ଏସଏମଏସ ଦେଖି ଉଡିଗଲା ହୋସ, ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ୯,୯୯,୯୯,୯୯୯ ଟଙ୍କା

38

ଭାରତୀୟ ଷ୍ଟେଟ ବ୍ୟାଙ୍କରେ କିଛି ଦିନ ହେବ ଚାଲିଛି ଗଡବଡ । ଏହି ପରି ଏକ ଘଟଣା ଘଟିଛି ଦିଲ୍ଲୀର ଜାହାଙ୍ଗୀରପୁର ବ୍ରାଞ୍ଚରେ । ଜାହାଙ୍ଗୀର ପୁରର ବିନୋଦକୁ ଏସଏମଏସ ଆସିଥିଲା । ଏଥିରେ ଉଲ୍ଲେଖ ଥିଲା ତାଙ୍କ ଆକାଉଣ୍ଟରେ ୯ କୋଟି ୯୯ ଲକ୍ଷ ୯୯ ହଜାର ୯୯୯ ଟଙ୍କା ଜମା କରାଯାଇଛି । ବିନୋଦ ଏହି ଏସଏମଏସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ବିଶା୍ୱସ କରିପାରିନଥିିଲେ କି କିଛି କ୍ଷଣ ମଧ୍ୟରେ ସେ ହୋଇଯାଇଥିଲେ କୋଟିପତି । ଏହି କଥା ଜାଣି ପରିବାର ଲୋକଙ୍କର ମଧ୍ୟ ହୋସ ଉଡିଯାଇଥିଲା । ଏହି ଘଟଣାର ସତ୍ୟତାକୁ ଜାଣିବା ପାଇଁ ବିନୋଦ ବ୍ୟାଙ୍କକୁ ଯାଇଥିଲେ । କିନ୍ତୁ ବ୍ୟାଙ୍କରେ ପହଞ୍ଚି ଜାଣିବାକୁ ପାଇଥିଲେ କି ତାଙ୍କ ଆକାଉଣ୍ଟ ସମ୍ପୁର୍ଣ୍ଣ ଭାବରେ ବ୍ଲାଙ୍କ ଥିଲା ।

ବିନୋଦଙ୍କ କହିବା ଅନୁଯାୟୀ ରବିବା ଅପରାହ୍ନରେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବାର ଏକ ଏସଏମଏସ ଆସିଥିଲା । ରବିବାର ବ୍ୟାଙ୍କ ବନ୍ଦ ଥିବା କାରଣରୁ ସେ ଏଟିଏମ ଜରିଆରେ ବାଲାନ୍ସ ଜାଞ୍ଚ କରିବା ପାରେ ଆକାଉଣ୍ଟରେ ବାଲାନ୍ସ ୯,୯୯,୯୯,୯୯୯ ଟଙ୍କା ଥିବା ଦେଖିବାକୁ ପାଇଥିଲେ । କିନ୍ତୁ ସେ ଯେତେବେଳେ ଟଙ୍କାକୁ ଏଟିଏମ ଜରିଆରେ ଉଠାଇବାକୁ ଚାହିଁଥିଲେ ସେତେବେଳେ ଜାଣିବାକୁ ପାଇଥିଲେ ଆକାଉଣ୍ଟରେ ଗୋଟିଏ ବି ଟଙ୍କା ନାହିଁ । କିନ୍ତୁ ଏପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ବ୍ୟାଙ୍କ ତରଫରୁ କିଛି ସ୍ପଷ୍ଟ ହୋଇପାରି ନାହିଁ ।

ସୂଚନା ଅନୁଯାୟୀ ପୂର୍ବରୁ ମଧ୍ୟ ଏହି ପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଉତରପ୍ରଦେଶରେ କେଶବ ଶର୍ମା ନାମକ ଏକ ଛାତ୍ରଙ୍କ ପାଖକୁ ଏପରି ଏକ ଏସଏମଏସ ଆସିଥିଲା । ସେ ମଧ୍ୟ ତାଙ୍କ ବ୍ୟାଙ୍କ ଖାତାକୁ ଜାଞ୍ଚ କରିବାରୁ ଜାଣିବାକୁ ପାଇଥିଲେ ତାଙ୍କ ଖାତାରେ ଗୋଟିଏବି ଟଙ୍କା ନଥିଲା