ବିଜେଡି ବାମପନ୍ଥୀଙ୍କ ବନ୍ଧୁପଣିଆ ! ରାଷ୍ଟ୍ରପତି ନିର୍ବାଚନ ଆଗରୁ ନବୀନଙ୍କୁ ଭେଟିଲେ ୟେଚୁରୀ

38

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ସିପିଆଇଏମ୍ ସାଧାରଣ ସଂପାଦକ ସୀତାରାମ ୟେଚୁରୀ । ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଭିନ୍ନ ଦଳ ମିଳିତ ଭାବରେ ଜଣେ ଧର୍ମନିରପେକ୍ଷ ପ୍ରାର୍ଥୀ ଦେବା ନେଇ ଏଥିରେ ଆଲୋଚନା ହୋଇଛି । ଆଲୋଚନା ପରେ ଚେୟୁରୀ କହିଛନ୍ତି- ଜଣେ ଧର୍ମନିରପେକ୍ଷ ପ୍ରାର୍ଥୀ ଦେଶର ରାଷ୍ଟ୍ରପତି ହେବା ଆବଶ୍ୟକ । ଧର୍ମନିରପେକ୍ଷ ପ୍ରାର୍ଥୀ ଦେବା ସପକ୍ଷରେ ନବୀନ ସମର୍ଥନ ଦେଇଥିବା ଚେୟୁରୀ କହିଛନ୍ତି ।

ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଜେଡିୟୁ ସଭାପତି ଶରଦ ଯାଦବ, ଏନ୍ସିପି ମୁଖ୍ୟ ଶରଦ ପାୱାର ଓ ଆରଏଲ୍ଡି ମୁଖ୍ୟ ଅଜିତ୍ ସିଂହଙ୍କୁ ମଧ୍ୟ ଚେୟୁରୀ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେବେ ରାଷ୍ଟ୍ରପତି ନିର୍ବାଚନରେ କ’ଣ ହେବ ନବୀନଙ୍କ ଆଭିମୁଖ୍ୟ? ମୋଦି ବିରୋଧୀ ସମୀକରଣରେ ନବୀନ ସାମିଲ ହେବେ ନା ନାହିଁ ତା ଉପରେ ଏବେ ସମସ୍ତଙ୍କ ନଜର ।