ଜାମ୍ମୁକଶ୍ମୀରର ବାନ୍ଦିପୋରାରରେ ଏନକାଉଁଟର : ଜଣେ ଯବାନ ସହିଦ, ୨ ଆତଙ୍କବାଦୀ ନିହତ

35

କନକ ବ୍ୟୁରୋ : ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ଆଜି ବାନ୍ଦିପୋରା ନିକଟ ପାନାର ଜଙ୍ଗଲରେ ଏନକାଉଁଟର ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ସେନା ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାଛଡ଼ା ଘନ ଜଙ୍ଗଲ ଅଞ୍ଚଳ ମଧ୍ୟରେ ଲୁଚି ରହିଥିବା ଅନ୍ୟ ଆତଙ୍କବାଦୀମାନଙ୍କୁ ଖୋଜିବାକୁ ଉଦ୍ୟମ ଚାଲିଛି । ଗୁଳି ବିନିମୟ କାରଣରୁ ଆହତ ହୋଇଥିବା ସେନାର ଜଣେ ଯବାନ ସହିଦ ହୋଇ ଯାଇଛନ୍ତି ବୋଲି ଖବର ଆସିଛି । ବାନ୍ଦିପୋରା ଜିଲ୍ଲା ପାଖକୁ ଲାଗିଥିବା ନିଘଞ୍ଚ ପନାର ଅରଣ୍ୟାଞ୍ଚଳରେ କେତେକ ଆତଙ୍କବାଦୀ ଉପସ୍ଥିତ ଥିବାର ସୂଚନା ପାଇବା ପରେ ନିରାପତ୍ତା ବଳ ଅଭିଯାନ ଆରମ୍ଭ କରିଥିଲେ ।

ପାନାର ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇବା ପରେ ଅଲଆଉଟ ଅପରେସନ ଆରମ୍ଭ ହୋଇଥିଲା । ଜଙ୍ଗଲରେ ସୁରକ୍ଷାକର୍ମୀ ପ୍ରବେଶ କରିବା ପରେ ଆତଙ୍କବାଦୀ ପ୍ରଥମେ ଗୁଳିମାଡ କରିଥିଲେ । ଏଥିରେ ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସେହିପରି ସେନା ପାଲଟା ଆକ୍ରମଣ କରି ୨ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ସିଆର୍ପିଏସ୍ ଏବଂ ରାଷ୍ଟ୍ରୀୟ ରାଇଫଲ୍ ଚଳାଇଥିବା ମିଳିତ ଅଭିଯାନ ଏବେ ମଧ୍ୟ ଚାଲିଛି। ବାକି ସବୁ ଆତଙ୍କବାଦୀଙ୍କୁ ଏହା ସହ ଚାଲିଛି ବିଶାଳ କମ୍ପିଙ୍ଗ୍ ଓ ସର୍ଚ ଅଭିଯାନ।ଗୁଳି ବିନିମୟ ଚାଲିଥିବାରୁ ନିହତ ଆତଙ୍କବାଦୀମାନଙ୍କର ପରିଚୟ ମଳି ପାରି ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି ।