥିଲେ ଆଇଏସଆଇର ୩ ସାର୍ପ ସୁଟର । ଆଉ ଏଥିପାଇଁ ତାଙ୍କୁ ୪ କୋଟି ଟଙ୍କାର ସୁପାରି ଦିଆଯାଇଥିଲା । ଏଥିରୁ ପାଖାପାକି ୧୫ ଲକ୍ଷ ଟଙ୍କା ଅଗ୍ରିମ ଦେବା ସହ କାମ ଶେଷ ହୋଇଥିଲେ ବାକି ଟଙ୍କା ମିଳିଥାଆନ୍ତା । ସେମାନଙ୍କ ପାଇଁ ହୋଟେଲ୍ ବୁକ୍ କରାଇବା ସହ ୪ଟି ମୋବାଇଲ ଫୋନ୍ ଓ ଚାରେଟି ସିମ୍ ମଧ୍ୟ ଉପଲବ୍ଧ କରାଯାଇଥିଲା । ସମସ୍ତ ସିମ ନକଲି ଠିକଣା ଦେଇ କିଣାଯାଇଥିଲା ବୋଲି ଜଣାପଡ଼ିଛି ।

ପାଖାପାଖି ୩ ମାସ ନଜର ରଖିବା ପରେ ଆଇଏସଆଇର ୩ ସାର୍ପ ସୁଟରକୁ ଗିରଫ କରିଛି ଦିଲ୍ଲୀ ପୋଲିସ୍ । ସୂତ୍ର ଅନୁସାରେ ସାଧାରଣତନ୍ତ୍ର ଦିବସ ପୂର୍ବରୁ କାମ ଶେଷ କରିବା ପାଇଁ ପାଇଁ ଅଭିଯୁକ୍ତମାନଙ୍କୁ ସମୟ ଦିଆଯାଇଥିଲା । ଆଉ ଏକଥା ନ ସ୍ୱୀକାର କରିଛନ୍ତି ୩ ଅଭିଯୁକ୍ତ । ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରିବା ପରେ ଜଣାପଡ଼ିଥିଲା ସେମାନଙ୍କର ଆଉ ୪ ଜଣ ସହଯୋଗୀ ଅଛନ୍ତି । ପୋଲିସ ଏବେ ସେମାନଙ୍କୁ ଖୋଜୁଛି ।

ସୂଚନାଯାଗ୍ୟ ଭାରତୀୟ ଜନତା ପାର୍ଟିର ବଡ଼ ବଡ଼ ନେତା ଥତା ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆରଏସଏସର ୧୨ ଜଣରୁ ଅଧିକ ସଦସ୍ୟ ଏବେ ଆତଙ୍କୀ ଟାର୍ଗେଟରେ ଅଛନ୍ତି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶତ୍ରୁ ଦେଶ ଏବେ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛନ୍ତି । ଯାହା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।