ସୋନିଆଙ୍କ ଲଂଚ ଡିପ୍ଲୋମାସି ! ରାଷ୍ଟ୍ରପତି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଉଦ୍ଦେଶ୍ୟରେ ଆଜି ବିରୋଧୀଙ୍କ ବୈଠକ

25

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାର୍ଚନକୁ ନେଇ ଆଜି ବିରୋଧୀ ଦଳର ରଣନୀତି ପ୍ରସ୍ତୁତ ହେବ । ବିରୋଧୀଦଳକୁ ନେଇ ଆଜି ଲଂଚ ପାର୍ଟି ଡକାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବୈଠକରେ ଯୋଗ ଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦିଲ୍ଲୀରେ ଅଛନ୍ତି ।

ବୈଠକରେ ଯୋଗଦେବାକୁ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଡକାଯାଇନାହିଁ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏଥିରେ ଯୋଗଦେବେନାହିଁ । କିନ୍ତୁ ଜେଡିୟୁର ପ୍ରତିନିଧି ଏଥିରେ ଯୋଗଦେବେ । ସେହିଭଳି ବୈଠକରେ ଡିଏମକେ ଓ ଏନସିପି ମୁଖ୍ୟ ଶରଦ ପାୱାର ଯୋଗଦେବାକୁ ସହମତି ପ୍ରକାଶ କରିସାରିଛନ୍ତି ।