ଟ୍ରେନିଂ ବେଳେ ଏସଓଜି ଯବାନଙ୍କ ମୃତ୍ୟୁ : ଅସୁସ୍ଥତା ସତ୍ୱେ ଦୌଡାଇଥିବା ଅଭିଯୋଗ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଯବାନଙ୍କ ଧାରଣା । ଜଣେ ସାଥୀଙ୍କ ମୃତ୍ୟୁ ପ୍ରତିବାଦରେ ଏଭଳି ଧାରଣା ଦେଇଛନ୍ତି ଚନ୍ଦକା ଏସଓଜି କ୍ୟାମ୍ପରେ ଟ୍ରେନିଂ ନେଉଥିବା ଯବାନମାନେ । ପ୍ରଥମ ଥର ଲାଗି ଯବାନଙ୍କ ଏଭଳି ପ୍ରତିବାଦର ଚିତ୍ର ସାମ୍ନାକୁ ଆସିଛି । ଗତକାଲି ଟ୍ରେନିଂ ସମୟରେ ଅସୁସ୍ଥ ହୋଇପଡିଥିଲେ ଏସଓଜି ଯବାନ ଲକ୍ଷ୍ମୀ ନାରାୟଣ ପ୍ରଧାନ । ବିଳମ୍ବତି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଚନ୍ଦକା କ୍ୟାମ୍ପରେ ସ୍ୱତନ୍ତ୍ର ଅପେସନ୍ ଗ୍ରୁପର ଟ୍ରେନିଂ ଚାଲିଥିବା ବେଳେ ଅସୁସ୍ଥ ଯବାନ ଲକ୍ଷ୍ମୀ ନାରାୟଣଙ୍କୁ ଦୌଡାଇ ଥିଲେ ଅଧିକାରୀ । ଫଳରେ ଘଟଣାସ୍ଥkରେ ସେ ପଡିଯାଇଥିଲେ। ହେଲେ ଚିକିତ୍ସାରେ ଅବହେଳା ଯୋଗୁଁ ଗତକାଲି ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସାଥୀ ଯବାନ । ତେବେ ଆଉ ଗୋଟିଏ ସାଂଘାତିକ ଅଭିଯୋଗ ହେଲା, ଲକ୍ଷ୍ମୀ ନାରାୟଣଙ୍କର ଗତକାଲି ରାତିରୁ ମୃତ୍ୟୁ ହୋଇଥିବା ବେଳେ ଦୋଷ ଲୁଚାଇବା ପାଇଁ ଏସଓଜି ପକ୍ଷରୁ ଆଜି ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ଯାହାର ପ୍ରତିବାଦରେ ସାଥୀ ଯବାନମାନେ କ୍ୟାମ୍ପ ଆଗରେ ଧାରଣା ଦେଇଥିଲେ । ତେବେ ଘଟଣାସ୍ଥଳରେ ଅପରେସନ ଆଇଜି ସୌମେନ୍ଦ୍ର ପ୍ରୀୟଦର୍ଶୀ ପହଂଚି ଆନ୍ଦୋଳନକାରୀ ଯବାନଙ୍କ ସହ ଆଲୋଚନା କରୁଛନ୍ତି ।