ଶିମିଳିପାଳରୁ ୧୮ ଫୁଟ ଲମ୍ବା ଅହିରାଜ ସାପ ଉଦ୍ଧାର

578

ଶିମିଳିପାଳ : ଶିମିଳିପାଳ ଡୁକୁରା ରେଂଜ ଖଣ୍ଡାବୁଡା ଗାଁର ଏକ ଘର ନିକଟରୁ ଉଦ୍ଧାର ହୋଇଛି ଭୟଙ୍କର ଅହିରାଜ ସାପ । ସାପଟି ଘର ଭିତରେ ପଶିବାରୁ ଉଦ୍ୟମ କରୁଥିବା ବେଳେ ଲୋକେ ତାକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ସାପଟି ନିକଟରେ ଥିବା ଏକ ବୁଦାରେ ଲୁଚିଯାଇଥିଲା । ଖବର ପାଇ ବନବିଭାଗ କର୍ମଚାରୀ ଏକ ଦଳ ଘଟଣାସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟିର ଲମ୍ବା ପ୍ରାୟ ୧୮ ଫୁଟ ରହିଥିବା ବେଳେ ଶିମିଳିପାଳରୁ ପୂର୍ବରୁ ୧୫ ଫୁଟର ଅହିରାଜ ଉଦ୍ଧାର ହୋଇଥିବା ନଜିର ରହିଛି । ସାପଟିକୁ ଦେଖିବା ପାଇଁ ଘଟଣାସ୍ଥଳରେ ବହୁ ଲୋକ ଭିଡ ଜମାଇଥିଲେ । ଅହିରାଜ ସାପ ଏକ ବିପନ୍ନ ପ୍ରାଣୀ । ଏହା ସଂଖ୍ୟା ଏବେ କମି କମି ଯାଉଛି । ଏହି ସାପଟି ଘଂଚ ଜଙ୍ଗଲ ଭିତରେ ରହିଥାଏ । ସବୁଠାରୁ ମଜା କଥା ହେଉଛି ଅହିରାଜ ଏକମାତ୍ର ସାପ ଯିଏ ନିଜର ବସା କରି ରହିଥାଏ । ଉଦ୍ଧାର ହୋଇଥିବା ଅହିରାଜକୁ ଶିମିଳିପାଳର କୋର ଏରିଆ ସିଜୁଆପାଣି ନାଳ ପାଖରେ ବନ ବିଭାଗ ଛାଡିଛି ।