ସିମି ଆତଙ୍କବାଦୀ ଫେରାର ଘଟଣା : ଓଡିଶା ଓ ମଧ୍ୟପ୍ରଦେଶରେ ରେଡ ଆଲର୍ଟ ଜାରି

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲାରୁ ଗିରଫ ହୋଇଥିବା ସିମି ଆତଙ୍କବାଦୀ ଭୋପାଳ ଜେଲରୁ ଫେରାର ହୋଇଯିବା ପରେ ରାଜ୍ୟରେ ରେଡ ଆଲର୍ଟ ଜାରି କରାଯାଇଛି ବୋଲି ପୁଲିସ ଡି. ଜି. ଶ୍ରୀ କେ. ବି. ସିଂହ ସୂଚନା ଦେଇଛନ୍ତି । ରାଜ୍ୟର ଜନଗହଳି ପୂର୍ଣ୍ଣ ସ୍ଥାନ ଓ ସମ୍ବେଦନଶୀଳ ସ୍ଥାନ ଉପରେ କଡା ନଜର ରଖାଯାଇଛି । ବିମାନ ବନ୍ଦର, ରେଳ ଷ୍ଟେସନ, ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ସବୁ ଜିଲ୍ଲାରେ କଡା ନଜର ରଖିବା ପାଇଁ ସମସ୍ତ ଏସପିଙ୍କୁ ନିିର୍ଦେଶ ଦିଆଯାଇଛି । ପୂର୍ବରୁ ଯେଉଁଠି ଏହି ଆତଙ୍କବାଦୀଙ୍କର ସମ୍ପର୍କ ରହିଛି ସେଠାରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ରାଉରକେଲା ପୂର୍ବରୁ ଭଦ୍ରକରେ ଏକ ଭଡା ଘର ନେଇ ସିମି ଆତଙ୍କବାଦୀ ଅମଜାଦ୍ ଖାନ, ଜାକିର ହୁସେନ୍, ମହମ୍ମଦ ସଲିକ୍ ଓ ମେହବୁବ ଗୁଡୁ ମଲ୍ଲିକ ରହୁଥିଲେ ।