ଜିମରେ ୱାର୍କଆଉଟ୍ ସମୟରେ ଚାଲିଗଲା ଜଣେ ୨୮ ବର୍ଷୀୟ ଯୁବକଙ୍କ ଜୀବନ ! ସାବଧାନ, ଆପଣ କରୁ ନାହାଁନ୍ତି ତ ଏହି ଭୁଲ

335

ବ୍ୟସ୍ତବହୁଳ ଜୀବନରେ ଟିକେ ଫୁରସତ ପାଇଲେ କିଏ ବାହାରକୁ ବୁଲିବାକୁ ଚାଲିଯାଉଚି ତ ପୁଣି କେହି ଜିମକୁ । ଯଦି ବଡି ଫିଟନେସ କଥା କହିବା ତେବେ ଅଧିକାଂଶ ଯୁବପୀଢି ଯୋଗାଭ୍ୟାସ ଅପେକ୍ଷ ଜିମ୍ ଯିବାକୁ ବେଶି ପସନ୍ଦ କରିଥାନ୍ତି ।  ହେଲେ ଜିମକୁ ନେଇ ଏଭଳି ଏକ  ଖବର ସାମ୍ନାକୁ ଆସିଛି  ଯାହାକୁ ଜାଣିବା ପରେ ଆପଣ ବି ଜିମ୍ ଯିବା ପୂର୍ବରୁ ହଜାରେ ଥର ଚିନ୍ତା କରିବେ ।  ତେବେ ଅଧିକ ଜାଣିବା ପାଇଁ ଏହି ଖବରଟି ସଂପୂର୍ଣ୍ଣ ପଢନ୍ତୁ ।

ମୁମ୍ବାଇର ଠାଣେରେ ଥିବା ଏକ ଜିମରେ ଏଭଳି ଏକ ଘଟଣା ଘଟିଯାଇଛି , ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଏହି ଜିମରେ ଜଣେ ୨୮ ବର୍ଷୀୟ ଯୁବକଙ୍କର ଏକ୍ସରସାଇଜ କରିବା ସମୟରେ ହିଁ ପ୍ରାଣବାୟୁ ଉଡିଯାଇଥିଲା । ଯୁବକ ଜଣକ ଜିମରେ ୱାର୍କଆଉଟ୍ କରୁଥିବା ସମୟରେ  ହିଁ ପ୍ରାଣବାୟୁ ଉଡିଯାଇଛି ।

ପୁଲିସ ସୂଚନା ମୁତାବକ, ମୃତ ଯୁବକଙ୍କର ନାଁ ହେଉଛି ପ୍ରତୀକ ପରଦେଶୀ । ପ୍ରତୀକ ବହୁ ଦିନର ବ୍ୟବଧାନ ପରେ ଜିମକୁ ଆସିଥିଲେ  ଏବଂ ଫ୍ରେଂଚପ୍ରେସ ମେସିନରେ ପ୍ରାକ୍ଟିସ କରୁଥିବା ବେଳେ  ହଠାତ୍ ତାଙ୍କର ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା ।  ଆଉ ସେ ସେଇଠାରେ ହିଁ ଅଚେତ ହୋଇ ତଳେ ପଡି ଯାଇଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ବାକି ପିଲାମାନେ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ବଡ ଦୁଃଖର କଥା ହେଲା କି ମେଡିକାଲରେ ପହଂଚିବା ପୂର୍ବରୁ ହିଁ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ପ୍ରତୀକ ପେଶାରେ ଜଣେ ବ୍ୟବସାୟୀ ଅଟନ୍ତି ।  ସେ ଗୋଟିଏ ସପ୍ତାହ ପରେ ଜିମ ଆସିଥିଲେ । ତେବେ ପୁଲିସ କହିବା କଥା ହେଲା କି, ପ୍ରତୀକଙ୍କର ମୃତ୍ୟୁ ହାର୍ଟଆଟାକ୍ ଯୋଗୁଁ ହିଁ ହୋଇପାରେ ବୋଲି । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ଯାଇ ଜଣା ପଡିବ ପ୍ରତୀକଙ୍କର ମୃତ୍ୟୁ କେଉଁ କାରଣରୁ ହୋଇଛି ।