ପରିଣତ ବୟସରେ ମଧ୍ୟ ଆତ୍ମସମ୍ନାନକୁ ଗୁରୁତ୍ୱ ଦିଅନ୍ତି ୮୭ ବର୍ଷର ଏହି ବୁଢୀମା’ ! କୁହନ୍ତି ଜୀବିତ ଥିବା ଯାଏ ଭିକ ମାଗିବି ନାହିଁ ।

156

ବ୍ୟକ୍ତି ଜୀବନରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହେଉଛି ଆତ୍ମସମ୍ନାନ । ଯଦି କୌଣସି ବ୍ୟକ୍ତି ଆତ୍ମସମ୍ନାନ ପାଇଁ ଚିନ୍ତିିତ ନୁହଁନ୍ତି ତେବେ ସମାଜରେ ତାଙ୍କୁ କେହି ସମ୍ନାନ ବି କରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ବୃଦ୍ଧାମହିଳାଙ୍କ କଥା କହିବାକୁ ଯାଉଛୁ ଯାହାଙ୍କ ପାଇଁ ଆତ୍ମସମ୍ନାନ ହିଁ ସବୁକିଛି । ନାଁ ତାଙ୍କର ଶୀଲା ଘୋଷ୍ । ତାଙ୍କ ବିଷୟରେ ଜାଣି ଆପଣଙ୍କ ଜୀବନ ପ୍ରତି ଥିବା ଦୃଷ୍ଟିକୋଣ ହିଁ ବଦଳିଯିବ ।

୮୭ ବର୍ଷୀୟା ବୃଦ୍ଧା ହେଉଛନ୍ତି ଶୀଲା ଘୋଷ୍ । ତାଙ୍କ ସ୍ୱାମୀ,ପୁଅ ଏବଂ ଝିଅ ଏକ ଦୂର୍ଘଟଣାରେ ଇହଲୀଳା ତ୍ୟାଗ କଲେ । ମାନସିକ ରୁପରେ ବିକଳାଙ୍ଗ ଆଉ ଏକ ଝିଅ ଏବଂ ନାତି ଛଡା ତାଙ୍କ ପାଖରେ ଆଉ କେହି ନାହାନ୍ତି । ସବୁଠାରୁ ବଡ ଦୁଃଖର କଥା ହେଉଛି କି ଏହି ବୁଢୀମା’ କାନ୍ଧରେ ଘର ଏବଂ ପରିବାରର ବୋଝ ରହିଛି । ଆମ ପାଇଁ ଆଶ୍ଚର୍ଯ୍ୟର କଥା ହୋଇଥିଲେ ହେଁ ଏହି ବୁଢୀମା’ ଜଣକ ଏଥିପାଇଁ କାହାରି ସାହାଯ୍ୟ ମାଗିନାହାନ୍ତି ।

ସେ ଆଜି ବି ତାଙ୍କ ଦାୟିତ୍ୱକୁ ସୁଚାରୁରୁପେ ପାଳନ କରନ୍ତି । ପୁଅଝିଅ ଭିତରେ ପାର୍ଥକ୍ୟ ଦେଖୁନଥିବା ଏହି ବୟସ୍କା ମା’ ଜଣକ ନିଜ ତିନି ପିଲାଙ୍କୁ ପାଠ ପଢାଇଲେ । କିନ୍ତୁ ଗୋଟିକ ପରେ ଗୋଟିଏ ସମସ୍ତଙ୍କ ଦେହାନ୍ତ ହେବାପରେ ସେ ହତାସ ହୋଇପଡିଥିଲେ । ନାତି ଏବଂ ମାନସିକ ଦୂର୍ବଳ ଝିଅ ସହ ସେ ରହି ସେ ଏବେ ଦିନ କାଟୁଛନ୍ତି । ପ୍ରତିଦିନ ନିଜ ସାମଗ୍ରୀ ଝୁଡି ନେଇ ବାହାରିଯାନ୍ତି ବିକ୍ରି କରିବା ପାଇଁ । ବିଭିନ୍ନ କଠିନବସ୍ତାର ସାମ୍ନା କଲେ ମଧ୍ୟ ଗୋଟିଏ ଦିନ ସେ ବିଶ୍ରାମ କରିପାରନ୍ତି ନାହିଁ । ଦିନସାରା ବିକ୍ରି କରି ସେ ୧୨୦ ଟଙ୍କା ରୋଜଗାର କରନ୍ତି । ଏଥିରେ ତିନି ପ୍ରାଣୀ ଚଳିବା ପାଇଁ କଷ୍ଟ ହେଉଥିଲେ ମଧ୍ୟ ଶୀଲା କାହାର ସାହାର୍ଯ୍ୟ ଲୋଡନ୍ତି ନାହିଁ । ସେ କୁହନ୍ତି ଯେଉଁ ପର୍ଯ୍ୟନ୍ତ ବଚିଂଛି ଭିକ ମାଗିବି ନାହିଁ ।