ନରଭକ୍ଷୀ ନାବାଳକ ! ମୃତଦେହକୁ ୬ଖଣ୍ଡ କରି କାଟି ତା’ର ମାଂସ ଖାଇବା ସହ ରକ୍ତ ପିଇଥିବା ଅଭିଯୋଗ

23

ସାମ୍ନାକୁ ଆସିଲା ନାବାଳକର ନୃଶଂସ ଚେହେରା । ସରଳ ଓ ନୀରିହ ମନେ ହେଉଥିବା ଚେହେରା ପଛରେ ଲୁଚି ରହିଛି ଏକ ବିଭତ୍ସ ସତ୍ୟ । ଜଣେ ୯ ବର୍ଷର ନାବାଳକକୁ ହତ୍ୟା କରିଛି ଏହି ୧୬ବର୍ଷ ବୟସର ନାବାଳକ ଜଣକ । କେବଳ ହତ୍ୟା କରିନହିଁ, ମୃତଦେହକୁ ୬ଖଣ୍ଡ କରି କାଟି ପକାଇବା ସହ ମାଂସ ଖାଇବା ଓ ରକ୍ତ ପିଇଥିବା ଅଭିଯୋଗ ମଧ୍ୟ ହୋଇଛି ।

ପଂଜାବ ଲୁଧିଆନାରେ ଦୀପୁ କୁମାର ନାମକ ଜଣେ ୯ବର୍ଷ ଶିଶୁ ନିଖୋଜ ନେଇ ଅଭିଯୋଗ ହୋଇଥିଲା ଗତ ସୋମବାର ଦିନ । ପରଦିନ ଅର୍ଥାତ ମଙ୍ଗଳବାର ତାର ମୁଣ୍ଡ ନଥିବା ମୃତ ଦେହକୁ ‘ଦୁଗ୍ରି’ ଅଂଚଳରୁ ଉଦ୍ଧାର ହେବା ପରେ ଚାଂଚଲ୍ୟ ଖେଳିଯାଇଥିଲା । ଥାନାରେ ଅଭିଯୋଗ ପରେ ଛାନଭିନ ଆରମ୍ଭ କରିଥିଲା ପୋଲିସ । ସିସିଟିଭି ଫୁଟେଜ ଯାଂଚ ପରେ ପୋଲିସ ଅଭିଯୁକ୍ତକୁ କାବୁ କରିବା ସହ ସତ ସାମ୍ନାକୁ ଆଣିଛି ।

ପୋଲିସର କହିବା ଅନୁସାରେ, ହତ୍ୟା କରିଥିବା ନାବାଳକ ‘କାନିବାଲିଜମ’ ବା ନିଜ ଜାତିର ମାଂସ ଖାଇବା ପ୍ରବୃତିର ଶିକାର । ଆଉ ସେଥିପାଇଁ ଏହି ୯ ବର୍ଷର ଶିଶୁକୁ ଅପହରଣ କରିବା ସହ ହତ୍ୟା କରି ତାର ମାଂସ ଖାଇଥିଲା ଓ ରକ୍ତ ପିଇଥିଲା ।