ଜୋର ଧରୁଛି ପଂଚାୟତ ନିର୍ବାଚନ ପ୍ରଚାର ! ରମଣ ଓ ନବୀନଙ୍କୁ ଯାତ୍ରା ଦଳର ହିରୋ କହିଲେ ନିରଞ୍ଜନ

61

କନକ ବ୍ୟୁରୋ: ରମଣ ସିଂ ଓ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି ଉଭୟ ଗୋଟେ ଗୋଟେ ଯାତ୍ରା ଦଳର ହିରୋ । ସେମାନେ ଯାତ୍ରା କରୁଛନ୍ତି । ଲୋକଙ୍କ ସମସ୍ୟା ସହିତ ତାଙ୍କର କିଛି ସଂର୍ପକ ନାହିଁ । ସୁନ୍ଦରଗଡ ଜିଲ୍ଲାରେ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରିବା ସମୟରେ ଏହା କହିଛନ୍ତି ନିରଞ୍ଜନ ।

ବିଜେଡ଼ି, ବିଜେପି ଷ୍ଟାରମାନଙ୍କୁ ନେଇ କ୍ୟାମ୍ପନିଂ କରୁଥିବା ବେଳେ ଆଜି କଂଗ୍ରେସ ପକ୍ଷରୁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ତଳସରା ନିର୍ବାଚନୀ ମଣ୍ଡଳୀର ରାଜପୁର , କୁଲବା ଏବଂ ଇତମା ଆଦି ପଂଚାୟତ ପ୍ରଚାର କରିଛନ୍ତି ନିରଞ୍ଜନ । ଟୋଲଗେଟ ବାଇପାସ ନିକଟରୁ ଏକ ବାଇକ୍ ରାଲି କରି ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ ନିରଞ୍ଜନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –