ନିଜ ପ୍ରେମିକାକୁ କଥା ଦିଅନ୍ତୁ ! ପ୍ରେମ ସମ୍ପର୍କକୁ ଶାଶ୍ୱତ କରନ୍ତୁ

111

ଭାଲେଣ୍ଟାଇନ୍ ସପ୍ତାହର ଆଜି ହେଉଛି ଚତୁର୍ଥ ଦିବସ । ଆଜିର ଦିନକୁ “ପ୍ରୋମିଜ-ଡେ’ ଭାବରେ ପ୍ରେମୀଯୁଗଳ ପାଳନ କରିଥାନ୍ତି । ପ୍ରେମରେ ପଡିଥିବା ବ୍ୟକ୍ତିଟିଏ ପାଇଁ କଥା ଦିଆନିଆର ପର୍ବ ଖୁବ୍ ପୁରୁଣା । କଥା ଦିଆନିଆରେ ରହିଥାଏ ବହୁତ ମାନ, ଅଭିମାନ କିନ୍ତୁ ଆମେ ଯଦି ଜଣେ ଜଣଙ୍କୁ ବୁଝିପାରିବା ତେବେ ପ୍ରେମ ଆହୁରି ସୁନ୍ଦର ଏବଂ ମିଠା ହୋଇଥାଏ ।

ପ୍ରେମ ବହୁତ କଥା କହିଥାଏ, ଏବଂ ପ୍ରେମରେ ପଡିଥିବା ବ୍ୟକ୍ତି ମଧ୍ୟ ବହୁତ କଥା ଚିନ୍ତା କରିଥାଏ । ପ୍ରେମ ଚୁପ କରି କାନରେ କହିଦିଏ ଅନେକ କଥା, ଚାଲ ଆମେ ଉଡିବା ଏବଂ ଚାଲ ଆମେ ବୁଲିବା । ଚାଲନ୍ତୁ ପରସ୍ପରକୁ ଚିହ୍ନିବା ଏମିତି ଅନେକ କଥା । ଆପଣମାନେ ମଧ୍ୟ ନିଜ ପ୍ରେମିକା ସହିତ “ପ୍ରୋମିଜ-ଡେ’ ବା କଥା ଦେବାର ଦିବସକୁ କେମିତି ପାଳନ କରିବେ ଆସନ୍ତୁ ନଜର ପକାଇବା କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ :

୧- ଆପଣଙ୍କ ପ୍ରେମିକାକୁ କଥାଦିଅନ୍ତୁ ସେ ଯେତେବେଳେ କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସବୁବେଳେ ଆପଣ ତାଙ୍କ ସହିତ ସାହାସ ଦେବାପାଇଁ ଛିଡା ହୁଅନ୍ତୁ ।
୨- କୈଣସି ବି ପରିସ୍ଥିତି ହେଉ ନିଜ ପ୍ରେମିକାକୁ ଛୋଟଛୋଟ ଖୁସି ଦେବାପାଇଁ ଚେଷ୍ଟା କରନ୍ତୁ ।
୩- ପ୍ରେମିକାକୁ ଦେଇଥିବା ପ୍ରତିଶୃତିକୁ ପାଳନ କରନ୍ତୁ ।

୪- ଦିନକୁଦିନ ନିଜ ପ୍ରେମିକାଙ୍କୁ ଅଧିକରୁ ଅଧିକ ଭଲ ପାଆନ୍ତୁ ଏବଂ ସେ ଆପଣଙ୍କ ପାଇଁ କଣ ତାଙ୍କୁ ଜଣାନ୍ତୁ ।
୫- ନିଜ ଫୋନରେ ପାସୱାର୍ଡ ଦିଅନ୍ତୁ ନାହିଁ, କାରଣ ନିଜ ପ୍ରେମିକାକୁ କିଛି ମଧ୍ୟ ଲୁଚାଇବା ଠିକ୍ ନୁହଁ ।
୬- ଠିକ୍ ସମୟରେ ଘରେ ପହଂଚି ଏହି ଖାସ ଦିନକୁ ପ୍ରେମିକାଙ୍କ ସହିତ ପାଳନ କରନ୍ତୁ ।
୭- ଆପଣ ଦୁଇଜଣଙ୍କ ଭିତରେ ଯେତେ କଳି ଝଗଡା ହେଲେ ବି ସବୁବେଳେ ସବୁ ମୋର ଦୋଷ ବୋଲି କୁହନ୍ତୁ ।
୮- କେହିକାହାର ଅତୀତକୁ ମନେ ପକାନ୍ତୁ ନାହିଁ, କାରଣ ଅତୀତକୁ ମନେପକାଇଲେ କେବଳ କଷ୍ଟ ମିଳିଥାଏ । ପ୍ରେମିକ ଏବଂ ପ୍ରେମିକା ଭାବରେ ବର୍ତମାନରେ ବଂଚିବାକୁ ଚେଷ୍ଟା କରନ୍ତୁ ।

୯- ଆପଣଙ୍କର ଯଦି କୈାଣସିପ୍ରକାର ବଦଭ୍ୟାସ ରହିଛି, ତେବେ ସେ ବିଷୟରେ କିଛିମଧ୍ୟ ନିଜ ପ୍ରେମିକାକୁ ଲୁଚାଇବା ଠିକ୍ ନୁହଁ । ଆଉଯଦି ପ୍ରେମିକା ରାଣ ନିୟମ ପକାଇ ସେ ଅଭ୍ୟାସରୁ ଆପଣଙ୍କୁ ନିବୃତ ହେବାକୁ କିଛି କହିଛନ୍ତି ତାକୁ ମାନିବାକୁ ଚେଷ୍ଟା କରନ୍ତୁ ।
୧୦- ଜନ୍ମଦିନ, ବିବାହ ବାର୍ଷିକୀ ଏମିତି କିଛି ଖାସ୍ ଦିନକୁ ମନେ ରଖିବାକୁ ଚେଷ୍ଟା କରନ୍ତୁ ।
୧୧- ପ୍ରେମିକାଙ୍କୁ କୈାଣସି କଥା ଲୁଚାନ୍ତୁ ନାହିଁ ।
୧୨- ନିଜ ପ୍ରେମିକାଙ୍କ ମନରେ ବିଶ୍ୱାସ ଜନ୍ମାନ୍ତୁ ଯେ, ଆପଣ ତାଙ୍କ ହୃଦୟରେ ତାଙ୍କ ଛଡା ଆଉ କୈାଣସି ଝିଅ ପାଇଁ ସ୍ଥାନ ନାହିଁ ।
୧୩- ଯେତେବେଳେ ଆପଣ ଗାଡି ଚଲାଉଥିବେ ସେତେବେଳେ ଏସଏମଏସ୍ କରିବେ ନାହିଁ, କି ଫୋନରେ ମଧ୍ୟ କଥା ହେବେ ନାହିଁ ।

୧୪- ଆପଣ ଆପଣଙ୍କ ପ୍ରେମିକାଙ୍କ ପରିବାରକୁ ଯଥାସାଧ୍ୟ ସମ୍ମାନ ଦେବାପାଇଁ ଚେଷ୍ଟା କରନ୍ତୁ ।
୧୫- ପ୍ରେମିକାର ହୃଦୟକୁ ଭାଙ୍ଗନ୍ତୁ ନାହିଁ, ନିଜର ପ୍ରେମିକାଙ୍କୁ ବହୁତ ସ୍ନେହ ଏବଂ ଭଲପାଇବା ଦିଅନ୍ତୁ । ପ୍ରେମିକାକୁ ପରୀର ଆଖ୍ୟା ମଧ୍ୟ ଆପଣମାନେ ଦେଇପାରିବେ ।