ଆଇଏଏସ୍ ପାର୍ଥ ସାରଥୀ ମିଶ୍ର ଗିରଫ ଘଟଣା : ତଦନ୍ତ ପାଇଁ ୬ଟି ସ୍ପେଶାଲ୍ ଟିମ୍ ଗଠନ କଲା ଭିଜିଲାନ୍ସ

23

କନକ ବ୍ୟୁରୋ : ଆଇଏଏସ ପାର୍ଥସାରଥୀ ମିଶ୍ର ଗିରଫ ଘଟଣାରେ ଭିଜିଲାନ୍ସ ଏସପି ସ୍ୱରୂପ କୁମାର ପରିଡାଙ୍କ ସୂଚନା । ପାର୍ଥଙ୍କ ୫କୋଟରୁ ଅଧିକ ଟଙ୍କା ସମ୍ପତିର ସନ୍ଧାନ ମିଳିଛି । ଏହି ଘଟଣାରେ ୬ଟି ଟିମ ତଦନ୍ତ ଜାରି ରଖିଛନ୍ତି । ପାର୍ଥଙ୍କ ପାଖରୁ ୨ଲକ୍ଷ ୧୪ହଜାର ୭୫୦ ଟଙ୍କା ଜବତ ହୋଇଥିଲା । ଏହି ଟଙ୍କା କଂଟ୍ରାକ୍ଟରଙ୍କ ଠାରୁ ଲାଂଚ ନେଇଥିବା ସନ୍ଦେହ କରାଯାଉଛି ।

ସେପଟେ ରିମାଣ୍ଡରେ ଯିବେ ପାର୍ଥସାରଥି ମିଶ୍ର । ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ପାର୍ଥସାରଥିଙ୍କୁ ୫ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ଭିଜିଲାନ୍ସ ପୁଲିସ । ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ପାର୍ଥସାରଥିଙ୍କ ଘରେ ରେଡ୍ ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।