ମୋଦି ମୁଖ୍ୟମନ୍ତ୍ରୀ ଓ ସ୍ମାର୍ଟ ସିଟି : ସ୍ମାର୍ଟ ସିଟି ଘୋଷଣାର ବର୍ଷ ପୂର୍ତିରେ ଭିଡିଓ କନଫରେନ୍ସିଂରେ ମୋଦିଙ୍କ ସହ ନବୀନଙ୍କ ଆଲୋଚନା

18

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଶୁଭାରମ୍ଭ ହୋଇଛି ସ୍ମାର୍ଟସିଟି ଯୋଜନା । ସ୍ମାର୍ଟ ସିଟି ଚାଲେଂଜର ଏକ ବର୍ଷ ପୂର୍ତି ଅବସରରେ ପ୍ରଥମ ପର୍ଯ୍ୟାୟର ସମସ୍ତ ୨୦ଟି ସ୍ମାର୍ଟସିଟି ସହ ଭିଡିଓ କନଫରେନ୍ସ ଦ୍ୱାରା ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ମାର୍ଟସିଟି ରେସରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଭୁବନେଶ୍ୱର ସଂପର୍କରେ ତଥ୍ୟ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୯୯ ବାତ୍ୟା ପ୍ରଭାବିତ ଏହି ସହର ୧୬ ବର୍ଷ ମଧ୍ୟ ନିଜକୁ ଠିଆ କରି ଦେଶରେ ଏକ ନମ୍ବର ହୋଇଛି । ଏହାର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତ ଖସଡା ଉପସ୍ଥାପନ କରିଥିଲେ । ଏହା ସହ କଟକ, ସମ୍ବଲପୁର ଓ ବ୍ରହ୍ମପୁର ସହରକୁ ସ୍ମାର୍ଟ ସିଟିରେ ସାମିଲ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।