ସେମିଳିଗୁଡାରେ ବିଜେଡିର ମିଶ୍ରଣ ପର୍ବ । ଶତାଧିକ କଂଗ୍ରେସ କର୍ମୀ ହାତ ଛାଡି ଧରିଲେ ଶଙ୍ଖ

କୋରାପୁଟ ସେମିଳିଗୁଡାରେ ଆୟୋଜିତ ହୋଇଛି ବିଜେଡିର ମିଶ୍ରଣ ପର୍ବ

114

କନକ ବ୍ୟୁରୋ : କୋରାପୁଟ ସେମିଳିଗୁଡାରେ ଆୟୋଜିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ଏଥିରେ ଶତାଧିକ କଂଗ୍ରେସ କର୍ମୀ ଓ ନେତା ହାତ ଛାଡି ଶଙ୍ଖ ଧରିଛନ୍ତି । ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ସାଂସଦ କହିଥିଲେ, ଏହି ମିଶ୍ରଣ ଜିଲ୍ଲାରେ ବିଜେଡି ଜିତିବାର ଆଗୁଆ ସୂଚନା । କର୍ମୀଙ୍କୁ ସେ ଜିଲ୍ଲାବାସୀଙ୍କ ବିଶ୍ୱାସଭାଜନ ହେବାକୁ ବି ପରାମର୍ଶ ଦେଇଥିଲେ ।

ଏକ ବିଶାଳ ରାଲିରେ କଂଗ୍ରେସ କର୍ମୀମାନେ ପଟୁଆରରେ ମିଶ୍ରଣ ପର୍ବସ୍ଥଳକୁ ଆସିଥିଲେ । ଆଉ ମିଶ୍ରଣ ତ୍ପର୍ବ ସ୍ଥଳରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଫୁଲମାଳ ଓ ଦଳୀୟ ଚିହ୍ନ ଦେଇ ସେମାନଙ୍କୁ ସ୍ୱାଗତ କରିଥିଲେ ।