ରାୟବରେଲିବାସୀଙ୍କୁ ସୋନିଆ ଗାନ୍ଧିଙ୍କ ଭାବପୂର୍ଣ୍ଣ ଚିଠି : ୟୁପିଏ ଅଧ୍ୟକ୍ଷ କହିଲେ,ଲଢେଇ ଲମ୍ବା ହେଲେ ବି ଜାରି ରହିବ, ପଛକୁ ହଟିବେ ନାହିଁ

388

କନକ ବ୍ୟୁରୋ : ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ଉତ୍ତରପ୍ରଦେଶର ୮୦ଟି ଆସନରୁ କଂଗ୍ରେସ ମାତ୍ର ରାୟବରେଲି ଆସନ ହାତେଇଛି । ଏଠାରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ବିଜୟୀ ହୋଇଛନ୍ତି । ଏହାପରେ ରାୟବରେଲି ଲୋକଙ୍କ ପାଇଁ ସୋନିଆ ଏକ ଭାବପୂର୍ଣ୍ଣ ଚିଠି ଲେଖିଛନ୍ତି । ଏଥିରେ ସୋନିଆ କହିଛନ୍ତି, ଲଢେଇ ଯେେତେ ଲମ୍ବା ହେଲେ ବି ସେ ପଛକୁ ହଟିବେ ନାହିଁ । ଆଗକୁ ରାସ୍ତା କଠିନ ହେଲେ ବି ଜନତାଙ୍କ ସମର୍ଥନରେ କଂଗ୍ରେସ ସବୁ ଚ୍ୟାଲେଞ୍ଜକୁ ଅତିକ୍ରମ କରିବ ।

sonia
image courtesy-https://aajtak.intoday.in

ତାଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଥିବାରୁ ସୋନିଆ ରାୟବରେଲିବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଲୋକଙ୍କଠାରୁ ଯେଉଁ ସମର୍ଥନ ମିଳୁଛି, ତାହା ହିଁ ଅସଲ ଶକ୍ତି । ଏହାସହ ସେ ରାୟବରେଲରି କଂଗ୍ରେସ ଓ ଏସପି-ବିଏସପି କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଚିଠିରେ ସୋନିଆ ଗାନ୍ଧି ଲେଖିଛନ୍ତି. ସେ କଂଗ୍ରେସର ପୂର୍ବଜଙ୍କ ପରମ୍ପରାକୁ ପାଳନ କରିବେ । ଆଉ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି । ୨୦୧୪ ଭଳି ୨୦୧୯ରେ ବି କଂଗ୍ରେସକୁ କଡା ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଦଳକୁ ମାତ୍ର ୫୨ ଆସନ ମିିଳିଛି । କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ଆମେଥି ଆସନରୁ ବିଜେପିର ସ୍ମୃତି ଇରାନୀଙ୍କଠାରୁ ହାରିଯାଇଛନ୍ତି ।