କେନ୍ଦ୍ରାପଡ଼ା : ସ୍କୁଲରେ ଶୋଇପଡ଼ିଲେ ଛାତ୍ର, ଶିକ୍ଷକ

55

କନକ ବ୍ୟୁରୋ : ଫେସବୁକ୍‌ ସମେତ ବିଭିନ୍ନ ସୋସିଆଲ ସାଇଟ୍‌ରେ ଭାଇରାଲ୍‌ ହୋଇଥିବା ଦୁଇଟି ଫଟୋକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଛି ।  ଫଟୋରେ ଗୋଟିଏ ସ୍କୁଲର ଶ୍ରେଣୀଗୃହରେ ଶିକ୍ଷକ ଓ ଛାତ୍ରଛାତ୍ରୀ ସମସ୍ତେ ଶୋଇ ପଡ଼ିିଥିବା ବେଳେ ଅନ୍ୟ ଫଟୋରେ ଗୋଲାପି ଶାଢ଼ି ପିନ୍ଧିଥିବା ଶିକ୍ଷୟିତ୍ରୀ ଶୋଇ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଫଟୋଟି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍କୁଲର ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଘଟଣା କେଉଁ ଦିନର ତାହା ସ୍ପଷ୍ଟ ହୋଇନାହିଁ । ଶ୍ରେଣୀଗୃହରେ ଥିବା ବ୍ଲାକବୋର୍ଡରେ ଓଡ଼ିଆରେ କିଛି ଲେଖାଯାଇଥିବା ଦେଖିବାକୁ ମିଳିଛି ।