ହୃଦୟ ରୋଗୀଙ୍କୁ ଅଧିକ ହୋଇଥାଏ ହିଟ୍ ଷ୍ଟ୍ରୋକ ବା ଲୁ’ର ବିପଦ ! ଏଭଳି ଉପାୟରେ ରଖନ୍ତୁ ନିଜର ଯତ୍ନ । 

287

ଚଳିତ ବର୍ଷ ଗ୍ରୀଷ୍ମଋତୁ ସାଙ୍ଗରେ ଅଧିକରୁ ଅତ୍ୟଧିକ ବୋଝ ନେଇଆସିଛି । ଯାହାର ଭାର ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀ ସମସ୍ତଙ୍କୁ ଭୋଗିବାକୁ ପଡୁଛି । ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ପ୍ରବଳ ଗରମରେ ସିଝୁଛି ପ୍ରାଣୀଜଗତ । ଏହି ଗରମରେ ଲୁ ହେବାର ଅଧିକ ସମ୍ଭାବନା ଥାଏ । ତେବେ ଲୁ କେବଳ କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ ନୁହଁ ସମସ୍ତଙ୍କୁ ହୋଇପାରେ କିନ୍ତୁ ହୃଦୟ ରୋଗୀଙ୍କ ପାଇଁ ଏହା ଅଧିକ ବିପଦଜନକ ହୋଇଥାଏ । ତେଣୁ ଏହି ସମୟରେ ହାର୍ଟ ପେସେଣ୍ଟଙ୍କୁ ଟିକେ ଜଗିରଖି ଚଳିବାକୁ ପଡେ । ତେବେ ଆସନ୍ତୁ ଗ୍ରୀଷ୍ମଋତୁରୁ ହୃଦୟ ରୋଗୀଙ୍କୁ କିଭଳି ସୁରକ୍ଷିତ ରଖିବେ ତାହା ଜାଣିବା । ଚିକିତ୍ସକଙ୍କ ଅନୁସାରେ ଲୁ ଲାଗିବା କାରଣରୁ ଶରୀରରେ ପାଣି କମ୍ ହୋଇଯାଏ । ଏହି ତତ୍ତ୍ୱରୁ ଷ୍ଟ୍ରୋକର ମଧ୍ୟ ବିପଦ ବଢିଯାଏ । ନିଶ୍ୱାସ ନେବାରେ ଅସୁବିଧା ଉପୁଜେ ଏବଂ ହାର୍ଟ ଉପରେ ପ୍ରେସର ମଧ୍ୟ ପଡେ । ତେଣୁ ହାର୍ଟ ପେସେଣ୍ଟ୍ ଙ୍କୁ ଅଧିକ ସତର୍କ ରହିବା ଆବଶ୍ୟକ ।

ଖରାକୁ ବାହାରିବା ପୂର୍ବରୁ ଶରୀରକୁ ସମ୍ପୁର୍ଣ୍ଣ ଘୋଡାଇ ରଖନ୍ତୁ ଏବଂ ସୂତା କପଡା ପିନ୍ଧନ୍ତୁ । ଏହାସହ ପାଣି,ଗ୍ଲୁକୋଜ୍ ଏବଂ ଲେମ୍ବୁ ସାଙ୍ଗରେ ରଖନ୍ତୁ । ସମୟେ ସମୟେ ଏହି ପାଣି ଏବଂ ଲେମ୍ବୁ ପାଣି ପିଅନ୍ତୁୁ । ବେଲ ଜୁସ୍ ମଧ୍ୟ ହିଟ୍ ଷ୍ଟ୍ରୋକ୍ ଅର୍ଥାତ୍ ଲୁ ରୁ ବଚାଂଇବା ପାଇଁ ସହାୟକ ହୋଇଥାଏ । ବେଲଜୁସ୍ ରେ ବିଟା-କୋରୋଟିନ୍ ,ଥାୟମିନ୍ . ରାଇବୋଫ୍ଲୋବିନ୍ ଏବଂ ଭିଟାମିନ୍-ସି ଥାଏ ଯାହା ଶରୀର ପାଇଁ ହିତକାରୀ ହୋଇଥାଏ ।

ଏହାସହ ଘୋଳଦହି,ଦହି,ଚହ୍ଲା ପିଅନ୍ତୁ । ଏଥିରେ ହିଟ୍ ଷ୍ଟ୍ରୋକର ବିପଦ ରହିନଥାଏ । ଅଧିକ ଟାଇଟ୍ କିମ୍ବା ଗଭୀର ରଙ୍ଗର କପଡା ପିନ୍ଧନ୍ତୁ ନାହିଁ । ଅଧିକ ସମୟ ଭୋକରେ ରୁହନ୍ତୁ ନାହିଁ କିମ୍ବା ଖାଲି ପେଟରେ ବାହାରକୁ ଯାଆନ୍ତୁ ନାହିଁ । ଖରାରୁ ବଚିଂବା ପାଇଁ ମୁହଁକୁ କପଡାରେ ଘୋଡାଇବା ସହ ଛତା ଧରି ବାହାରକୁ ଯାଆନ୍ତୁ । ଆୟୁର୍ବେଦରେ  ପିଆଜ ଜୁସ୍ ମଧ୍ୟ ଲୁ’ ପାଇଁ ଭଲ ହୋଇଥାଏ । ଥଣ୍ଡାପାନୀୟ ବଦଳରେ ଜୁସ୍ ପିଅନ୍ତୁ ।