ଟୟଲେଟରେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଏପରି କରିବା ସ୍ୱାସ୍ଥ୍ୟପକ୍ଷେ କେତେ କ୍ଷତିକାରକ

83

ଆଗରୁ ଲୋକମାନେ ଟୟଲେଟ ଯିବା ସମୟରେ ନିଜ ସହ ଖବରକାଗଜ କିମ୍ବା ମ୍ୟାଗାଜିନ ନେଇ ଯାଉଥିଲେ କିନ୍ତୁ ଏବେ ଟ୍ରେଣ୍ଡ ବଦଳି ଯାଇଛି । ଆଜିକାଲି ଲୋକମାନେ ଟୟଲେଟ ଯିବା ସମୟରେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । କାରଣ ଫୋନକୁ ଛାଡି ଗୋଟିଏ ବି ମିନିଟ ରହିପାରୁ ନାହାନ୍ତି ସେମାନେ । କିନ୍ତୁ ଆପଣ ଜାଣନ୍ତି କି ଟୟଲେଟରେ ସ୍ମାର୍ଟଫୋନ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇପାରେ । କାରଣ ଟୟଲେଟରେ ସବୁଠାରୁ ଅଧିକ ଜୀବାଣୁ ଥାଆନ୍ତି ଯାହା ଆପଣଙ୍କ ଫୋନରେ ଲାଗି ଯାଆନ୍ତି । ଏଥିରେ ସଂକ୍ରମଣର ଭୟ ମଧ୍ୟ ଅଧିକ ରହେ ।

ଯେତେବେଳେ ଆପଣ ଫ୍ଲସ କରନ୍ତି ପାଣି ବହୁତ ଦୂର ପର୍ଯ୍ୟନ୍ତ ଯାଏ, ଯାହା ଆପଣଙ୍କ ଫୋନ ଉପରେ ମଧ୍ୟ ପଡିଥାଏ । ଏପରି କରିବା ଦ୍ୱାରା ସଂକ୍ରମଣ ବ୍ୟାପିଥାଏ । ଟୟଲେଟର ପ୍ରତ୍ୟେକ ଜିନିଷ ଉପରେ ଜୀବାଣୁ ଥାଆନ୍ତି । ତେଣୁ ଆପଣ ଏହି ଜିନିଷ ବ୍ୟବହାର କରିବା ପରେ ଫୋନ ଛୁଇଁଲେ ବ୍ୟାକ୍ଟେରିଆ ଆପଣଙ୍କ ଫୋନକୁ ଆସିଯାଏ । ଏକ ସର୍ବେକ୍ଷଣରୁ ଜଣାପଡିଛି ଫୋନର ହିଟକୁ ବ୍ୟାକ୍ଟେରିଆ ଅଧିକ ଆକର୍ଷିତ ହୁଅନ୍ତି ଓ ଆପଣଙ୍କ ଫୋନକୁ ଘର କରି ନିଅନ୍ତି । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ । ଘରର ଟୟଲେଟ ଅପେକ୍ଷା ସର୍ବସାଧାରଣରେ ବ୍ୟବହାର ହେଉଥିବା ଟୟଲେଟରେ ଅଧିକ ଜୀବାଣୁ ଥାଆନ୍ତି । ତେଣୁ ଭୁଲରେ ମଧ୍ୟ ଏପରି ସ୍ଥାନରେ ସ୍ମାର୍ଟଫୋନ ବ୍ୟବହାର କରନ୍ତୁ ନାହିଁ ।