ସୋଶିଆଲ ମିଡିଆରେ ମହିଳାମାନେ ନିଜକୁ କେମିତି ରଖିବେ ସୁରକ୍ଷିତ? ଜଣାଇବ ରାଷ୍ଟ୍ରୀୟ ମହିଳା ଆୟୋଗ

35

ରାଷ୍ଟ୍ରୀୟ ମହିଳା ଆୟୋଗ ମହିଳାଙ୍କୁ ଡିଜିଟାଲ ସାକ୍ଷର ବନାଇବା ପାଇଁ କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି । ଏଥିପାଇଁ ଆୟୋଗ ଫେସବୁକ୍ ଏବଂ ସାଇବର ପିସ୍ ଫାଉଣ୍ଡେସନ ସହିତ ଚୁକ୍ତି କରିଛନ୍ତି । ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମ ପାଇଲଟ ପ୍ରୋଜେକ୍ଟ ଅଧିନରେ ସମଗ୍ର ଦେଶର ପ୍ରମୁଖ ସହରରେ ଚାଲିବ । ଏଥିପାଇଁ ମହିଳାଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ବି ଆରମ୍ଭ କରାଯିବ ।

ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମ ଅଧିନରେ ମହିଳାଙ୍କୁ ସ୍ଥାନୀୟ ଭାଷାରେ ଏହି ପ୍ରଶିକ୍ଷଣ ଦିଆଯିବ । ଏକ ବର୍ଷ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପାଖାପାଖି ୬୦ ହଜାର ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯିବାର ପ୍ରସ୍ତୁତି ଅଛି । ଏହି ପ୍ରଶିକ୍ଷଣ ପାଇଁ ହରିୟାଣା, ଦିଲ୍ଲୀ-ଏନସିଆର, ମଣିପୁର, ସିକିମ୍, ମେଘାଳୟ, ମହାରାଷ୍ଟ୍ର ଏବଂ ତାମିଲନାଡୁ କୁ ଚୟନ କରାଯାଇଛି । ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ହେଲା ମହିଳାଙ୍କୁ ସୋଶିଆଲ ମିଡିଆରେ ସୁରକ୍ଷିତ ରଖିବା, ଇଣ୍ଟରନେଟ ଓ ଇ-ମେଲ ସହିତ ଜଡିତ ପ୍ରତ୍ୟେକ ଛୋଟ-ବଡ ତଥ୍ୟ ଦେବା । ଏହି ପ୍ରଶିକ୍ଷଣରେ ଡିଜିଟାଲ ମିଡିଆର ବିପଦରୁ ବି ମହିଳାଙ୍କୁ ସାମନା କରାଇବ।। ପ୍ରୟାସ କରାଯିବ ।