ସ୍ମାର୍ଟଫୋନ ଏବଂ ଲାପଟପ୍ ଆପଣଙ୍କ ପାଇଁ ହୋଇପାରେ ବିପଦ ! ବର୍ଷାଦିନେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ ।

55

ବର୍ଷାଦିନେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଗୁଡିକ ଖରାପ ହେବାର ଅଧିକ ସମ୍ଭାବନା ଦେଖାଯାଇଥାଏ । ଆଉ ଏହି ସମୟରେ ଯଦି ଆପଣ ଆପଣଙ୍କ ସ୍ମାର୍ଟଫୋନ, ପିସି, ଲ୍ୟାପଟପ ଠାରୁ ନେଇ ଫ୍ରିଜ ଏବଂ ଏସିକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ତେବେ ଏହି ୫ଟି କଥା ସବୁବେଳେ ମନେ ରଖିବା ନିହାତି ଜରୁରୀ ।

ବିଜୁଳି ମାରିବା ସମୟରେ ଏପରି କରନ୍ତୁ :

ତୁଫାନ କିମ୍ବା ବିଜୁଳି ଆସିବା ସମୟରେ ଆପଣ ଆପଣଙ୍କର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଗୁଡିକୁ ବନ୍ଦ କରିଦିଅନ୍ତୁ । ନଚେତ୍ ହାଇ ଭୋଲ୍ଟେଜ ଆପଣଙ୍କ ସାମଗ୍ରୀକୁ ଖରାପ କରିଦେଇପାରେ । ତେବେ ଏହି ସମୟରେ ଆପଣ ଆପଣଙ୍କର ସ୍ମାର୍ଟଫୋନକୁ ସୁଇଚ ଅଫ କରିଦିଅନ୍ତୁ ।

ଚାର୍ଜ କରିବା ପୂର୍ବରୁ ସକେଟକୁ ଯାଞ୍ଚ କରନ୍ତୁ :

ବର୍ଷା ଦିନେ ଝରକା ଏବଂ ବାଲକୋନି ଆଖପାଖ କାନ୍ଥ ଗୁଡିକରେ ନମି ଆସିଯାଏ । ଏବଂ ଏହାଦ୍ୱାରା ଏହି କାନ୍ଥରେ ଲାଗିଥିବା ଇଲେକ୍ଟ୍ରିକ୍ ସକେଟ ଗୁଡିକରେ ମଧ୍ୟ ନମି ଆସିଯାଇଥାଏ । ଏଥିପାଇଁ ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ଯେକୌଣସି ଇଲେକ୍ଟ୍ରିକ ଡିଭାଇସକୁ ଏହି ସକେଟରେ ଚାର୍ଜ କରିବା ପୂର୍ବରୁ ଯାଞ୍ଚ କରିନିଅନ୍ତୁ । ନଚେତ୍ ଆପଣଙ୍କ ଫୋନ ଏବଂ ଡିଭାଇସ୍ ଖରାପ ହୋଇଯାଇପାରେ ।

ଏହି ସମୟରେ ଚାର୍ଜ କରନ୍ତୁ ନାହିଁ :

ଯଦି ଆପଣ ବର୍ଷାରେ ଓଦା ହୋଇ ଘର କିମ୍ବା ଅଫିସ ଆସିଛନ୍ତି, ତେବେ ନିଜ ସ୍ମାର୍ଟଫୋନ କିମ୍ବା ଲ୍ୟାପଟପକୁ ତୁରନ୍ତ ଚାର୍ଜରେ ଲଗାନ୍ତୁ ନାହିଁ । ତେବେ ୱାଟରପ୍ରୁଫ୍ ବ୍ୟାଗ ଆପଣଙ୍କ ଡିଭାଇସକୁ ସୁରକ୍ଷିତ ରଖିଥାଏ ସତ କିନ୍ତୁ ବ୍ୟାଗ ଉପରେ କ୍ରମାଗତ ପାଣି ପଡିବା ଫଳରେ ଭିତରେ ଥିବା ସାମଗ୍ରୀ ଗୁଡିକରେ ନମି ଆସିଯାଇଥାଏ । ଏଥିପାଇଁ ଘରେ କିମ୍ବା ଅଫିସ ପହଞ୍ଚିବା ମାତ୍ରେ ସଙ୍ଗେ ସଙ୍ଗେ ଫୋନ କିମ୍ବା ଲାପଟପକୁ ଚାର୍ଜରେ ବସାନ୍ତୁ ନାହିଁ ।

ଘରକୁ ଓଦା ପଣରୁ ରକ୍ଷା କରନ୍ତୁ :

ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଖପାଖରେ ଧୂଳି ଜମା ହେବା ପାଇଁ ଦିଅନ୍ତୁ ନାହିଁ । ବର୍ଷା ଦିନେ ଏହି ଧୂଳି ପାଇଁ ଘରର କାନ୍ଥ ଓଦା ହୋଇଥାଏ । ଏଥିପାଇଁ ବର୍ଷାଦିନେ ଯଥାସମ୍ଭବ ଆପଣଙ୍କ ଘରକୁ ସଫାସୁତରା ରଖନ୍ତୁ ।

ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ନିୟମିତ ବ୍ୟବହାର କରନ୍ତୁ :

ଅନେକ ଥର ଆମେ ଆମର ଅନେକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ମାସ ମାସ ଧରି ବ୍ୟବହାର କରିନଥାଉ । ତେବେ ବର୍ଷାଦିନେ ଏପରି ଯମା ବି କରନ୍ତୁ ନାହିଁ । ଏଭଳି କଲେ ଆପଣଙ୍କ ସାମଗ୍ରୀ ଖରାପ ହେବାର ଅଧିକ ସମ୍ଭାବନା ରହିଛି ।