ବିଚ୍ଛିନ୍ନାଂଚଳରେ ନବ ନିର୍ମାଣ କୃଷକ ସଙ୍ଘର ଅଧିକାର ଯାତ୍ରା ! ଜଳସେଚନ ଓ ମଣ୍ଡି ସମସ୍ୟା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ

31

କନକ ବ୍ୟୁରୋ : ପ୍ରାଇସ, ପ୍ରେଷ୍ଟିଜ ଓ ପେନସେନ୍ ଦାବି ନେଇ ନବ ନିର୍ମାଣ କୃଷକ ସଙ୍ଘର କୃଷକ ଅଧିକାର ଯାତ୍ରା ପହଁଚିଛି ମାଲକାନଗିରି ଜିଲ୍ଲାରେ । ରାଜ୍ୟର ସମସ୍ତ କୃଷକଙ୍କୁ ୫ ହଜାର ଟଙ୍କା ପେନସନ ସମେତ ଧାନର ସହାୟକ ମୁଲ୍ୟ କୁଇଂଟାଲ ପିଛା ୫ ହଜାର କରାଯିବା ଦାବି ନେଇ ମାଲକାନଗିରି ଜିଲ୍ଲାର ଚାଷି ନେତାଙ୍କ ସହ ଆଲୋଚନା କରିଛନ୍ତି ନବ ନିର୍ମାଣ କୃଷକ ସଙ୍ଘର ନେତାମାନେ ।

ଏଥି ସହ ମାଲକାନଗିରି ଜିଲ୍ଲାରେ ଲାଗି ରହିଥିବା ଜଳସେଚନ ଓ ମଣ୍ଡି ସମସ୍ୟା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛି ନବ ନିର୍ମାଣ କୃଷକ ସଂଘ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-