ଦୁନିଆର କିଛି ଅଦ୍ଭୁତ ପରମ୍ପରା ! ଯାହା ଅବିଶ୍ୱସନୀୟ ହେଲେ ମଧ୍ୟ ସତ

38

ଦୁନିଆରେ ଅନେକ ଏମିତି ପରମ୍ପରା ଅଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ । କେଉଁଠି ମୃତ ବ୍ୟକ୍ତିର ଶବକୁ ଖୋଲାରେ ଫୋଫାଡି ଦିଆଯାଏ ତ କେଉଁଠି ଶିଶୁକୁ ୫୦ ଫୁଟ ଉଚ୍ଚତାରୁ ତଳକୁ ଫୋପଡା ଯାଏ । ଏଥିରୁ ଅନେକ ପରମ୍ପରା ପଛରେ ଭିନ୍ନ ଭିନ୍ନ ତର୍କ ଦିଅନ୍ତି ଲୋକମାନେ । ଆମେ ଆଜି ଆପଣଙ୍କୁ ଏମିତି କିଛି ଅଜବ ତଥା ଅଦ୍ଭୁତ ପରମ୍ବରା ବିଷୟରେ ଜଣାଇବୁ ।

ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ୫୦୦ ବର୍ଷ ପୁରୁଣା ପରମ୍ପରା ଅନୁସାରେ ମହାରାଷ୍ଟ୍ର, କର୍ଣ୍ଣାଟକ ସହିତ କିଛି ଅନ୍ୟ ଅଞ୍ଚଳରେ ୫୦ ଫୁଟ ଉଚ୍ଚତାରୁ ଛୋଟ ଶିଶୁକୁ ତଳକୁ କପଡାକୁ ଲକ୍ଷ୍ୟ କରି ଫିଙ୍ଗାହୁଏ । ଏହି ପରମ୍ପରାରେ ଶିଶୁକୁ ବିପଦ ଥିଲେ ମଧ୍ୟ ପରମ୍ପରା ନାଁରେ ଲୋକ ଏବେ ବି ସେମିତି କରୁଛନ୍ତି । ସେମାନେ ମାନନ୍ତି ଏପରି କରିବା ଦ୍ୱାରା ଶିଶୁର ଭାଗ୍ୟ ଉଜ୍ଜ୍ୱଳ ହୁଏ । ଏହି ପରମ୍ପରାକୁ ହିନ୍ଦୁୁ ଓ ମୁସଲମାନ ଉଭୟେ ମାନନ୍ତି ।

କେରଳର ଗରୁଣମ ଥୁକ୍କମ ନାମକ ପରମ୍ପରା ପାଳନ ହୁଏ । ଏହି ପରମ୍ପରା ଅନୁସାରେ ଲୋକମାନେ କାଳୀ ମନ୍ଦିର ଆସି ନିଜକୁ ହୁକରେ ଟାଙ୍ଗି ଦିଅନ୍ତି । ଏହି ପରମ୍ପରା ଅନୁସାରେ ପୁରୁଷମାନେ ଏଠାରେ ରଶି ଓ ହୁକ ସାହାରାରେ ନିଜକୁ ଝୁଲାଇ ରଖିବାର ଦେଖିବା ପାଇଁ ମିଳେ ।

ତିଦ୍ଦତ ଓ ମଙ୍ଗୋଲିଆରେ ଅନ୍ତିମ ସଂସ୍କାର ପାଇଁ ଶବକୁ କାଟି ଖୋଲା ଆକାଶ ତଳେ ଶୃଗାଳଙ୍କ ପାଇଁ ଛାଡିି ଦିଆଯାଏ । ଏପରିି ପରମ୍ପରା ଏଠାରେ ବହୁତ ସାଧାରଣ କଥା । ଏପରି କରିବା ସମୟରେ ମୃତକଙ୍କ ପରିବାର ମଧ୍ୟ ସେଠାରେ ଉପସ୍ଥିତ ଥାଆନ୍ତି । ଏପରି କରିବାଦ୍ୱାରା ସେମାନଙ୍କୁ ସ୍ୱର୍ଗ ପ୍ରାପ୍ତି ହୁଏ ବୋଲି ସେମାନଙ୍କ ପ୍ରିୟଜନ ବିଶ୍ୱାସ କରନ୍ତି ।

ତାଇୱାନରେ ଶବ ସଂସ୍କାର ସମୟରେ ସ୍ଟ୍ରିପ ଡ୍ୟାନ୍ସରକୁ ଡକାଯାଏ, କାରଣ ସେଠାରେ ଲୋକମଙ୍କ ବିଶ୍ୱାସ ରହିଛି ଏପରି କରିବା ଦ୍ୱାରା ମୃତକଙ୍କ ଅତୃପ୍ତ ଆତ୍ମାକୁ ଶାନ୍ତି ମିଳିଯାଏ । ଏହି ପରମ୍ପରା ନେଇ ଅନେକ ବିବାଦ ଉପୁଜି ଥିଲେ ମଧ୍ୟ ଲୋକ ଏହାକୁ ବହୁତ ବିଶ୍ୱାସ କରନ୍ତି ।

ଏସ୍କିମୋରେ ଯେବେ ପରିବାରର କୌଣସି ସଦସ୍ୟ ବହୁତ ବୟସ୍କ ହୋଇ ଯାଆନ୍ତି କିମ୍ବା ମରିବା ସମୟ ପାଖେଇ ଆସୁଥାଏ ତାକୁ ଭାସୁଥିବା ବରଫ ଉପରେ ଶୁଆଇ ଛାଡି ଦିଆଯାଏ । ଏସ୍କିମୋ ମାନେ ପୁର୍ନଜନ୍ମରେ ବହୁତ ବିଶ୍ୱାସ ଅଛି । ସେଥିପାଇଁ ସେମାନେ ଏପରି କରନ୍ତି ।