ସୋଆ ବିଶ୍ୱବିଦ୍ୟାଳୟ ଜାଲ୍ ନିଯୁକ୍ତି ମାମଲାରେ କନସଲଟାଣ୍ଟ ମାନସଙ୍କୁ ଗିରଫ କଲା ପୁଲିସ୍ : ବିଶ୍ୱବିଦ୍ୟାଳୟ ଓ କମ୍ପାନୀ ମଧ୍ୟରେ କରୁଥିଲେ ମଧ୍ୟସ୍ଥି

23

କନକ ବ୍ୟୁରୋ : ସୋଆ ବିଶ୍ୱବିଦ୍ୟାଳୟ ଜାଲ୍ ନିଯୁକ୍ତି ମାମଲାରେ ପୁଲିସ ହାତରେ ଧରାପଡିଲା କନସଲଟାଣ୍ଟ । କନସଲଟାଣ୍ଟ ମାନସ ରଞ୍ଜନ ନାୟକଙ୍କୁ ଗିରଫ କଲା ପୁଲିସ୍ । ମାନସଙ୍କୁ ପୁରୀରୁ ଗିରଫ କରିଛି ପୁଲିସ୍ । କୁହାଯାଉଛି ଫେକ୍ ପ୍ଲେସମେଂଟ କନସଲଟାଂନ୍ସିକୁ ସୋଆ ଅଧିକରୀଙ୍କ ସହ ମାନସ ପରିଚୟ କରାଇଥିଲା ।ଡିନଙ୍କ ତଥ୍ୟ ଆଧାରରେ ମାନସଙ୍କୁ ଗିରଫ କରାଯାଇଛି ।

ଏପରିକି ବିଭିନ୍ନ କମ୍ପାନୀ ସହ ମଧ୍ୟ ମାନସ ଯୋଗାଯୋଗ କରୁଥିଲେ ବୋଲି ପୁଲିସକୁ କହିଛନ୍ତି ସୋଆ ପ୍ଲେସମେଂଟ ଅଧିକାରୀ । ଏହି ମାମଲାରେ ମାନସଙ୍କଠାରୁ ଅଧିକ ତଥ୍ୟ ହାସଲ ପାଇଁ ପଚରା ଉଚରା ଆରମ୍ଭ କରିଛି ପୁଲିସ୍ । ମାନସ ବ୍ରହ୍ମପୁରରେ ଏମଏସି ଫାର୍ମାସିଷ୍ଟ କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡ଼ିଓ –