ପାରଳା ଗଣଆତ୍ମହତ୍ୟା ମାମଲା : ମହାରାଜା ଗୋପିନାଥ ଗଜପତିଙ୍କ ଉଆସରେ ଏସଆଇଟିର ୪ ଜଣିଆ ସଦସ୍ୟ

36

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିରେ କ୍ରାଇମବ୍ରାଂଚ ଏସଆଇଟିର ୪ ଜଣିଆ ସଦସ୍ୟ । ମହାରାଜ ଗୋପିନାଥ ଗଜପତିଙ୍କ ମ୍ୟାନେଜର ଅନଙ୍ଗମଞ୍ଜରୀ ଓ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ମାମଲାର ଖୋଳତାଡ କରୁଥିବା ଏସଆଇଟି ଆଜି ପାରଳା ରାଜ ଉଆସରେ ଛାନଭିନ କରିବ । ମହାରାଜ ଚେନ୍ନାଇ ଆପୋଲୋରେ ଚିକିତ୍ସିତ ହେଉଥିବାରୁ ଏବଂ ମହାରାଜଙ୍କ ଝିଅ ମଧ୍ୟ ଚେନ୍ନାଇରେ ରହୁଥିବାରୁ ରାଜ ଉଆସରେ ତାଲା ପଡିଛି । ତେଣୁ ତାଲା ଭାଙ୍ଗି ରାଜଭବନକୁ ଏସଆଇଟି ପ୍ରବେଶ କରିବା ଅନୁମାନ କରାଯାଉଛି । ସେପଟେ ପାରଳା ଗଣଆତ୍ମହତ୍ୟା ଘଟଣାରେ ବିଭିନ୍ନ ପକ୍ଷଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଂଚର ସ୍ୱତନ୍ତ୍ର ଟିମ୍ ।

ଗତକାଲି ଅନଙ୍ଗମଞ୍ଜରୀଙ୍କ ବାସଭବନରେ ଛାନଭିନ କରି ବିଷ ବୋତଲ ଓ କିଛି କୋଲଡ୍ରିଂକ୍ସ ଜବତ କରିଛି ଅନୁସନ୍ଧାନକାରୀ ଟିମ୍। କୋଲଡ୍ରିଂକ୍ସରେ ବିଷ ମିଶାଇ ପିଇବା ପରେ ଏମାନଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ସେପଟେ ଅନଙ୍ଗମଞ୍ଜରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ନିକଟରୁ ମିଳିଥିବା ସୁଇସାଇଡ ନୋଟକୁ ମଧ୍ୟ ଯାଂଚ କରିବ ଏସଆଇଟି । ମୁଖ୍ୟତଃ ୪ଟି ଏଫଆଇଆର ଆଧାରରେ କ୍ରାଇମବ୍ରାଂଚ ଏସଆଇଟି ତଦନ୍ତ କରୁଥିବାରୁ ଏଥିରେ ନାଁ ଉଲ୍ଲେଖଥିବା ବ୍ୟକ୍ତିବିଶେଷଙ୍କୁ ଜେରା କରିପାରେ କ୍ରାଇମବ୍ରାଂଚ ।